ବିଷାକ୍ତ ଔଷଧ

ଦି ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ (ଡିସିଜିଆଇ) ବା ଭାରତର ଔଷଧ ମହାନିରୀକ୍ଷକ ନିକଟରେ ୧୬ଟି ଔଷଧକୁ ବିଷାକ୍ତ ଘୋଷଣା କରିଛନ୍ତି। ସେହିସବୁ ଔଷଧ ନିୟାମକର ଗୁଣବତ୍ତା ଏବଂ ସୁରକ୍ଷା ମାନକ ପରୀକ୍ଷାରେ ବିଫଳ ହୋଇଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ବିଷାକ୍ତ ଘୋଷିତ ୧୬ଟି ଔଷଧ ମଧ୍ୟରେ ରକ୍ତଚାପକୁ ନିୟନ୍ତ୍ରଣରେ ରଖୁଥିବା ଗ୍ଲେନମାର୍କର ଟେଲମା ଏଚ୍‌ ଓ ପିତ୍ତକୋଷ ପଥର ଚିକିତ୍ସାରେ ବ୍ୟବହୃତ ସନ୍‌ଫାର୍ମାର ଉର୍ସୋକୋଲ ୩୦୦ ରହିଛି। ଅନ୍ୟ ଔଷଧଗୁଡ଼ିକ ମଧ୍ୟରେ ଅଛନ୍ତି ପୁଲମୋସିନ ଇଞ୍ଜେକ୍‌ସନ, ପାଣ୍ଟୋସିଡ୍‌, ପାଜିଭା ୪୦, ପାଣ୍ଟୋମେଡ୍‌-୪୦, ନାଡୋସିସ୍‌ ଟାବ୍‌ଲେଟ ଇତ୍ୟାଦି। ଉଲ୍ଲେଖନୀୟ ଯେ, ୧୯୮୩ରେ ପ୍ରତିଷ୍ଠିତ ମୁମ୍ବାଇସ୍ଥିତ ସନ୍‌ ଫାର୍ମାସ୍ୟୁଟିକାଲ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ ଭାରତର ସର୍ବବୃହତ୍‌ ଔଷଧ କମ୍ପାନୀ। ଏହା ମଧ୍ୟ ବିଶ୍ୱର ଚତୁର୍ଥ ଜେନେରିକ ଫାର୍ମାସ୍ୟୁଟିକାଲ କମ୍ପାନୀ। ୧୦୦ରୁ ଅଧିକ ଦେଶରେ ଏହାର ବ୍ୟବସାୟ ଜାରି ରହିଛି। ଏହାବ୍ୟତୀତ ୧୯୭୭ରେ ପ୍ରତିଷ୍ଠିତ ମୁମ୍ବାଇସ୍ଥିତ ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍‌ ଲିମିଟେଡ୍‌ ଦେଶ ଓ ବିଦେଶରେ ଏହାର ଉପତ୍ାଦ ବିକ୍ରି କରୁଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଔଷଧ ପ୍ରସ୍ତୁତି କ୍ଷେତ୍ରରେ ପ୍ରାୟ ୪ ଦଶନ୍ଧିର ଅଭିଜ୍ଞତା ଥିବା ଦୁଇଟି ବୃହତ୍‌ ଭାରତୀୟ କମ୍ପାନୀର ଔଷଧ ନିୟାମକର ଗୁଣବତ୍ତା ଓ ସୁରକ୍ଷା ମାନକ ପୂରଣ କରିପାରି ନାହାନ୍ତି। ଏହି କମ୍ପାନୀଗୁଡ଼ିକର ଔଷଧ ପ୍ରସାର ଓ ବିକ୍ରି ଭାରତରେ ବହୁ ଆଗରେ ଅଛି। ଡିସିଜିଆଇର ଏବକାର ଘୋଷଣା ପରେ ଲୋକଙ୍କ ମଧ୍ୟରେ ଔଷଧର ଗୁଣବତ୍ତାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ନିକଟ ଅତୀତକୁ ଫେରିଗଲେ ସେପ୍ଟେମ୍ବର ୨୦୨୩ରେ ଭାରତର ଶୀର୍ଷ ରେଗୁଲେଟର କୁହାଯାଉଥିବା ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନ ଦ୍ୱାରା ଦେଶରେ ବିକ୍ରି ହେଉଥିବା ନକଲି କ୍ୟାନ୍‌ସର ଓ ଲିଭର ମେଡିସିନ ଉପରେ ସତର୍କତା ଜାରି କରାଯାଇଥିଲା। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ମଧ୍ୟ ଏ ସମ୍ପର୍କରେ ଚିନ୍ତା ପ୍ରକଟ କରିଥିଲା। ଭାରତରେ ନକଲି ବା ବିଷାକ୍ତ ଔଷଧର ଇତିହାସକୁ ଲକ୍ଷ୍ୟ କଲେ ଏହାର ସ୍ଥାୟୀ ପ୍ରତିକାର ସରକାର କରି ପାରୁ ନାହାନ୍ତି ବୋଲି ସ୍ପଷ୍ଟ ପ୍ରମାଣିତ ହେଉଛି।
ଦେଶରେ ଉପତ୍ାଦିତ ଔଷଧଗୁଡ଼ିକୁ ସ୍ବୀକୃତି ଦେବାରେ ନିୟାମକ ସଂସ୍ଥାର ଭୂମିକା ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଦେଖାଯାଏ, ନିୟାମକ ସଂସ୍ଥାଗୁଡ଼ିକ ଥରେ ଔଷଧର ମାନ ପରୀକ୍ଷା କରି ବିକ୍ରି ପାଇଁ ଅନୁମତି ଦେବା ପରେ ପରବର୍ତ୍ତୀ ସମୟରେ ସେହିସବୁ ଔଷଧର ଗୁଣବତ୍ତା କ’ଣ ରହୁଛି ତାହା ଯାଞ୍ଚ କରନ୍ତି ନାହିଁ। ପ୍ରକୃତରେ ନିୟମିତ ବ୍ୟବଧାନରେ ବିଭିନ୍ନ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଔଷଧର ମାନ ପରୀକ୍ଷା କରାଗଲେ ହୁଏତ ଏଭଳି ସ୍ଥିତି ଉପୁଜନ୍ତା ନାହିଁ। ଅବଶ୍ୟ ବଡ଼ ଫାର୍ମାର ପଇସା ଆଗରେ କିଛି ଅଧିକାରୀଙ୍କ ମୁଣ୍ଡ ବିକ୍ରି ହୋଇଯିବା କାରଣରୁ ଏଭଳି ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହେଉଛି। ଯଦି ସରକାରଙ୍କ ନିୟାମକ ସଂସ୍ଥାସବୁ ସଚ୍ଚୋଟ ଭାବେ ସେମାନଙ୍କ କାର୍ଯ୍ୟ କରନ୍ତେ, ତେବେ ଔଷଧ ନିର୍ମାତା କମ୍ପାନୀଗୁଡ଼ିକ ଲାଭ ଉପରେ ଧ୍ୟାନଦେବା ସହ ଗୁଣବତ୍ତା ରକ୍ଷା ଦିଗରେ ଦୃଷ୍ଟି ଦିଅନ୍ତେ। ଏଥିସହ ଅନ୍ତର୍ଜାତୀୟ ଫାର୍ମା କମ୍ପାନୀଗୁଡ଼ିକ ମଧ୍ୟ ଉଚ୍ଚମାନର ଔଷଧ ଭାରତକୁ ପଠାଇବାକୁ ବାଧ୍ୟ ହୁଅନ୍ତେ ଏବଂ ଭାରତୀୟ କମ୍ପାନୀଗୁଡ଼ିକ ଔଷଧର ଗୁଣବତ୍ତା ଉପରେ ଧ୍ୟାନ ରଖନ୍ତେ। ଏ ଦିଗରେ ଆହୁରି ଏକ ବଡ଼ ସମସ୍ୟା ହେଉଛି, ଜେନେରିକ ଔଷଧର ଉପତ୍ାଦନ। ଏବେ ସରକାର ଜନଔଷଧିର ଆଖ୍ୟା ଦେଇ ଏହାର ଉପତ୍ାଦନ, ପ୍ରଚାର ଓ ପ୍ରସାରକୁ ଗୁରୁତ୍ୱ ଦେଉଛନ୍ତି। ଅନ୍ୟପଟେ ଏହାର ସୁରକ୍ଷା ମାନକ ଉପରେ କଡ଼ା ନଜର ରଖାଯାଉନାହିଁ। ବିଭିନ୍ନ ସାନବଡ଼ ଔଷଧ ଉପତ୍ାଦନକାରୀ କମ୍ପାନୀରେ ଜେନେରିକ ଔଷଧ ପ୍ରସ୍ତୁତ କରାଯାଉଛି ଏବଂ ସେଗୁଡ଼ିକର ମାନର ମାପକାଠି କ’ଣ ରହୁଛି, ତାହାକୁ କିଏ ପରୀକ୍ଷା କରୁଛି ସେ ବିଷୟରେ ଜନସାଧାରଣ ଜାଣିବାର କୌଣସି ବାଟ ନାହିଁ। ଏପରି ସ୍ଥଳେ କେବଳ ବଡ଼ କମ୍ପାନୀ ନୁହେଁ, ଭାରତରେ ପ୍ରସ୍ତୁତ କରାଯାଉଥିବା ସବୁ ଔଷଧ କଠୋର ଯାଞ୍ଚ ମଧ୍ୟରେ ଆସିବା ଦରକାର। କାରଣ ଔଷଧ ଜୀବନ ବଞ୍ଚାଇପାରେ, ଆଉ ବିଷାକ୍ତ ଔଷଧ ବି ଜୀବନ ନେଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

କଂଗ୍ରେସରେ ଯୋଗ ଦେବେ ରାଘବ ଚଢା? ବଡ଼ ଦାବି କଲେ ଅଳକା ଲାମ୍ବା

ନୂଆଦିଲ୍ଲୀ,୩।୪: ଏଏପି ରାଜ୍ୟ ସଭା ଏମପି ରାଘବ ଚଢା ନିଜ ଦଳ ଭିତରେ ନେତାମାନଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଛନ୍ତି। ରାଜନୈତିକ ମହଲରେ ତାଙ୍କ ସମ୍ପର୍କରେ ବିଭିନ୍ନ…

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri