ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ, ଅମ୍ବାଭୋନା ଥାନା ଚିଚୋଲି ଗ୍ରାମର ଘନଶ୍ୟାମ ନାଏକ(୩୯) ଏବଂ ପୁଗଲ କୁସମ(୫୮) ।

ପୋଲିସ ଅଭିଯୁକ୍ତଙ୍କଠାରୁ ସିଲ ଥିବା ୧୫୦ ବୋତଲ କଫ୍‌ସିରପ୍‌, ସିଲ ଖୋଲା ହୋଇଥିବା ୧୨ ବୋତଲ କଫ ସିରପ, ଏକ ହୋଣ୍ଡା ଆକ୍ଟିଭା ସ୍କୁଟର(ନଂ- ସିଜି୧୩ବିକେ ୨୯୨୭), ଗୋଟିଏ ମୋବାଇଲ ଫୋନ ଏବଂ ନଗଦ ୩୫୦୦ ଟଙ୍କା ଜବତ କରିଛି। ଗିରଫ ଅଭିଯୁକ୍ତମାନଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ବିରୋଧରେ ଅମ୍ବାଭୋନା ଥାନାରେ ଏକ ମାମଲା (ନଂ-୧୫୪/୨୦୨୬) ରୁଜୁ ହୋଇଛି।

ମିଳିଥିବା ସୂଚନା ମୁତାବକ, ଗିରଫ ଅଭିଯୁକ୍ତମାନେ ପ୍ରକାଶପୁର ବସ୍‌ଷ୍ଟାଣ୍ଡ ଅଞ୍ଚଳରେ ଉପରୋକ୍ତ ହୋଣ୍ଡା ଆକ୍ଟିଭା ସ୍କୁଟରରେ ବୁଲି ବୁଲି କଫ ସିରପ ବିକ୍ରି କରୁଥିଲେ । ସୂଚନା ପାଇବା ପରେ ବରଗଡ଼ ଏସପିଙ୍କ ନିର୍ଦ୍ଦେଶକ୍ରମେ ଆମ୍ବାଭୋନା ଥାନା ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ୍‌ ସେଠାରେ ଅତର୍କିତ ଚଢ଼ାଉ କରିଥିଲ। ଚଢ଼ାଉ ସମୟରେ ଉଭୟ ଅଭିଯୁକ୍ତଙ୍କୁ ଗିରଫ ସହିତ ସେମାନଙ୍କ ପାଖରୁ ଉପରୋକ୍ତ ସାମଗ୍ରୀ ଜବତ କରାଯାଇଥିଲା।

Share