ପୋଲିସ ନିର୍ଯାତନା: ମହାନଦୀକୁ ଡେଇଁଥିବା ଯୁବକଙ୍କ ମୃତ୍ୟୁ

କଟକ,୨୩ା୭(କାର୍ତ୍ତିକ ସାହୁ)କଟକ କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ହେପାଜତରୁ ଶୁକ୍ରବାର ଫେରାର ହୋଇଯାଇଥିବା ଜଣେ ଯୁବକଙ୍କ ମୃତଦେହ ଶନିବାର ସକାଳେ ମହାନଦୀରୁ ଉଦ୍ଧାର କରାଯାଇଛି। ଯୋବ୍ରା ଆନିକଟ ନିକଟରେ ଏକ ମୃତଦେହ ଭାସୁଥିବା ସୂଚନା ପାଇବାପରେ ଜଗତପୁର ଥାନା ପୋଲିସ ଓ ଚାଉଳିଆଗଞ୍ଜ ଅଗ୍ନିଶମ କର୍ମଚାରୀମାନେ ମୃତଦେହକୁ ଉଦ୍ଧାର କରିଥିଲେ। ଉକ୍ତ ମୃତଦେହ ଶଙ୍କର୍ଷଣ ବେହେରା ଓରଫ ବବ୍‌ଲୁଙ୍କ ବୋଲି ତାଙ୍କ ପରିବାର ଲୋକେ ଚିହ୍ନଟ କରିଛନ୍ତି। ଏସ୍‌ସିବି ମେଡିକାଲରେ ବ୍ୟବଚ୍ଛେଦ କରାଯିବା ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଥାନାରେ ଅତ୍ୟଧିକ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯିବାରୁ ଶଙ୍କର୍ଷଣ ଜୀବନ ବିକଳରେ ପୋଲିସ ହେପାଜତରୁ ଖସିଆସି ମହାନଦୀକୁ ଡେଇଁଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ପୋଲିସ ହେପାଜତରେ ଥିବାବେଳେ ଯେହେତୁ ଯୁବକଙ୍କ ମୃତ୍ୟୁ ହୋଇଛି, ତେଣୁ ଏନ୍‌ଏଚ୍‌ଆର୍‌ସି ଗାଇଡ୍‌ଲାଇନ ଅନୁସାରେ ତଦନ୍ତ କରାଯିବ ବୋଲି କଟକ ଡିସିପି ପିନାକ ମିଶ୍ର କହିଛନ୍ତି।
ଡିସିପି କାର୍ଯ୍ୟାଳୟରେ ଶନିବାର ମିଶ୍ର ଏକ ଖବରଦାତା ସମ୍ମିଳନୀ ଜରିଆରେ ଏହାକୁ ଦୁର୍ଭାଗ୍ୟଜନକ ଘଟଣା ବୋଲି କହିଛନ୍ତି। ଏକ ମୋବାଇଲ ଚୋରି ମାମଲାରେ ସମ୍ପୃକ୍ତି ସନ୍ଦେହରେ ପୋଲିସ ଶଙ୍କର୍ଷଣଙ୍କୁ ଥାନାକୁ ଆଣି ଅଟକ ରଖିଥିଲା। ତେବେ ଥାନାର ଜଣେ ସେଣ୍ଟ୍ରିଙ୍କୁ ଧକ୍କା ଦେଇ ଶଙ୍କର୍ଷଣ ଦୌଡ଼ି ପଳାଇଯାଇଥିଲେ। ପୋଲିସ କର୍ମଚାରୀମାନେ ତାଙ୍କ ପିଛା କରିଥିଲେ। ହେଲେ ଥାନା ସମ୍ମୁଖ ମହାନଦୀରେ ସେ ପାଣିକୁ ଡେଇଁ ପଡ଼ିଥିଲେ। ପୋଲିସ କର୍ମଚାରୀମାନେ ତାଙ୍କ ଫେରିଆସିବାକୁ ବୁଝାଇଥିବା ସତ୍ତ୍ୱେ ସେ ଶୁଣି ନ ଥିଲେ। ନିକଟରେ ଏକ ଟାପୁ ରହିଥିବାରୁ ସେ ମହାନଦୀର ପାଣିରେ ପଶି ଉକ୍ତ ଟାପୁ ନିକଟକୁ ଯିବାକୁ ଉଦ୍ୟତ ହୋଇଥିଲେ। ହେଲେ କିଛି ସମୟ ପରେ ସେ ଆଉ ଦୃଶ୍ୟମାନ ହୋଇ ନ ଥିଲେ। ପୋଲିସ ଓ ଅଗ୍ନିଶମ କର୍ମଚାରୀମାନେ ମହାନଦୀ ପାଣିରେ ଖୋଜାଖୋଜି କରିଥିଲେ ବି କିଛି ସନ୍ଧାନ ମିଳି ନ ଥିଲା। ମୃତକଙ୍କ ପରିବାର କରିଥିବା ପୋଲିସ ନିର୍ଯାତନା ଅଭିଯୋଗ ସଂକ୍ରାନ୍ତରେ ଡିସିପି କହିଛନ୍ତି ଯେ, ଦିନ ତମାମ ତାଙ୍କ ପରିବାର ଲୋକଙ୍କ ସହ ଅଛୁ। ସେମାନେ ଲିଖିତ ଭାବେ କିଛି ଅଭିଯୋଗ କରିନାହାନ୍ତି। ତାଙ୍କୁ କହିଛୁ ଅଭିଯୋଗ କଲେ ନିଶ୍ଚିତ ଭାବେ ତଦନ୍ତ କରାଯିବ। ଥାନାରେ ସିସିଟିଭି ଫୁଟେଜ୍‌ ରହିଛି। ସିସିଟିଭି ରେକର୍ଡିଂରୁ ସବୁକିଛି ଜଣାପଡ଼ିଯିବ। ଅଭିଯୋଗ କରାଗଲେ ଜଣେ ଅତିରିକ୍ତ ଡିସିପି ପାହ୍ୟାର ଅଧିକାରୀଙ୍କ ଦ୍ୱାରା ଘଟଣାର ତଦନ୍ତ କରାଯିବ। ତେବେ ଏବେ ଏଡିସିପି ଅନିଲ ମିଶ୍ରଙ୍କୁ ଏହି ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଛି। ଯୁବକଙ୍କୁ କେଉଁ ପରିସ୍ଥିତିରେ ଥାନାକୁ ଅଣାଯାଇଥିଲା। ପୋଲିସ ହେପାଜତରୁ ଦୌଡ଼ି ପଳାଇଥିବାରୁ କେଉଁ ପରିସ୍ଥିତିରେ ସେ ଏଭଳି ଘଟଣା ଘଟାଇଲେ, ତା’ର ତଦନ୍ତ କରିବେ। କାହାର ଅବହେଳା ପାଇଁ ଏଭଳି ଘଟଣା ଘଟିଲା ତାହାର ତଦନ୍ତ କରାଯାଇ ଉଚିତ୍‌ ପଦକ୍ଷେପ ନିଆଯିବ।
ସୂଚନାଯୋଗ୍ୟ, ଭୁବନେଶ୍ବରରେ ଫାଷ୍ଟଫୁଡ ବ୍ୟବସାୟ କରୁଥିବା ଶଙ୍କର୍ଷଣଙ୍କୁ ବିଡ଼ାନାସୀ ଥାନା ପୋଲିସ ୧୯ ତାରିଖ ସକାଳେ ଏକ ଚୋରି ମାମଲାରେ ବିଡ଼ାନାସୀ ଟ୍ରାଞ୍ଜିଟ ହାଉସ ଅଞ୍ଚଳ ଘରୁ ଉଠାଇ ଆଣିଥିଲା। ତାଙ୍କ ନିକଟରୁ ପୋଲିସ ଏଲ୍‌ଇଡି ଟିଭି ଓ ଗ୍ୟାସ ସିଲିଣ୍ଡର ଜବତ କରିଥିଲା। ତା’ପରେ ବିଡ଼ାନାସୀ ଥାନା ପୋଲିସ ଶଙ୍କର୍ଷଣଙ୍କୁ କ୍ୟାଣ୍ଟନମେଣ୍ଟ ଥାନା ଜିମା ଦେଇଥିଲା। ସେଠାରେ ବବ୍‌ଲୁ ସେଣ୍ଟ୍ରିଙ୍କୁ ଧକ୍କା ଦେଇ ଫେରାର ହେବା ପରେ ମହାନଦୀକୁ ଡେଇଁଥିଲେ। ଭାଇଙ୍କ ନାମରେ କୌଣସି ମାମଲା ରୁଜୁ ହୋଇ ନ ଥିବାବେଳେ ତାଙ୍କୁ ଉଠାଇ ଆଣି ପୋଲିସ ୩ ରାତି ନିର୍ଘାତ ମାଡ଼ ମାରିଥିବା ଭଉଣୀ ଅଭିଯୋଗ କରିଛନ୍ତି।
ଡିସିପିଙ୍କୁ ଭେଟିଲା ନଗର ଭାଜପା କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ହେପାଜତରେ ଥିବା ଯୁବକ ଭିଆଇପି ରୋଡରୁ ଫେରାର ହୋଇ ମହାନଦୀ ଭିତରେ ଡେଇଁ ମୃତ୍ୟୁବରଣ କରିବା ଘଟଣାକୁ ପୋଲିସର ଚରମ ଅବହେଳା ବୋଲି ନଗର ଭାଜପା ପକ୍ଷରୁ ଅଭିଯୋଗ କରାଯାଇଛି। ଭାଜପାର ଏକ ଟିମ୍‌ କଟକ ଡିସିପିଙ୍କୁ ଭେଟି ମୃତକଙ୍କ ପରିବାରକୁ ଉଚିତ୍‌ ନ୍ୟାୟ ପ୍ରଦାନ ସହ ଏଥିରେ ସମ୍ପୃକ୍ତ ଅଧିକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏଥିସହ ମୃତ ଶଙ୍କର୍ଷଣଙ୍କ ପରିବାର ଲୋକଙ୍କ ସହିତ ଏସ୍‌ସିବି ମେଡିକାଲରେ ନଗର ଭାଜପାର ଏକ ଟିମ୍‌ ରହିଥିଲା। ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ରଶ୍ମିରେଖା ଦାସ, କଳ୍ପନା ବେହେରା, ମଣ୍ଡଳ ସଭାପତି ରତନ ମହାନ୍ତି, ଦେବାନନ୍ଦ ସିଂ, ମିଡିଆ ସଂଯୋଜକ ସୁବାସ ମହାନ୍ତି ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri