Categories: ଜାତୀୟ

ଥାନାରୁ ୧୪୦୦ ପେଟି ମଦ ଚୋରାଇ ନେଲେ ପୋଲିସ ବାବୁ

ଅଲିଗଡ,୧୩।୩: ଉତ୍ତରପ୍ରଦେଶର ଅଲିଗଡ଼ ଅଞ୍ଚଳର ଏଟା ଥାନାରେ ଏକ ଅଭାବନୀୟ ଘଟଣା ଘଟିଛି। ମାଫିଆଙ୍କଠାରୁ ଜବତ ହୋଇଥିବା ମଦ ପେଟି ଗଣା ଯିବା ସମୟରେ ଏଥିରେ ୧୪୦୦ ପେଟି କମ୍‌ ଥିବା ଜଣାପଡ଼ିଥିଲା। ପରେ ପୋଲିସ ଅଧୀକ୍ଷକ ସୁନୀଲ କୁମାର ସିଂଙ୍କ ନିର୍ଦ୍ଦେଶକ୍ରମେ ଇନସ୍ପେକ୍ଟର ଇନ୍ଦ୍ରେଶ୍‌ ସିଂଙ୍କ ଘରେ ଚଢ଼ାଉ କରାଯାଇଥିଲା। ଥାନାରୁ ଗାଏବ୍‌ ହୋଇଥିବା ମଦ ପେଟି ସେଠାରୁ ମିଳିଥିବା ପୋଲିସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ମାମଲାରେ ହେଡ୍‌ ମୋହରିଅର୍‌ ବିଶାଳ ସିଂଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି। ଦୁଇ ଅଭିଯୁକ୍ତଙ୍କ ବିରୋଧରେ ମାମଲା ଦାଏର କରାଯିବା ସହିତ ଏହାର ତଦନ୍ତ ଜାରି ରହିଛି।

Share