ଯୌନ ନିର୍ଯାତନା ପାଇଁ ନାବାଳିକାଙ୍କୁ ଅପହରଣ କରି ନେଉଥିଲେ, ଅଭିଯୁୁକ୍ତ ବୃଦ୍ଧଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା…

ଭଞ୍ଜନଗର,୧୦/୯(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ନୂଆଁପଲ୍ଲୀରୁ ମଙ୍ଗଳବାର ଜଣେ ୧୦ ବର୍ଷର ନାବାଳିକାଙ୍କୁ ରାଇକିଆ ଥାନା ଅନ୍ତର୍ଗତ ସୁବଲାବାଡି ଗ୍ରାମର ସୁଶାନ୍ତ ସେଠୀ ନିଜ ସ୍କୁଟିରେ ଅପହରଣ କରି ନେଉଥିଲେ। ପରେ ଗାଲେରିଠାରେ ନାବାଳିକାଜଣଙ୍କ କାନ୍ଦୁଥିବା ଦେଖି ସେଠାକାର ଅଞ୍ଚଳବାସୀ ଅଭିଯୁକ୍ତକୁ ଗୋଡ଼ାଇ ଅଟକାଇଥିଲେ। ଏହାପରେ ଲୋକେ ତାରସିଂ ପୋଲିସକୁ ଡାକି ଅଭିଯୁକ୍ତକୁ ହସ୍ତାନ୍ତର କରିଥିଲେ। ପୋଲିସ ତଦନ୍ତ କରିବା ପରେ ଅଭିଯୁକ୍ତ ଜଣକ ବେଆଇନ କାର୍ଯ୍ୟରେ ଜଡ଼ିତ ଥିବା ଜଣାପଡିଥିଲା। ଏଣୁ ସେ ନାବାଳିକାଙ୍କୁ ଯୌନ ନିର୍ଯାତନା କିମ୍ବା ଅନ୍ୟତ୍ର ଚାଲାଣ ପାଇଁ ଯୋଜନା କରିଥିବା ସନ୍ଦେହ କରାଯାଉଛି। ପୋଲିସ ନାବାଳିକାଙ୍କ ମାଆଙ୍କ ଏତଲାକୁ ଭିତ୍ତିକରି ଅଭିଯୁକ୍ତ ସୁଶାନ୍ତଙ୍କୁ ବୁଧବାର ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣା ଲୋକଲୋଚନକୁ ଆସିବା ପରେ ସଂପୃକ୍ତ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।
ଘଟଣାରୁ ପ୍ରକାଶ ଯେ ନୂଆଁପଲ୍ଲୀର ୩ ଭାଇ ଭଉଣୀ ଗାଁଦାଣ୍ଡରେ ମଙ୍ଗଳବାର ଖେଳୁଥିଲେ। ସେମାନଙ୍କ ମା’ ଜମିକୁ କାମ କରିବାକୁ ଚାଲି ଯାଇଥିଲେ। ବାପା ବାଙ୍ଗାଲୋରରେ କାମ କରୁଛନ୍ତି।  ଏହି ସମୟରେ ଅଭିଯୁକ୍ତ ଜଣଙ୍କ ଏକ ସ୍କୁଟି ଗାଡ଼ିରେ ଉକ୍ତ ଗ୍ରାମରେ ପହଞ୍ଚି ଖେଳୁଥିବା ୩ ଭାଇ ଭଉଣୀ ମଧ୍ୟରୁ ବଡ ଭଉଣୀକୁ ଯୋଜନାବଦ୍ଧ ଭାବେ ଅପହରଣ କରିନେଇଥିଲେ। ନାବାଳିକାଙ୍କ ମାଆ ଜମିରୁ ଫେରି ବଡ ଝିଅ ଘରେ ନ ଥିବା ଦେଖିବାକୁ ପାଇଥିଲେ। ଏହାପରେ ସାନ ଝିଅ ଓ ପୁଅକୁ ପଚାରିବାରୁ କିଏ ଜଣେ ଆସି ତାକୁ ଗାଲରୀ ରାସ୍ତାରେ ନେଇଯାଇଥିବା କହିଥିଲେ। ଏହାପରେ ନାବାଳିକାଙ୍କ ମା’ଙ୍କ ଚିନ୍ତା ବଢ଼ିଯାଇଥିଲା। ଏହାପରେ ସେ ଗାଲେରି ଆଡ଼େ ଖୋଜିବାକୁ ଆସିଥିବା ସମୟରେ ଲୋକେ ତାଙ୍କ ଝିଅକୁ ଉଦ୍ଧାର କରିଥିବା ଜାଣିବାକୁ ପାଇଥିଲେ। ଏହାପରେ ପୋଲିସ ଉପସ୍ଥିତିରେ ମା ଝିଅଙ୍କୁ ଫେରିପାଇଥିଲେ । ଶିଶୁ ଅପହରଣ ଏକ ଚିନ୍ତାଜନକ ବିଷୟ। ଯାହାକୁ ନେଇ ଭଞ୍ଜନଗର ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ପୋଲିସ ଏନେଇ ୩୩୮/୨୫ ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।

Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri