ବାଘ ଛାଲ , ନଖ ବ୍ୟବସାୟ ବେଳେ ଜଣଙ୍କୁ ଧରିଲା ପୋଲିସ

କେସିଙ୍ଗା,୨୫।୮(ଡି.ଏନ୍‌.ଏ): ଦିନକୁ ଦିନ କଳାହାଣ୍ଡି ଜିଲାରେ ବାଘ ଛାଲ ବ୍ୟବସାୟୀ ସକ୍ରିୟ ହେଉଛନ୍ତି। ଏ ନେଇ ଜଣଙ୍କୁ ଅଟକ ରଖାଯିବା ସହ ତାଙ୍କଠାରୁ ବାଘଛାଲ, ନଖ ଜବତ କରାଯାଇଛି। ସମ୍ପୃକ୍ତ ବ୍ୟବସାୟୀଜଣଙ୍କ ପରିଚୟ ମିଳି ପାରିନାହିଁ। ଜିଲା ଉତ୍ତର ବନ ଖଣ୍ଡ ଅଧୀନ କେଗାଁ ରେଞ୍ଜ ଅଧିକାରୀ କେଶବ ମାଝି ବାହାର ରାଜ୍ୟରୁ ଆସି ଜଣେ ବ୍ୟକ୍ତି ଟିଙ୍ଗିପଦର ଗ୍ରାମରେ ବାଘ ଛାଲ ଓ ନଖ ବିକ୍ରି କରୁଥିବା କୌଣସି ସୂତ୍ରରୁ ଖବରପାଇ ଚଢ଼ାଉ କରିଥିଲା। ଏହି ଚଢ଼ାଉ କେଗାଁ ରେଞ୍ଜ ଅଧିକାରୀ କେଶବ ମାଝୀଙ୍କ ନେତୃତ୍ୱରେ ହୋଇଥିବାବେଳେ ରମେଶ ପଣ୍ଡା ଓ ଅନ୍ୟାନ୍ୟ ବନ କର୍ମଚାରୀମାନେ ଏଥିରେ ସାମିଲ ଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଇଛି।