ୟୁକ୍ରେନ ଶରଣାର୍ଥୀଙ୍କୁ ଆଶ୍ରୟ ଦେଲା ପୋଲାଣ୍ଡ

ଓ୍ବାରସ,୨୫।୨: ରୁଷିଆର ଆକ୍ରମଣ ପରେ ୟୁକ୍ରେନବାସୀ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ପଳାୟନ କରୁଛନ୍ତି। ରାଜଧାନୀ କ୍ୱିଭ୍‌ରୁ ଲୋକେ ୟୁକ୍ରେନର ପଶ୍ଚିମାଞ୍ଚଳ ଆଡକୁ ମୁହାଁଇଛନ୍ତି। ରେଳ ଓ ସଡ଼କ ପଥ ଜରିଆରେ ଶତାଧିକ ୟୁକ୍ରେନ ଶରଣାର୍ଥୀ ପୋଲାଣ୍ଡରେ ପହଞ୍ଚିଛନ୍ତି। ଯୁଦ୍ଧ ନିୟନ୍ତ୍ରଣକୁ ଆସିଲେ ସେମାନେ ପୋଲାଣ୍ଡ ଛାଡ଼ିବେ ବୋଲି କହିଛନ୍ତି। ଶରଣାର୍ଥୀ ପୋଲାଣ୍ଡର ପ୍ରଜେମିସଲରେ ଥିବା ପୋଲିସ ଟାଉନ୍‌ରେ ରହିଛନ୍ତି। ହେଲେ ଶରଣାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ପୋଲାଣ୍ଡର ସୀମାରକ୍ଷୀ ଜେନେରାଲ ଟୋମାସ ପ୍ରାଗା କହିଛନ୍ତି। ଶରାଣାର୍ଥୀଙ୍କ ରହଣି, ଖାଦ୍ୟ, ଔଷଧ ପାଇଁ ପୋଲାଣ୍ଡ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଯୁଦ୍ଧ ଫଳରେ ୟୁକ୍ରେନରେ ନିରୀହ ଜନତାଙ୍କ ଜୀବନ ଯାଉଥିବା ପୋଲାଣ୍ଡର ପୋଲିସ ଟାଉନ୍‌ ପ୍ରଧାନମନ୍ତ୍ରୀ ମାଟେଉସ୍ଜ ମୋରାେଓ୍‌ନ୍ସକି କହିଛନ୍ତି।

Share