ବିପଦପୂର୍ଣ୍ଣ ଅବସ୍ଥାରେ ପୋଲିସ ବିଟ୍‌ ହାଉସ

ଯାଜପୁରରୋଡ୍‌,୧୮ା୮(ପବିତ୍ର ମହାନ୍ତି): କ୍ରମବର୍ଦ୍ଧିଷ୍ଣୁ ବ୍ୟାସନଗର ସହରର ଲୋକସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ତେଣୁ ଆଇନଶୃଙ୍ଖଳା ରକ୍ଷା କରିବା ପାଇଁ ଏହି ସହରରେ ଦୁଇଟି ଥାନା ଆବଶ୍ୟକତା ଥିବାବେଳେ ଗୋଟିଏ ଥାନା କାର୍ଯ୍ୟକରୁଛି। ବ୍ୟାସନଗର ସହରଟି ଯାଜପୁରରୋଡ୍‌ ଥାନା ଅଧୀନରେ ଥିବାରୁ ସହରରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିବାକୁ ମୁଣ୍ଡମାଳ ଫାଣ୍ଡି ଓ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟ ନିକଟରେ ପୋଲିସ ବିଟ୍‌ ହାଉସ କାର୍ଯ୍ୟକରୁଛି। ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟ ନିକଟରେ ଥିବା ବିଟ ହାଉସରେ ଦିନରେ ନାମକୁ ମାତ୍ର ହୋମଗାର୍ଡ ଡ୍ୟୁଟି କରୁଥିବାବେଳେ ରାତ୍ର ସମୟରେ କେହି ରହୁନାହାନ୍ତି। ଅନ୍ୟପକ୍ଷରେ ଏହି ବିଟ ହାଉସଟି ବର୍ତ୍ତମାନ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି।
ଉକ୍ତ ଘରଟି ବହୁ ପୁରୁଣା ହୋଇଥିବାରୁ ଅନୁପଯୋଗୀ ହୋଇପଡ଼ିଛି। ଘରର ଛାତରୁ ପ୍ଲାଷ୍ଟର ଖସିବା ସହିତ ପାଣିଗଳୁଛି। ଘରର ସମ୍ମୁଖ ପଟ ଡ୍ରପ ଭାଙ୍ଗି ବିପଦପୂର୍ଣ୍ଣ ଅବସ୍ଥାରେ ଝୁଲି ରହିଛି। ଫଳରେ ସେଠାରେ କାର୍ଯ୍ୟରତ ପୋଲିସ କର୍ମଚାରୀମାନେ ବାହାରେ ଗଛତଳେ ବସି କାମ କରୁଛନ୍ତି। ଖରା ବର୍ଷାରୁ ରକ୍ଷା ପାଇବା ପାଇଁ ଉକ୍ତ ଘରେ ବିଶ୍ରାମ ନେବାକୁ ସେମାନେ ନିଜକୁ ସୁରକ୍ଷିତ ମାଣୁନାହାନ୍ତି। ଉକ୍ତ ଛକଟି ସହରର ଏକ ପ୍ରବେଶ ପଥ ହୋଇଥିବାବେଳେ ଯାଜପୁରରୋଡ୍‌ ସ୍ବାସ୍ଥ୍ୟକେନ୍ଦ୍ର ସହ ୮ ୱାର୍ଡକୁ ସଂଯୋଗ କରୁଛି। ଏହି ସ୍ଥାନଟି ଏକ ଗୁରୁତ୍ୱପୂର୍ଣ୍ଣ ଛକ ହୋଇଥିବାବେଳେ ନିକଟରେ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟ, ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଏବଂ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରହିଛି। ଏଠାରେ ଅସାମାଜିକ ଯୁବକମାନଙ୍କ ଦୌରାତ୍ମ୍ୟ ଯୋଗୁ ଏହି ବିଟ ହାଉସ ପ୍ରତିଷ୍ଠା କରାଯାଇଥିଲା। କିନ୍ତୁ ବିଟ୍‌ ହାଉସ ସମ୍ପ୍ରସାରଣ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। ୮ବର୍ଷ ହେବ ଏହି ବିଟ ହାଉସଟି ଅସ୍ଥାୟୀ ଭାବେ ପୂର୍ବରୁ ଉକ୍ତ ସ୍ଥାନରେ ପରିତ୍ୟକ୍ତ ଅବସ୍ଥାରେ ଥିବା ପୌର ପରିଷଦର ଏକ ଗୃହରେ କାର୍ଯ୍ୟ କରୁଛି। ଏଯାଏ ଏହି ବିଟ ହାଉସର ସ୍ଥାୟୀ ଗୃହ ନିର୍ମାଣ ହୋଇନାହିଁ। ଏହି ସହରରେ ଆଉଏକ ଥାନା ପ୍ରତିଷ୍ଠା ପାଇଁ ତତ୍କାଳୀନ ଏସପି ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ଗୃହ ବିଭାଗକୁ ପଠାଇଥିଲେ। ହେଲେ ଉକ୍ତ ଫାଇଲଟି ନାଲିଫିତା ତଳେ ପଡ଼ିରହିଛି। ତେଣୁ ଏହି ବିଟ ହାଉସକୁ ଫାଣ୍ଡିରେ ପରିଣତ କରିବା ପାଇଁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଭାରତର ଏସବୁ ଜିନିଷ ଉପରେ ନିର୍ଭର କରେ ଋଷିଆ, ଖର୍ଚ୍ଚ କରେ ଏତେ ଟଙ୍କା

ନୂଆଦିଲ୍ଲୀ,୬।୧୨: ରୁଷିଆ ଏବଂ ଭାରତ ଦୀର୍ଘଦିନ ଧରି ଦୃଢ଼ ସମ୍ପର୍କ ଉପଭୋଗ କରିଆସିଛନ୍ତି। ଏହି ଗଭୀର ସମ୍ପର୍କ ଦୁଇ ଦେଶ ମଧ୍ୟରେ ବାଣିଜ୍ୟରେ ପ୍ରତିଫଳିତ ହୋଇଛି।...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

ସ୍ବାମୀ ରଣବୀରଙ୍କୁ ନେଇ ଏମିତି କହିଦେଲେ ଦୀପିକା, ଚର୍ଚ୍ଚା ଆରମ୍ଭ

ମା’ ହେବା ପରେ ବଦଳିଗଲେଣି ଅଭିନେତ୍ରୀ ଦୀପିକା ପାଦୁକୋନ। ସେ ଏବେ ନିଜ କ୍ୟାରିୟର୍‌ ନୁହେଁ, ଝିଅ ଦୁଆକୁ ଅଧିକ ସମୟ ଦେଉଛନ୍ତି। ଏସବୁ ଭିତରେ...

ଭାରତ ସହ ମ୍ୟାଚ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଲା ୩ ବଡ଼ ଝଟକା!

ନୂଆଦିଲ୍ଲୀ,୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ ବିଶାଖାପାଟଣାରେ ଖେଳାଯାଉଛି, ଯାହା ତିନି ମ୍ୟାଚ ବିଶିଷ୍ଟ ସିରିଜର ନିର୍ଣ୍ଣାୟକ ମ୍ୟାଚ। ଦକ୍ଷିଣ...

କରୁଣ ନାୟାରଙ୍କୁ ଅଣଦେଖା କଲା BCCI!

ନୂଆଦିଲ୍ଲୀ,୬।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ହେଉଛି ଭାରତର ସର୍ବୋଚ୍ଚ ପ୍ରଶାସକ ସଂସ୍ଥା। କୁହାଯାଏ ଯେ ଏହି ଦେଶର ପ୍ରତ୍ୟେକ କ୍ରିକେଟର୍‌ BCCI ସହ...

ଭାରତର ୫ ମହଙ୍ଗା ମହିଳା ପ୍ରବଚକ, ଯିଏ କଥା କହି ନେଇଯାଆନ୍ତି ଏତେ ଫି

ନୂଆଦିଲ୍ଲୀ,୬।୧୨: ବୃନ୍ଦାବନର ପ୍ରସିଦ୍ଧ କାହାଣୀକାର ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ୱତନ ଡିଏସପିଙ୍କ ଝିଅ ଶିପ୍ରା ଶର୍ମା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଶୁକ୍ରବାର, ଡିସେମ୍ୱର 5...

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା: ଶୀତର ମଜା ଉଠାଉଛନ୍ତି ପର୍ଯ୍ୟଟକ

ଜି.ଉଦୟଗିରି,୬।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ଫେରିଛି ହାଡ଼ଭଙ୍ଗା ଶୀତ । ସରକାରୀ ସୂଚନା ଅନୁସାରେ କନ୍ଧମାଳ ଜିଲାରେ ସର୍ବନିମ୍ନ ତାପମାତ୍ରା ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri