‘ୟୁକ୍ରେନକୁ ଲିଓପାର୍ଡ ଟ୍ୟାଙ୍କ ପଠାଇବ ପୋଲାଣ୍ଡ’

ଓ୍ବାର୍ସୋ,୨୩ା୧: ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବର୍ଷେ  ହେବାକୁ ଯାଉଛି। ଏହି ସମୟରେ ରୁଷିଆ ସହିତ ଲଢ଼େଇ କରିବାକୁ ଆମେରିକା ସମେତ ଅନେକ ପାଶ୍ଚାତ୍ୟ ଦେଶ ୟୁକ୍ରେନକୁ ଯୁଦ୍ଧ ଟ୍ୟାଙ୍କ ଏବଂ ଅସ୍ତ୍ରଶସ୍ତ୍ର ସମେତ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି।

ସୋମବାର ପୋଲାଣ୍ଡର ପ୍ରଧାନମନ୍ତ୍ରୀ ମାଥ୍ୟୁସ ମୋରାଓ୍ବିକି କହିଛନ୍ତି, ୟୁକ୍ରେନକୁ ଲିଓପାର୍ଡ ଟ୍ୟାଙ୍କ ପଠାଇବା ପାଇଁ ପୋଲାଣ୍ଡ ସରକାର ଜର୍ମାନୀରୁ ଅନୁମତି ଲୋଡ଼ିବେ। ତେବେ ଏ ନେଇ ଜର୍ମାନୀକୁ କେବେ ଅନୁରୋଧ କରାଯିବ ସେ ସମ୍ପର୍କରେ କହିନାହାନ୍ତି। ସେ କହିଛନ୍ତି, ପୋଲାଣ୍ଡ ୟୁକ୍ରେନକୁ ଲିଓପାର୍ଡ ଟ୍ୟାଙ୍କ ପଠାଇବାକୁ ପ୍ରସ୍ତୁତ ଅନେକ ଦେଶର ଏକ ମିଳିତ ମଞ୍ଚ ଗଠନ କରୁଛି।

Share