ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର ଥାନାରେ କେସ୍‌ ନଂ ୨୧୨(୩୦.୦୬.୨୦୨୬)ରେ ଭାରତୀୟ ନ୍ୟାୟ ସଂହିତାର ଧାରା ୬୪(୨)(ଏମ) ସହ ପୋକ୍ସୋ ଆଇନର ଧାରା ୬ ଅନୁଯାୟୀ ମାମଲା ରୁଜୁ ହୋଇଛି।

ପୋଲିସ ସୂଚନା ଅନୁସାରେ, ନାବାଳିକା ଜଣକ ଯାଜପୁର ରୋଡ୍‌ ଅଞ୍ଚଳର ଏକ ସ୍ବାସ୍ଥ୍ୟକେନ୍ଦ୍ରରେ ପୁତ୍ର ସନ୍ତାନକୁ ଜନ୍ମ ଦେବା ପରେ ଘଟଣାଟି ସାମ୍ନାକୁ ଆସିଥିଲା। ପ୍ରଥମେ ନାବାଳିକାଙ୍କ ବାପା ଯାଜପୁର ରୋଡ୍‌ ଥାନାରେ ଅଭିଯୋଗ କରିଥିଲେ। ସେଠାରେ ଜିରୋ ଏଫ୍‌ଆଇଆର୍‌ ରୁଜୁ କରାଯାଇ ମାମଲାଟି ରାମଚନ୍ଦ୍ରପୁର ଥାନାକୁ ହସ୍ତାନ୍ତର କରାଯାଇଥିଲା।
ତଦନ୍ତ ସମୟରେ ନାବାଳିକାଙ୍କୁ ତାଙ୍କ ସମ୍ପର୍କୀୟ ଭାଇ ଡାବର ଓ ଅନ୍ୟ ଜଣେ ନାବାଳକ (ପରିଚୟ ଗୋପନ ରଖାଯାଇଛି)୨୦୨୫ ଅକ୍ଟୋବର ମାସରେ ବଳାତ୍କାର କରିଥିବା ପୋଲିସ ତଦନ୍ତରୁ ଜଣାପଡ଼ିଥିବା କୁହାଯାଇଛି। ଅଭିଯୁକ୍ତଙ୍କ ଧମକ ଯୋଗୁ ନାବାଳିକା ଜଣକ ଦୀର୍ଘ ସମୟ ଧରି ଘଟଣା ସମ୍ପର୍କରେ ପରିବାରକୁ ଜଣାଇ ନ ଥିଲେ।
ଘଟଣାର ତଦନ୍ତକୁ ଆଗକୁ ବଢ଼ାଇ ରାମଚନ୍ଦ୍ରପୁର ପୋଲିସ ଡାବର ଓରଫ ଦୁର୍ଗା ସୋରେନ୍‌ଙ୍କୁ ଗିରଫ କରିଛି। ତାଙ୍କୁ ପୋକ୍ସୋ କୋର୍ଟକୁ ଚାଲାଣ କରାଯାଇଥିବାବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏ ସମ୍ପର୍କରେ ଆନନ୍ଦପୁର ଏସ୍‌ଡିପିଓ କମଳ କୁମାର ପଣ୍ଡା ସୂଚନା ଦେଇଛନ୍ତି। ମାମଲାର ତଦନ୍ତ ଜାରି ରହିଛି।

Dharitri – Odisha’s No.1 Odia Daily

Share