Odisha Elections 2024

ଦୁର୍ଗମ ଗାଁକୁ ସଂଯୋଗ କରୁଥିଲା ପୋଲ, ଏବେ ବିପଦସଙ୍କୁଳ

କୋକସରା,୧୭।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ପଞ୍ଚାୟତରେ ରହିଛି ଅନେକ ଦୁର୍ଗମ ଗିରି ଅଞ୍ଚଳ। ତାହାରି ମଧ୍ୟରେ ରହିଛି ଅନେକ ବନବାସୀ ଗାଁ। ଜଙ୍ଗଲ ପାହାଡ଼ ଘେରା ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଏହି ବନବାସୀ ଆଜି ମଧ୍ୟ ଅନେକ ମୌଳିକ ଅଧିକାରରୁ ବଞ୍ଚିତ ରହିଛନ୍ତି। ସେହିପରି ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ରହିଛି କୁଟୁରୁ ରାଜସ୍ବ ଗ୍ରାମ। ଆମପାଣି ପଞ୍ଚାୟତଠାରୁ ଜାତୀୟ ରାଜପଥ ୨୬ ଆମପାଣି ଘାଟି ବିରିମୁହାଣ ଛକରୁ ଜଙ୍ଗଲ ରାସ୍ତା ଦେଇ ୧୨ କିଲୋମିଟର ଜଙ୍ଗଲରେ ରହିଛି ଏହି ଗ୍ରାମ। ତେବେ ଗାଁକୁ ସଂଯୋଗ କରୁଥିବା ରାସ୍ତାର ବାଟରେ ପଡୁଥିବା ଏକ ନାଳା ଦେଇ ଯାତାୟାତ କରିବାକୁ ହୁଏ। ତେବେ ନାଳା ଉପରେ ନିର୍ମାଣ ହୋଇଥିବା ପୋଲ ବର୍ଷା ସ୍ରୋତରେ ଦୁର୍ବଳ ହୋଇ ଏବେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ଏହି ଜଙ୍ଗଲ ମଧ୍ୟରେ କୁଟୁରୁ ଗ୍ରାମ ବ୍ୟତୀତ ରହିଛି ସର୍ଗିପାନୀ, ଲେକାଆମ, ଆନ୍ଧି ଝରଣ ଭଳି ବନବାସୀ ଗାଁ। ପୋଲ ବିପଦ ଅବସ୍ଥାରେ ରହିଥିବା ଫଳରେ ପଞ୍ଚାୟତକୁ ପିଡ଼ିଏସ ସାମଗ୍ରୀ ନେବାପାଇଁ ଟ୍ରାକ୍ଟର ଅଟୋ ନେଇ ଆସୁଥିବା ହିତାଧିକାରୀ ସମେତ ଏହି ଗ୍ରାମରେ ବସବାସ କରୁଥିବା ବନବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ବ୍ଲକ ପ୍ରଶାସନ ନିକଟରେ ନୂତନ ପୋଲ ପାଇଁ ଦାବି କରାଯାଇଛି ବୋଲି କହିଛନ୍ତି। ଏନେଇ କୋକସରା ବିଡ଼ିଓ ଉତ୍ତମ କୁମାର ବାଗଙ୍କ ପ୍ରତିକ୍ରିୟା ନେବାରୁ କୁଟୁରୁ ପାଇଁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ହେବା ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରକ୍ରିୟା ଜାରି ରହିଛି। ତେବେ ବର୍ତ୍ତମାନ ପାଇଁ ସାମୟିକ ଭାବେ ପୋଲ ମରାମତି କରି ଯାତାୟାତର ସୁବିଧା କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡବଲ ଇଞ୍ଜିନ ସରକାର ଗଠନ ପାଇଁ ଭୋଟରଙ୍କୁ ଅନୁରୋଧ କଲେ ଆସାମ ମୁଖ୍ୟମନ୍ତ୍ରୀ

ଭେଡେନ,୧୬ା୫(ସୁଦନ ମହାକୁର): ବରଗଡ଼ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀ ଭେଡେନ ବ୍ଲକ ଡାଳବ ପଞ୍ଚାୟତ ଅନ୍ତର୍ଗତ ବାନିପାଲି ଖେଳ ପଡ଼ିଆରେ ଗୁରୁବାର ଭାଜପାର ବିଜୟ ସଙ୍କଳ୍ପ...

ଅଚ୍ୟୁତ ସାମନ୍ତଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଲେ ସବ୍ୟର୍ଚ୍ଚିତା

ଜି.ଉଦୟଗିରି,୧୬ା୫(ଶିଶିର ପଟ୍ଟନାୟକ): ଜି.ଉଦୟଗିରି ସହରରେ ଗୁରୁବାର ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ ଓ କନ୍ଧମାଳ ଏମ୍‌ପି ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ପାଇଁ...

ରତ୍ନ ଭଣ୍ଡାର ଚାବି ମିଳିବାର ଅଛି ତ ଭାଜପାକୁ ଭୋଟ୍‌ ଦିଅନ୍ତୁ: ନଡ୍ଡା

ପଦ୍ମପୁର,୧୬।୫: ପଦ୍ମପୁରରେ ଭାଜପା ସଭାପତି ଜେପି ନଡ୍ଡା ବିଜେଡି ଉପରେ ବର୍ଷିଛନ୍ତି। ନଡ୍ଡା କହିଛନ୍ତି, ରତ୍ନଭଣ୍ଡାର ଚାବି ହଜିଛି, ଚାବି କୁଆଡ଼େ ଗଲା। ରତ୍ନ ଭଣ୍ଡାର...

ସାଲୁଗାଙ୍କ ପାଇଁ ପ୍ରଚାର କଲେ ସବ୍ୟ-ଅର୍ଚ୍ଚିତା

ରାଇକିଆ,୧୬ା୫(ପ୍ରଦୀପ ବେହେରା): ଆସନ୍ତା ୨୦ରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ପାଇଁ କନ୍ଧମାଳ ଜିଲା ରାଇକିଆଠାରେ ବିଭିନ୍ନ ରାଜନୈତିକ ଦଳର ପ୍ରଚାର ଜୋର୍‌ ଧରିଛି। ଗୁରୁବାର...

ଧାରଣାସ୍ଥଳରେ ପୋଲିସର ଲାଠିଚାର୍ଜ, ଛତ୍ରଭଙ୍ଗ ଦେଲେ ଲୋକେ

ଖଲ୍ଲିକୋଟ,୧୬ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଖଲ୍ଲିକୋଟ ଥାନା ଆଗରେ ସକାଳ ୯ଟାରୁ ଭାଜପା ସମର୍ଥକଙ୍କ ଧାରଣା ଜାରି ରହିଥିଲା। ୧.୩୦ ସମୟରେ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ...

ଖଲ୍ଲିକୋଟ ପରେ ପୋଲସରାରେ ରାଜନୈତିକ ହିଂସା: ଫୁଟିଲା ଗୁଳି, ଜଣେ ଗୁରୁତର

ପୋଲସରା,୧୬।୫: ନିର୍ବାଚନ ଭିତରେ ତେଜୁଛି ନିର୍ବାଚନୀ ହିଂସା। ଖଲ୍ଲିକୋଟ ଭଳି ପୋଲସରାରେ ବି ଦେଖିବାକୁ ମିଳିଛି ରାଜନୈତିକ ହିଂସା । ପୋଲସରାରେ ବି ଫୁଟିଛି ଗୁଳି...

ଖଲ୍ଲିକୋଟ ହିଂସାକାଣ୍ଡ: ପୋଲିସକୁ ପଥର ମାଡ଼ କଲେ ଉତ୍ତ୍ୟକ୍ତ ଲୋକ, ଲାଠି ଚାର୍ଜ କଲା ପୋଲିସ

ଖଲ୍ଲିକୋଟ,୧୬।୫: ଗଞ୍ଜାମ ଖଲ୍ଲିକୋଟ ହିଂସାକାଣ୍ଡକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଘଟଣାରେ ପୋଲିସ ୮ଜଣଙ୍କୁ ଗିରଫ କରିଛି। ତେବେ ଅଭିଯୁକ୍ତଙ୍କୁ ଥାନାରୁ ନେବା ବେଳେ...

ଘରକୁ ଘର ବୁଲି ପ୍ରାର୍ଥୀଙ୍କ ପ୍ରଚାର

ହାଟଡିହୀ,୧୬ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ହାଟଡିହୀ ବ୍ଲକର ୩୭ନଂ ଜୋନ୍‌ରେ ଭାଜପା କାର୍ଯ୍ୟକର୍ତ୍ତା ଏବଂ କର୍ମୀମାନେ ବିଭିନ୍ନ ପଞ୍ଚାୟତ ଗସ୍ତକରି ପ୍ରଚାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri