ଫେରାର ଅଭିଯୁକ୍ତଙ୍କୁ କାବୁ କଲା ପୋଲିସ

ଆନନ୍ଦପୁର,୧୨ା୭(ସନ୍ତୋଷ ରାଉତ): କେନ୍ଦୁଝର ଜିଲା ଆନନ୍ଦପୁର ଥାନାରୁ ଜଣେ ଗିରଫ ଅଭିଯୁକ୍ତ ଫେରାର ହେବା ଘଟଣା ପୋଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଅଭିଯୁକ୍ତ ଜଣଙ୍କ ବୁଧବାର ସକାଳେ କୌଶଳ କ୍ରମେ ଥାନାରୁ ଫେରାର ହୋଇଯାଇଥିଲେ। ବହୁ ତନାଘନା ପରେ ପୋଲିସ ଆନନ୍ଦପୁର ପୌରପରିଷଦ ଫକୀରପୁର ଅଞ୍ଚଳର ବୈତରଣୀ ନଦୀ ବନ୍ଧ ରାସ୍ତାରୁ ଗିରଫ କରିବାରେ ସଫଳ ହୋଇଛି।

ସୂଚନାଯୋଗ୍ୟ, ଚୋରି କରିବା ଘଟଣାରେ ଅଭିଯୁକ୍ତ ଫକୀରପୁର ଗ୍ରାମର ଅମର ସାହୁକୁ ଆନନ୍ଦପୁର ଥାନା କେସ୍‌ ନଂ ୧୪୨/୨୩ ଆଧାରରେ ମଙ୍ଗଳବାର ପୋଲିସ ଦ୍ୱାରା ଗିରଫ କରାଯାଇଥିଲା। ବୁଧବାର ସକାଳେ ସୁବିଧା ଦେଖି ଅଭିଯୁକ୍ତ ଅମର କାଳୀମନ୍ଦିର ପଛପାଖ ଥାନା ପାଚେରି ଡେଇଁ ଫେରାର ହୋଇଯାଇଥିଲେ। ଥାନାରୁ ଅଭିଯୁକ୍ତ ଫେରାର ହେବା ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଥିବା ବେଳେ ବହୁ ତନାଘନା କରି ଶେଷରେ ପୋଲିସ ଅଭିଯୁକ୍ତ ଅମରଙ୍କୁ ଫକୀରପୁର ନିକଟ ବୈତରଣୀ ନଦୀର ବନ୍ଧ ରାସ୍ତାରେ ଗିରଫ କରିବାରେ ସଫଳ ହୋଇଛି।