ପିଓକେରେ ପ୍ରଦର୍ଶନ: ଆମକୁ ପାକିସ୍ତାନ କବଳରୁ ମୁକ୍ତି ଦିଅ ମୋଦି…

ଇସଲାମାବାଦ,୧୧।୯ : ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ରହୁଥିବା ଲୋକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାକିସ୍ତାନ କବଳରୁ ସେମାନଙ୍କୁ ମୁକ୍ତି ଦେବାକୁ ଦାବି କରିଛନ୍ତି। ସମ୍ପ୍ରତି ପିଓକେରେ ପାକିସ୍ତାନ ବିରୋଧୀ ପ୍ରଦର୍ଶନ ଜାରି ରହିିଛି। ଆକାଶଛୁଆଁ ମୁଦ୍ରାସ୍ଫୀତି, ଖାଦ୍ୟ ଅଭାବ ଏବଂ ଅତ୍ୟଧିକ ଟିକସ ବିରୋଧରେ ଲୋକମାନେ ପିଓକେର ସହର ଏବଂ ଗ୍ରାମରେ ରାସ୍ତାରେ ପ୍ରଦର୍ଶନ କରୁଛନ୍ତି।

ସାଧାରଣ ଜନତାଙ୍କ ଉଦବେଗ ପ୍ରକାଶ କରି କଶ୍ମୀରର କାର୍ଯ୍ୟକର୍ତ୍ତା ଶବ୍ବିର ଚୌଧୁରୀ ଏହି ଅଞ୍ଚଳରେ ବ୍ୟାପକ ବିରୋଧ ପ୍ରଦର୍ଶନ ପାଇଁ ପାକିସ୍ତାନକୁ ଦାୟୀ କରିଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଏକ ନୂତନ ଭିଡିଓରେ ଚୌଧୁରୀ ପ୍ରକାଶ କରିଛନ୍ତି ପିଓକେର ଲୋକମାନେ ମୁଦ୍ରାସ୍ଫୀତି, ବିଦ୍ୟୁତ କାଟ, ଖାଦ୍ୟ ନିରାପତ୍ତା ଏବଂ ଅନ୍ୟାୟ ଟିକସ ସହ ସଂଘର୍ଷ କରୁଛନ୍ତି। ଏଥିସହ ସେ କହିଛନ୍ତି ପାକିସ୍ତାନର ବେଆଇନ ଦଖଲାରୁ ମୁକ୍ତି ପାଇବା ପାଇଁ ପିଓକେ ଲୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହାୟତା ଲୋଡିଛନ୍ତି।

ପିଓକେରେ ଥିବା ଲାଇନ ଅଫ କଣ୍ଟ୍ରୋଲ ନିକଟରେ ରହୁଥିବା ଲୋକମାନେ ପାକିସ୍ତାନର ବେଆଇନ ଦଖଲରୁ ଆମକୁ ମୁକ୍ତ କରିବାକୁ ଭାରତୀୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉଦ୍ଦେଶ୍ୟରେ ସ୍ଲୋଗାନ ଦେଉଥିବାର ଶୁଣିବାକୁ ମିଳିଛି। ଆମକୁ ବଞ୍ଚାଅ, ଆମେ ଭୋକରେ ମରୁଛୁ, ଦୟାକରି ଏଠାକୁ ଆସ ଏବଂ ଆମକୁ ସାହାଯ୍ୟ କର। ଏଥିପାଇଁ ପାକିସ୍ତାନ ମଧ୍ୟ ଚିନ୍ତିତ। ପିଓକେର ଲୋକମାନେ କହିଛନ୍ତି ପାକିସ୍ତାନ ସରକାର କ୍ରମାଗତ ଭାବରେ ଅଧିକୃତ କଶ୍ମୀର ଏବଂ ଗିଲଗିଟ ବାଲ୍ଟିସ୍ତାନର ବାସିନ୍ଦାଙ୍କୁ ଦ୍ୱିତୀୟ ଶ୍ରେଣୀର ନାଗରିକଙ୍କ ଭଳି ବ୍ୟବହାର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri