Categories: ଜାତୀୟ

ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ: ୨୦୦ ପ୍ରଦର୍ଶନକାରୀ ଅଟକ

ନୂଆଦିଲ୍ଲୀ, ୨୭।୧: ଜାନୁୟାରୀ ୨୬ରେ ଦିଲ୍ଲୀରେ ଅନ୍ନଦାତାଙ୍କ ପକ୍ଷରୁ ହୋଇଥିବା ହିଂସକ ପ୍ରଦର୍ଶନ ନେଇ ଦିଲ୍ଲୀ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ସିସିଟିଭି ରେକର୍ଡିଂ ଆଧାରରେ ୨୦୦ ପ୍ରଦର୍ଶନକାରୀଙ୍କୁ ଅଟକ ରଖାଯାଇଛି। ଖୁବ୍‌ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ବୁଧବାର ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଅଟକ ହୋଇଥିବା ପ୍ରଦର୍ଶନକାରୀଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ ଧାରା ୩୯୫, ୩୯୭ ଏବଂ ୧୨୦-ବି ଅନ୍ତର୍ଗତ ମାମଲା ରୁଜୁ କରାଯାଇଛି। ସେଣ୍ଟ୍ରାଲ ଡିସିପିଙ୍କ ଅପରେଟରଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଥିବା ଦିଲ୍ଲୀ ପୋଲିସ କହିଛି।

Share