କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ଦୁଇ ଜଣଙ୍କୁ ଗିରଫ କରାଯାଇଛି। କେସିଙ୍ଗା ଅବକାରୀ ବିଭାଗ ଦେଶୀ ମହୁଲି ମଦ ପ୍ରସ୍ତୁତ କରୁଥିବା ଖବର ପାଇ ଗୁର୍ଜୀମୁଣ୍ଡା ଗ୍ରାମରେ ଚଢ଼ାଉ କରିଥିଲେ। ଗୁର୍ଜିମୁଣ୍ଡା ଗ୍ରାମର ଉମାଶଙ୍କର ଦୀପ(୧୯) ପ୍ରତିଭା ଦୀପ(୪୮)ଙ୍କ ନିକଟରୁ ୬୦ଲିଟର ବେଆଇନ ହାତରନ୍ଧା ଦେଶୀ ମହୁଲି ମଦ ଓ ଗୋଟିଏ ମୋଟରସାଇକେଲ ଗାଡ଼ି ନ. ଓଡି ୦୮ ଜେଡ୍ ୪୫୮୧କୁ ଜବତ କରାଯାଇଛି। ଦୁଇ ଅଭିଯୁକ୍ତଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଥିବା କେସିଙ୍ଗା ଅବକାରୀ ଉପନିରୀକ୍ଷକ ପ୍ରକାଶ କରିଛନ୍ତି। ଏହି ଚଢ଼ାଉରେ ଅବକାରୀ ସିପାହୀ ମେଘନାଦ ବେହେରା, ସିଦ୍ଧାନ୍ତ ପଟ୍ଟନାୟକ, ସିଆରି ହରିଯାନଙ୍କ ସମେତ କୀର୍ତ୍ତି ଜେନା ମହିଳା ସିପାହୀ ପ୍ରମୁଖ ଏହି ଚଢ଼ାଉରେ ଅଂଶଗ୍ରହଣ କରିଥିବା ଜଣାପଡ଼ିଛି। କେସିଙ୍ଗା ଅବକାରୀ ଥାନା କେସ ନଂ ୧୦୫/୨୬ରେ ଏକ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି।