ଆର୍‌ଆଇ, ଅମିନ ପରୀକ୍ଷା ସେଣ୍ଟର ମାଲିକଙ୍କୁ ଉଠାଇ ନେଲା ପୋଲିସ, ଜାଣନ୍ତୁ କାହିଁକି

କଣ୍ଟାମାଳ/ମନମୁଣ୍ଡା,୨।୧୦(ଆଦିତେଶ୍ୱର ମିଶ୍ର /ବେଣୁଧର ପଧାନ): ଓଡ଼ିଶା ସବ-ଅର୍ଡିନେଟ ଷ୍ଟାଫ୍ ସିଲେକ୍ସନ କମିଶନ(ଓଏସଏସଏସସି) ଦ୍ୱାରା ଆୟୋଜିତ ଆର୍‌ଆଇ, ଅମିନ ପରୀକ୍ଷାରେ ବାରମ୍ବାର ଅନିୟମିତତାର ଅଭିଯୋଗ ଆସୁଛି। ବୁଧବାର ବୌଦ୍ଧ ଜିଲାରୁ ମଧ୍ୟ ଏପରି ଖବର ଆସିଛି। ପ୍ରକୃତ ମାଲିକଙ୍କ ପରିଚୟ ପତ୍ରରେ ନିଜ ଫଟୋ ଲଗାଇ ପରୀକ୍ଷା ସେଣ୍ଟର ଚଳାଉଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖିଛି।

ପରୀକ୍ଷା ଚାଲିଥିବା ବେଳେ ଅଭିଯୁକ୍ତ ସୁବଳ କହଁରଙ୍କୁ ମନମୁଣ୍ଡା ଥାନା ପୋଲିସ ଉଠାଇ ନେଇଥିଲା। ସୂଚନା ଅନୁଯାୟୀ ସମ୍ବିତ କୁମାର ବେହେରା ସେଣ୍ଟର ମାଲିକ ହୋଇଥିବା ବେଳେ ତାଙ୍କ ସ୍ଥାନରେ ନକଲି ଭାବେ ଅନ୍ୟ ଜଣଙ୍କ ଫଟୋ ଲାଗିଥିଲା। ତେବେ ପରୀକ୍ଷା ସେଣ୍ଟରଟି ଅସଲି ଥିବା ବେଳେ ନକଲି ମାଲିକ ପରିଚାଳନା କରୁଥିବା ଅଭିଯୋଗ ହେବା ପରେ ବୁଧବାର ପୋଲିସ ଉକ୍ତ ସେଣ୍ଟର ଉପରେ ଚଢାଉ କରିଥିଲା। ପୋଲିସ ସେଣ୍ଟରରୁ ସୁବଳଙ୍କୁ ନେଇ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

ତେବେ ଏହି ସେଣ୍ଟରରେ ଆଗକୁ ପରୀକ୍ଷା ହେବ କି ନାହିଁ ସେନେଇ କୌଣସି ସୂଚନା ମିଳିପାରି ନାହିଁ। ଦିନକୁ ୩ ଟି ସିଫ୍ଟରେ ପରୀକ୍ଷା ଚାଲୁଥିବା ବେଳେ ପ୍ରତ୍ୟକ ସିଫଟରେ ୩୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିଲେ। ତେବେ ପରୀକ୍ଷା କେନ୍ଦ୍ରର ନକଲି ମାଲିକ ଗିରଫ ହେବା ପରେ ଏଠାରେ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥ ଏବେ ଚିନ୍ତାରେ ପଡିଯାଇଛନ୍ତି। ଜିଲାରେ ନକଲି ଭାବେ ଚାଲୁଥିବା ସେଣ୍ଟର ବିଷୟରେ ପ୍ରଶାସନର ଅଧିକାରୀ ମାନେ କିପରି ଜାଣି ପାରିଲେ ନାହିଁ ଏହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

ଏନେଇ ମନମୁଣ୍ଡା ଥାନା ଅଧିକାରୀ ରାଜକୁମାର ମୁର୍ମୁଙ୍କ କହିଛନ୍ତି ଏହି ଘଟଣାରେ କୌଣସି ମାମଲା ରୁଜୁ ହୋଇନାହିଁ , ଅଭିଯୋଗ ନେଇ ଜଣଙ୍କୁ ଅଟକ ରଖାଯାଇଛି, ସେ ସେଠାରେ କାମ କରୁଥିବା କହିଛନ୍ତି। ପୋଲିସ ତାଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାନୀୟଜଳ ସମସ୍ୟା ନେଇ ବିଡିଓଙ୍କ ଦ୍ୱାରସ୍ଥ

ଲାଞ୍ଜିଗଡ଼,୧୭ା୪(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ସିନ୍ଦିଭଟା ଗ୍ରାମରେ ପିଇବା ପାଣି ସମସ୍ୟାକୁ ନେଇ ଶୁକ୍ରବାର ଗ୍ରାମବାସୀ ବିଡିଓଙ୍କ ଦ୍ୱାରସ୍ଥ ହୋଇ ଦାବିପତ୍ର…

ଆଜିଠାରୁ ୨୨ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି

ସୋନପୁର,୧୭।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ତାତି ଅସମ୍ଭାଳ। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର…

କଳାହାଣ୍ଡିରେ ୧୮ରୁ ୨୧ ସ୍କୁଲ ଛୁଟି : ଜିଲାପାଳ କଲେ ଘୋଷଣା

ଭବାନୀପାଟଣା,୧୭।୪(ଉତ୍ତମ କୁମାର ଦାଶ)-ପ୍ରବଳ ଖରା ଓ ଅସହ୍ୟ ଗରମ କୁ ଦୃଷ୍ଟିରେ ରଖି ଶନିବାର ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ଜିଲାର ସମସ୍ତ ସରକାରୀ,ବେସରକାରୀ ସ୍କୁଲ…

ଗ୍ରୀଷ୍ମ ପ୍ରବାହ: ଶିକ୍ଷାନୁଷ୍ଠାନଗୁଡ଼ିକୁ SOP ଅନୁସରଣ କରିବାକୁ ପରାମର୍ଶ

ବଲାଙ୍ଗୀର,୧୭।୪(ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ଜିଲାର ସମସ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟମାନଙ୍କୁ ଓଡ଼ିଶାର ସୱତନ୍ତ୍ର ରିଲିଫ କମିଶନରଙ୍କ SOP ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ…

ଇରାନ ହର୍ମୁଜ ଖୋଲୁ ଖୋଲୁ ଭାରତ ପାଇଁ ଆସିଲା ଖୁସି ଖବର! ରାତାରାତି ପଲଟିଗଲା ବାଜି

ନୂଆଦିଲ୍ଲୀ,୧୭।୪: ଗତ ଦେଢ଼ ମାସ ଧରି ସମଗ୍ର ବିଶ୍ୱ ନିଶ୍ୱାସ ବନ୍ଦ କରି ରଖିଛି। ଫେବୃଆରୀ 28 ତାରିଖରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯେଉଁ ସଂଘର୍ଷ…

ଜନଗଣନା ବେଳେ କାମୁଡିଲା ସାପ

ଭଞ୍ଜନଗର,୧୭।୪(ବାବୁଲା ପ୍ରଧାନ): ଜନଗଣନା ସମୟରେ ଶୁକ୍ରବାର ସର୍ପ ଦଂଶନରେ ଜଣେ ଶିକ୍ଷୟିତ୍ରୀ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି। ଯାହାକୁ ନେଇ ଶିକ୍ଷକମାନେ ଚିନ୍ତିତ ହୋଇପଡିଛନ୍ତି। ଏହି ଘଟଣାଟି…

ନିଯୁକ୍ତି ଆଳରେ ନିର୍ଯ୍ୟାତନା ଅଭିଯୋଗ : ତାମିଲନାଡୁରୁ ୧୬ଯୁବତୀ…

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅଞ୍ଚଳରୁ ତାମିଲନାଡୁ ତିରପୁରକୁ ଏକ କମ୍ପାନୀରେ ନିଯୁକ୍ତି ଆଳରେ ଯାଇ ସେଠାରେ ବନ୍ଧା ପଡିଥିବା ୧୬ ଯୁବତୀ ଶୁକ୍ରବାର…

ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଙ୍ଘର୍ଷ: ପି.ପିତାମ୍ବର ଦୋରା, ତାଙ୍କ ସହଯୋଗୀ ମାନଙ୍କୁ

ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଭୁଡୁକି ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଷ୍ଠୀ ସଙ୍ଘର୍ଷ ଘଟିଛି। ଏନେଇ ଉଭୟ ଗୋଷ୍ଠୀ ପାଟପୁର ଥାନାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri