ବଲାଙ୍ଗୀର,୫ା୬(ସୁନୀଲ ମହାନ୍ତି): ବଲାଙ୍ଗୀର ସହରରେ ଦିନକୁ ଦିନ ଗଞ୍ଜେଇ ଓ କପ୍ ସିରପ ଜୋରସୋର ଚାଲିଥିବା ବେଳେ ଗୁରୁବାର ଗଞ୍ଜେଇ ନେଇ ଯାଉଥିବା ବେଳେ ପୋଲିସ ହାତରେ ଧରା ପଡ଼ିଛନ୍ତି ଦୁଇ ଜଣ ମହିଳା। ବଲାଙ୍ଗୀର ରେଳଓ୍ବେ ଷ୍ଟେଶନରେ ଦୁଇ ଜଣ ମହିଳା ଗଞ୍ଜେଇ ଧରି ଟ୍ରେନ୍ରେ ଚଢ଼ିବା ଆଗରୁ ରେଳବାଇ ପୋଲିସ ଦୁଇ ମହିଳାଙ୍କ ଗଞ୍ଜେଇ ନେଉଥିବା ବ୍ୟାଗ ମାଡ଼ି ବସିଥିଲା। ସେମାନଙ୍କଠାରୁ ୧୧କେଜି ଗଞ୍ଜେଇ ବାହାରିଥିଲା। ଜଣେ ମହିଳାଙ୍କ ନାମ ଶାନ୍ତି ଦେବୀ(୪୫) (ଝାଡ଼ଖଣ୍ଡ) ଅନ୍ୟ ଜଣେ ମହିଳା ହେଲେ ଯଶୋଦା ଦେବୀ ୨୮(ଉତ୍ତରପ୍ରଦେଶ) ବୋଲି ଜଣାପଡ଼ିଛି। ରେଳବାଇ ପୋଲିସ ଗିରଫ କରି ଥାନାକୁ ଆଣି ଅଧିକ ତଦନ୍ତ ପାଇଁ ପଚରଉଚରା କରୁଛି। ଏମାନେ ବଲାଙ୍ଗୀରରୁ ଗଞ୍ଜେଇ ନେଇ ଓଡ଼ିଶା ବାହାରକୁ ଯାଉଥିବା ବେଳେ ପୋଲିସ ହାତରେ ଧରାପଡ଼ିଥିଲେ। ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଆଡିଶନାଲ ତହସିଲଦାର ଇନଚାର୍ଜ ସୌମ୍ୟରଞ୍ଜନ ରାଉତଙ୍କ ଉପସ୍ଥିତିରେ ସିଜର କରଯାଇଥିଲା।


