ପୁଣି ପୋଲିସ-ମାଓବାଦୀ ମୁହାଁମୁହିଁ

କୋରୁକୋଣ୍ଡା,୨୫ା୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳରେ ପୁଣି ପୋଲିସ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ସ୍ବାଭିମାନ ଅଞ୍ଚଳର ପଣସପୁଟ ଅଞ୍ଚଳରେ ଗୁଳିବିନିମୟ ଚାଲୁଥିବା ସୂଚନା ମିଳିଛି। ମାଲକାନଗିରି ଏସ୍‌ଓଜି, ଡିଭିଏଫ୍‌ ଓ ଆନ୍ଧ୍ର ଗ୍ରେହଣ୍ଡଙ୍କ ମିଳିତ ସର୍ଚ୍ଚ ଅପରେଶନ ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି। ଗତ ୧୬ ଜୁଲାଇରେ ମଧ୍ୟ ସ୍ବାଭିମାନ ଅଞ୍ଚଳରେ ଗୁଳିବିନିମୟ ହୋଇଥିବା ବେଳେ ପୋଲିସ ଦ୍ୱାରା ବ୍ୟାପକ ମାଓବାଦୀ ସାମଗ୍ରୀ ଜବତ ହୋଇଥିଲା। ସେହି ଗୁଳିବିନିମୟ ସମୟରେ ମାଓବାଦୀ ନେତା ଆର କେ ଓ ଆନ୍ଧୁରୁ ଖସି ପଳାଇଥିଲେ। ତେବେ ବର୍ତ୍ତମାନ ପୁଣି ପୋଲିସର ସର୍ଚ୍ଚ ଅପରେଶନ ଜାରି ରହିଥିବା ବେଳେ ଏହି ଗୁଳିବିନିମୟ ଜାରି ରହିଛି ।