ଗଞ୍ଜେଇ ଚୋରାଚାଲାଣ ବେଳେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଦାରିଙ୍ଗବାଡି,୧୦।୪(ଡି.ଏନ.ଏ.): ଦାରିଙ୍ଗବାଡି ପୋଲିସ ସୋମବାର ଗଞ୍ଜେଇ ଭର୍ତ୍ତି ବୋଲେରୋକୁ ଜବତ କରିଛି। ଏଥିସହ ୨୨କିଲୋ ୩୫୦ଗ୍ରାମ ଗଞ୍ଜେଇ ସହ ଏଥିରେ ସମ୍ପୃକ୍ତି ଥିବା ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି। ଗିରଫ ବ୍ୟକ୍ତିଜଣଙ୍କ ହେଲେ ବାଲିଗୁଡା ଥାନା ସାଲାକିଆ ଗ୍ରାମର ଦୀପକ। ପ୍ରକାଶ ଯେ ଦୀପକ ଏକ ବୋଲେରୋରେ ବାଲିଗୁଡା ଅଞ୍ଚଳରୁ ଦାରିଙ୍ଗବାଡି ଦେଇ ବ୍ରହ୍ମପୁର ପଟେ ନେଉଥିଲେ । କୌଣସି ସୂତ୍ରରୁ ପୋଲିସ ଖବରପାଇ ପୋଲିସ ଗାଡିଟିକୁ ଅଟକାଇ ଯାଞ୍ଚ କରିଥିଲା। ସେଥିରୁ ଗଞ୍ଜେଇ ବସ୍ତା ମିଳିଥିଲା। ଏନେଇ ଏକ ମାମଲା (୬୫/୨୩) ରୁଜୁ କରି ଅଧିକା ତଦନ୍ତ କରୁଥିବା ପୋଲିସ କହିଛି।