ଚଳଚ୍ଚିତ୍ର ପ୍ରଯୋଜକ, ନିର୍ଦ୍ଦେଶକଙ୍କ ନାଁରେ ଥାନାରେ ମାମଲା

ଛତ୍ରପୁର,୬ା୭(ସନ୍ତୋଷ ପାଢ଼ୀ): ଓଡ଼ିଆ ଚଳଚ୍ଚିତ୍ର ‘ପ୍ରିୟେ ତୁ ମୋ ସିଏ’ରେ ହରିଜନ ଶବ୍ଦ ପ୍ରୟୋଗ କରି ଜାତିଆଣ ଆକ୍ଷେପକୁ ଭାରତ ମୁକ୍ତି ମୋର୍ଚ୍ଚା ନାପସନ୍ଦ କରିବା ସହ ବିରୋଧ ହୋଇଛି। ଗୁରୁବାର ସିନେମାର ପ୍ରଯୋଜକ, ନିର୍ଦ୍ଦେଶକ ଓ ଅଭିନେତ୍ରୀଙ୍କ ନାଁରେ ମୋର୍ଚ୍ଚା ଗଞ୍ଜାମ ଜିଲା ସଭାପତି ସୁମା ଦାସଙ୍କ ନେତୃତ୍ୱରେ ଛତ୍ରପୁର ଥାନାରେ ଏତଲା ଦିଆଯାଇଛି। ଏମାନଙ୍କ ବିରୋଧରେ ଦୃଢ଼ କାର୍ଯାନୁଷ୍ଠାନ ଗ୍ରହଣ ପାଇଁ ଏତଲାରେ ଅନୁରୋଧ କରାଯାଇଛି। ୨୯ା୦୬ା୨୦୨୩ ରିଖରେ ବାହୁଡ଼ା ଯାତ୍ରା ଅବସରରେ ମୁକ୍ତିଲାଭ କରିଥିବା ଉକ୍ତ ଚଳଚ୍ଚିତ୍ରର ନାୟିକା/ନାୟକଙ୍କୁ ‘ତୁ ଜଣେ ହରିଜନ ପିଲା ଆଉ ମୁଁ ଜଣେ ସାମନ୍ତ ଘର ଝିଅ’ କହିଛନ୍ତି। ଏହାକୁ ନେଇ ବିବାଦ ଜୋର ଧରିଛି।