ବଲାଙ୍ଗିର,୨।୨ (ସୁନିଲ କୁମାର ମହାନ୍ତି) : ବଲାଙ୍ଗୀର ଜିଲା ପୁଇଁତଳା ଥାନା ପୋଲିସ ହାତରେ ଧରାପଡିଛନ୍ତି ବାଇକ ଚୋର । ଜଣେ ବାଇକ ଚୋର ସହିତ ଚୋର ଠାରୁ ଚୋରି ବାଇକ କିଣିଥିବା ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୁଇଁନ୍ତଳା ପୋଲିସ । ଗତ ୩୦ ତାରିଖ ଦିନ ଗଇଁତଲା ଗିରିଗୋବର୍ଦ୍ଧନ ମନ୍ଦିର ନିକଟରୁ ଲେପଟା ଗାଁର ଆକାଶ ମାଝୀଙ୍କ ବାଇକ ଚୋରି ହୋଇଥିଲା । ଆକାଶ ଏନେଇ ପୁଇଁତଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ପୋଲିସ ସିସିଟିଭି କ୍ୟାମେରା ଯାଞ୍ଚ କରି ବେଲବାହାଲି ଗାଁର ବାଇକ ଚୋର ମୁକେଶ ରାଉତକୁ ଗିରଫ କରିଥିଲା । ତାର ସହଯୋଗୀ ଅନ୍ୟ ଦୁଇଜଣ ଚୋର ଫେରାର୍ ମାରିଛନ୍ତି । ପୋଲିସ ଚୋରି ବାଇକକୁ କିଣିଥିବା ସୋନପୁର ଜିଲା ବିନିକା ଥାନା ତିଳେଇମାଲ ଗାଁର ଝଣ୍ଟୁ କୁମ୍ଭାର ଏବଂ ଶୁଶାନ୍ତ ବଗର୍ତ୍ତିଙ୍କୁ ଗିରଫ କରିଛି । ଚୋରମାନଙ୍କ ଠାରୁ ଆଠଟି ଚୋରି ବାଇକ ଉଦ୍ଧାର କରିଛି ପୁଇଁତଳା ପୋଲିସ। ମାଷ୍ଟର କି ମାଧ୍ୟମରେ ଚାବି ଖୋଲି ବାଇକ ଚୋରି କରୁଥିଲେ ଚୋରମାନେ । ଚୋରି ବାଇକକୁ କମ୍ ଦାମରେ ବିଭିନ୍ନ ଲୋକଙ୍କୁ ବିକ୍ରି କରୁଥିଲେ । ତେଣୁ ଚୋରି ବାଇକ କିଣିଥିବା ଦୁଇଜଣଙ୍କୁ ମଧ୍ୟ ଗିରଫ କରି କୋର୍ଟଚାଲାଣ କରିଥିବା ପୁଇଁନ୍ତଳା ଥାନାରେ ଏସଡିପିଓ ସରୋଜ କୁମାର ଉପାଧ୍ୟାୟ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି।

