ବିପଦପୂର୍ଣ୍ଣ ଅବସ୍ଥାରେ ପୋଲିସ ବିଟ୍‌ ହାଉସ

ଯାଜପୁରରୋଡ୍‌,୧୮ା୮(ପବିତ୍ର ମହାନ୍ତି): କ୍ରମବର୍ଦ୍ଧିଷ୍ଣୁ ବ୍ୟାସନଗର ସହରର ଲୋକସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ତେଣୁ ଆଇନଶୃଙ୍ଖଳା ରକ୍ଷା କରିବା ପାଇଁ ଏହି ସହରରେ ଦୁଇଟି ଥାନା ଆବଶ୍ୟକତା ଥିବାବେଳେ ଗୋଟିଏ ଥାନା କାର୍ଯ୍ୟକରୁଛି। ବ୍ୟାସନଗର ସହରଟି ଯାଜପୁରରୋଡ୍‌ ଥାନା ଅଧୀନରେ ଥିବାରୁ ସହରରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିବାକୁ ମୁଣ୍ଡମାଳ ଫାଣ୍ଡି ଓ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟ ନିକଟରେ ପୋଲିସ ବିଟ୍‌ ହାଉସ କାର୍ଯ୍ୟକରୁଛି। ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟ ନିକଟରେ ଥିବା ବିଟ ହାଉସରେ ଦିନରେ ନାମକୁ ମାତ୍ର ହୋମଗାର୍ଡ ଡ୍ୟୁଟି କରୁଥିବାବେଳେ ରାତ୍ର ସମୟରେ କେହି ରହୁନାହାନ୍ତି। ଅନ୍ୟପକ୍ଷରେ ଏହି ବିଟ ହାଉସଟି ବର୍ତ୍ତମାନ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି।
ଉକ୍ତ ଘରଟି ବହୁ ପୁରୁଣା ହୋଇଥିବାରୁ ଅନୁପଯୋଗୀ ହୋଇପଡ଼ିଛି। ଘରର ଛାତରୁ ପ୍ଲାଷ୍ଟର ଖସିବା ସହିତ ପାଣିଗଳୁଛି। ଘରର ସମ୍ମୁଖ ପଟ ଡ୍ରପ ଭାଙ୍ଗି ବିପଦପୂର୍ଣ୍ଣ ଅବସ୍ଥାରେ ଝୁଲି ରହିଛି। ଫଳରେ ସେଠାରେ କାର୍ଯ୍ୟରତ ପୋଲିସ କର୍ମଚାରୀମାନେ ବାହାରେ ଗଛତଳେ ବସି କାମ କରୁଛନ୍ତି। ଖରା ବର୍ଷାରୁ ରକ୍ଷା ପାଇବା ପାଇଁ ଉକ୍ତ ଘରେ ବିଶ୍ରାମ ନେବାକୁ ସେମାନେ ନିଜକୁ ସୁରକ୍ଷିତ ମାଣୁନାହାନ୍ତି। ଉକ୍ତ ଛକଟି ସହରର ଏକ ପ୍ରବେଶ ପଥ ହୋଇଥିବାବେଳେ ଯାଜପୁରରୋଡ୍‌ ସ୍ବାସ୍ଥ୍ୟକେନ୍ଦ୍ର ସହ ୮ ୱାର୍ଡକୁ ସଂଯୋଗ କରୁଛି। ଏହି ସ୍ଥାନଟି ଏକ ଗୁରୁତ୍ୱପୂର୍ଣ୍ଣ ଛକ ହୋଇଥିବାବେଳେ ନିକଟରେ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟ, ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଏବଂ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରହିଛି। ଏଠାରେ ଅସାମାଜିକ ଯୁବକମାନଙ୍କ ଦୌରାତ୍ମ୍ୟ ଯୋଗୁ ଏହି ବିଟ ହାଉସ ପ୍ରତିଷ୍ଠା କରାଯାଇଥିଲା। କିନ୍ତୁ ବିଟ୍‌ ହାଉସ ସମ୍ପ୍ରସାରଣ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। ୮ବର୍ଷ ହେବ ଏହି ବିଟ ହାଉସଟି ଅସ୍ଥାୟୀ ଭାବେ ପୂର୍ବରୁ ଉକ୍ତ ସ୍ଥାନରେ ପରିତ୍ୟକ୍ତ ଅବସ୍ଥାରେ ଥିବା ପୌର ପରିଷଦର ଏକ ଗୃହରେ କାର୍ଯ୍ୟ କରୁଛି। ଏଯାଏ ଏହି ବିଟ ହାଉସର ସ୍ଥାୟୀ ଗୃହ ନିର୍ମାଣ ହୋଇନାହିଁ। ଏହି ସହରରେ ଆଉଏକ ଥାନା ପ୍ରତିଷ୍ଠା ପାଇଁ ତତ୍କାଳୀନ ଏସପି ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ଗୃହ ବିଭାଗକୁ ପଠାଇଥିଲେ। ହେଲେ ଉକ୍ତ ଫାଇଲଟି ନାଲିଫିତା ତଳେ ପଡ଼ିରହିଛି। ତେଣୁ ଏହି ବିଟ ହାଉସକୁ ଫାଣ୍ଡିରେ ପରିଣତ କରିବା ପାଇଁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନା ଖୋଲିଲା ହର୍ମୁଜ, ନା ହେଲା କୌଣସି ଚୁକ୍ତି… ଏହାପରେ ବି କାହିଁକି ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି ଟ୍ରମ୍ପ୍‌? ଜାଣନ୍ତୁ କ’ଣ ରହିଛି ଏହାର ବଡ଼ କାରଣ

ଓ୍ବାଶିଂଟନ,୧।୪: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଏକ ନୂତନ ମୋଡ଼ ନେଇଛି। ଇରାନ ସହିତ ଯୁଦ୍ଧ ଏବେ ଯେକୌଣସି ମୁହୂର୍ତ୍ତରେ ଶେଷ ହୋଇପାରେ। ଆମେରିକା ମଧ୍ୟ…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

ବଡ଼ ଦୁର୍ଘଟଣା, ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୨୯ ମୃତ

ମସ୍କୋ,୧।୪: ରୁଷିଆରେ ଏକ ବଡ଼ ବିମାନ ଦୁର୍ଘଟଣାର ରିପୋର୍ଟ ସାମ୍ନାକୁ ଆସିଛି। ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଉଦ୍ଧୃତ କରି, ସମ୍ବାଦ ସଂସ୍ଥା TASS ବୁଧବାର ରିପୋର୍ଟ କରିଛି…

ବଦଳିଛି ମାନଚିତ୍ର, ବାଟବଣା ବିକାଶ ପଥ: ଜିଲା ଗଠନକୁ ପୂରିଲା ୩୩ବର୍ଷ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଗଠନକୁ ୩୩ବର୍ଷ ପୂରିଛି। ନୂତନ ଜିଲା ମନ୍ୟତା ପାଇବା ପରେ ୧୯୯୩ ଅପ୍ରେଲ ୧ ତାରିଖ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ…

ଆଜି ସମଲେଶ୍ବରୀଙ୍କ ମହାସ୍ନାନ: ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ବରୀଙ୍କ ବୁଧବାର ମହାସ୍ନାନ ହୋଇଛି। ଏହି କ୍ରମରେ ଶୀତଳଧାରା ଅର୍ପଣ ପୂର୍ବକ ପ୍ରାତଃ ୪ଟା ୫୧ମିନିଟରୁ ଭକ୍ତମାନଙ୍କ ଦ୍ୱାରା…

ବଢ଼ିଲା ଗ୍ୟାସ୍‌ ଦର: ଜାଣନ୍ତୁ କେତେ ହେଲା ସିଲିଣ୍ଡର

ନୂଆଦିଲ୍ଲୀ,୧।୪:କମର୍ସିଆଲ LPG ଦର ବଢ଼ାଇଛନ୍ତି କେନ୍ଦ୍ର ସରକାର। କମର୍ସିଆଲ LPG ସିଲିଣ୍ଡର ପିଛା ଦର ୧୯୫ ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି। ନୂଆଦିଲ୍ଲୀରେ ୧୯ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri