Categories: ଜାତୀୟ

ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭଙ୍ଗା, ମାଙ୍କଡ଼ ନାମରେ ମାମଲା

ଭୋପାଳ,୧୧।୩: ମଧ୍ୟପ୍ରଦେଶର ଗୁରୁଜରବର୍ଡିଆ ଗ୍ରାମରେ ଥିବା ଏକ ବିଦ୍ୟାଳୟ ପରିସରରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି।

ଅନୁସନ୍ଧାନ ପରେ ପୋଲିସ କହିଛି, ଏହି ପ୍ରତିମୂର୍ତ୍ତିକୁ ମାଙ୍କଡ଼ ଭାଙ୍ଗି ନଷ୍ଟ କରିଛି। ମାଣ୍ଡସୋରର ଏସ୍‌ପି ସିଦ୍ଧାର୍ଥ ଚୌଧୁରୀ କହିଛନ୍ତି, ବିଦ୍ୟାଳୟ ପରିସରକୁ କେହି ଯାଉଥିବାର ଦେଖାଯାଇନାହିଁ। ଏମିତିରେ ବିଦ୍ୟାଳୟର ଜଳୁଆଳି ମଧ୍ୟ ରାତି ୮ଟା ଯାଏ ଡ୍ୟୁଟିରେ ଥିଲେ। ପୂର୍ବରୁ ମଧ୍ୟ ଏମିତି ଘଟଣା ଘଟିଥିଲା। ମାଙ୍କଡ଼ମାଡ଼େ ମୂର୍ତ୍ତିର ହାତ ଭାଙ୍ଗି ଦେଇଥିଲେ। ପରେ ଏହାର ମରାମତି କରାଯାଇଥିଲା।

ସେ ଆହୁରି ମଧ୍ୟ କହିଛନ୍ତି, ଏହା ମାଙ୍କଡ଼ମାନଙ୍କର କାମ ବୋଲି ଅନୁମାନ କରାଯାଉଛି। ଏନେଇ ଏକ ମାମଲା ରୁଜୁ ହୋଇଛି। ଅନ୍ୟ ଦିଗ ପ୍ରତି ମଧ୍ୟ ନଜର ରଖାଯାଇ ତଦନ୍ତ ଜାରି ରହିଛି। ଅଫଜଲପୁର ଥାନାରେ ମାମଲା ରୁଜୁ ହୋଇ ଅଧିକ ତଦନ୍ତ ଚାଲୁ ରହିଛି।

ଏଥିସହ କଂଗ୍ରେସ ନେତା ଦୀପକ ସିଂହ ଚୌହାନ କହିଛନ୍ତି, ଜାତିର ପିତାଙ୍କ ପ୍ରତିମୂର୍ତ୍ତିକୁ ନଷ୍ଟ କରିବା ଏକ ବଡ଼ ଅପରାଧ। ସେ କହିଛନ୍ତି, ଏସ୍‌ପି କହୁଛନ୍ତି ମାଙ୍କଡ଼ମାନେ ଭାଙ୍ଗିଛନ୍ତି। ତେବେ କ’ଣ ଭାଜପାର ମାଙ୍କଡ଼ମାନଙ୍କୁ ସେ ଏକଥା କହୁଛନ୍ତି କି?

Share