ଯୁବତୀଙ୍କୁ ଗଣବଳାତ୍କାର କରି ଉଠାଇଥିଲେ ନଗ୍ନ ଫଟୋ: ୫ ଜଣଙ୍କୁ ବାନ୍ଧିଲା ପୋଲିସ

ଦେବଗଡ,୨୭।୪(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନା ଅଞ୍ଚଳରେ ଏକ ବଳାତ୍କାର ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ ସୋମବାର କୋର୍ଟଚାଲାଣ କରିଥିବାବେଳେ ଜଣେ ଫେରାର ଥିବା ଜଣାପଡିଛି। ଅଭିଯୁକ୍ତଙ୍କ ଜାମିନ ନାମାଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ଗିରଫ ଅଭିଯୁକ୍ତ ହେଲେ ବାରକୋଟ ଥାନା ବଳିତା ଗ୍ରାମର ଉଦିଆ ଧିବର (୨୬) ଡାକ୍ତର ଭୁୟାଁ (୩୩), ମନୋଜ ମହାକୁଳ (୨୨) ଏବଂ ଇନ୍ଦ୍ରାଣୀ ଝରଣ ଗ୍ରାମର ପ୍ରଶାନ୍ତ ଓରଫ କେଙ୍ଗାଳୁ ନାୟକ (୨୮) ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ଗତ ୨୦ ତାରିଖ ରାତି ପୀଡିତା ୨୪ ବର୍ଷର ଯୁବତୀ ନିଜ ସମ୍ପର୍କୀୟ ଘରକୁ ଯାଇ ଫେରୁଥିବାବେଳେ ଗଣବଳାତ୍କାରର ଶିକାର ହୋଇଥିଲେ। ଗିରଫ ୪ ଅଭିଯୁକ୍ତଙ୍କ ସମେତ ୫ ଜଣ ଯୁବକ ତାଙ୍କୁ ବଳାତ୍କାର କରିଥିଲେ। ଏଥିସହ ଯୁବତୀଙ୍କ ନଗ୍ନ ଫଟୋ ଉତ୍ତୋଳନ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ଏହାକୁ କେନ୍ଦ୍ର କରି ପୀଡିତା ରବିବାର ବାରକୋଟ ଥାନାରେ ମାମଲା ରୁଜୁ କରିଥିଲେ। ପୋଲିସ ଆଇଟି ଆକ୍ଟ ଏବଂ ବିଏନଏସ ୭୦ରେ ୧୭୪/୨୬ ରେ ୧୭୪/୨୬ ରେଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ସୁଶାନ୍ତ ବଢେଇ ସୂଚନା ଦେଇଛନ୍ତି ।

 

Dharitri – Odisha’s No.1 Odia Daily

 

Share