ସାମ୍‌ନାରେ ସମସ୍ୟା ଅନେକ

ସମସ୍ତେ କ୍ଷମତାକୁ ଭଲ ପାଆନ୍ତି ଏବଂ କ୍ଷମତା ବଜାୟ ରଖିବାକୁ ଚାହାନ୍ତି। ଦଳମତ ନିର୍ବିଶେଷରେ ସବୁ ରାଜନୈତିକ ଦଳ ପ୍ରଚାରରେ ଲିପ୍ତ ରୁହନ୍ତି। କିନ୍ତୁ ବର୍ତ୍ତମାନ ସରକାର ଏପରି ପ୍ରଚାରରେ ଲିପ୍ତ ରହୁଛନ୍ତି ଯେ, କେବେ ଏପରି ଆଗରୁ ଦେଖିବାକୁ ମିଳି ନ ଥିଲା। ପ୍ରଚାର ଯୋଗୁ ବିଭିନ୍ନ ସମସ୍ୟା ସବୁ ଆଉ ଆଲୋଚନା ହେଉନି, ସମାଧାନ ତ ଦୂରର କଥା। ଦାରିଦ୍ର୍ୟ, ବେକାରି, ବୈଷମ୍ୟ ଓ ମୁଦ୍ରାସ୍ଫୀତି ଅତ୍ୟନ୍ତ ଭୟଙ୍କର।
ଭାରତର ଆର୍ଥିକ ଅଭିବୃଦ୍ଧି ସମତୁଲ, ସମାନୁପାତିକ ହେବା ସହିତ ନିଯୁକ୍ତି ବୃଦ୍ଧି ପାଇବା ଆବଶ୍ୟକ। କିନ୍ତୁ ଏବେ ଅଭିବୃଦ୍ଧିର ସୁଫଳ ଗରିବଙ୍କ ନିକଟରେ ପହଞ୍ଚୁନାହିଁ। ଚିନ୍ତାର ବିଷୟ ହେଉଛି ଯେଉଁ ଅନୁସାରେ ଜିଡିପି ବୃଦ୍ଧି ପାଉଛି, ସେହି ଅନୁସାରେ ନିଯୁକ୍ତି ବୃଦ୍ଧି ପାଉନି। ନିଯୁକ୍ତି ବିହୀନ ଅଭିବୃଦ୍ଧି ଦେଖିବାକୁ ମିଳୁଛି। ଉଦାହରଣ ସ୍ବରୂପ ୨୦୦୦ ରୁ ୨୦୧୨ ମଧ୍ୟରେ ଅର୍ଥନୀତି ବାର୍ଷିକ ୬.୨% ହାରରେ ବୃଦ୍ଧି ପାଇଥିଲା ବେଳେ ନିଯୁକ୍ତି ମାତ୍ର ୧.୬% ହାରରେ ବୃଦ୍ଧି ପାଉଛି। ପରିସ୍ଥିତି ଆହୁରି ପୁନଶ୍ଚ ଖରାପ ହୋଇଛି। ୨୦୧୨ ରୁ ୨୦୧୯ ମଧ୍ୟରେ ଅଭିବୃଦ୍ଧି ହାର ୬.୭% ହୋଇଥିଲା ବେଳେ ନିଯୁକ୍ତି ବୃଦ୍ଧି ହାର ମାତ୍ର ୧.୭%।
ଜେନିଭା ସ୍ଥିତ ଅନ୍ତର୍ଜାତୀୟ ଶ୍ରମ ସଂଗଠନ ଏବଂ ଇନ୍‌ଷ୍ଟିଟ୍ୟୁଟ ଅଫ୍‌ ହ୍ୟୁମାନ ଡେଭଲପମେଣ୍ଟ (ଆଇଏଚ୍‌ଡି)ର ଯୁଗ୍ମ ପ୍ରୟାସରେ ପ୍ରସ୍ତୁତ ‘ଇଣ୍ଡିଆ ଏମ୍ପ୍ଲୟମେଣ୍ଟ ରିପୋର୍ଟ’ ବା ‘ଭାରତ ନିଯୁକ୍ତି ୨୦୨୪’ ଶୀର୍ଷକ ଏହି ରିପୋର୍ଟରେ ଦେଶର ବେକାରି ସ୍ଥିତିକୁ ନେଇ ଉଦ୍‌ବେଗଜନକ ତଥ୍ୟ ପ୍ରକାଶ ପାଇଛି। ଯୁବ ପିଢ଼ିଙ୍କ ମଧ୍ୟରେ ବେକାରି ସର୍ବାଧିକ, ଏପରିକି ଭୟଙ୍କର। ଅଧିକ ଚିନ୍ତାଜନକ ହେଉଛି ଅଧିକାଂଶ ଶିକ୍ଷିତ ବେକାରି। ୩୪ରୁ କମ୍‌ ବୟସର ଲୋକଙ୍କ ମଧ୍ୟରୁ ୮୩% ବେକାର। ବେକାରି ହାର୍‌ ମେ ମାସରେ ୭% ଥିଲାବେଳେ, ଜୁନ୍‌ରେ ୯.୨% କୁ ବୃଦ୍ଧି ପାଇଛି। ଶ୍ରମଶକ୍ତିରେ ମହିଳାଙ୍କ ଅଂଶଗ୍ରହଣ ଯେଉଁସବୁ ଦେଶଗୁଡ଼ିକ କମ୍‌ ସେଥିମଧ୍ୟରେ ଭାରତ ରହିଛି। ୨୦୨୨ରେ ପୁରୁଷମାନଙ୍କ କ୍ଷେତ୍ରରେ ଏହା ୭୭.୨% ହୋଇଥିଲାବେଳେ ମହିଳାମାନଙ୍କ କ୍ଷେତ୍ରରେ ଏହା ୩୨.୮% ବା ପ୍ରାୟ ୨.୩ ଗୁଣ କମ୍‌। ବିଶ୍ବରେ ମହିଳାମାନଙ୍କ କ୍ଷେତ୍ରରେ ଏହା ୪୭.୩%।
ଭାରତରେ ଅଶାନ୍ତି, ଆତ୍ମହତ୍ୟା, ଅପରାଧ ବୃଦ୍ଧି ପାଇଛି। ନ୍ୟାଶନାଲ କ୍ରାଇମ ରେକର୍ଡ ବ୍ୟୁରୋ ତଥ୍ୟ ୨୦୨୨ ଅନୁଯାୟୀ, ପ୍ରତ୍ୟେକ ଦିନ ଭାରତରେ ୪୬୮ ଜଣ ଆତ୍ମହତ୍ୟା କରୁଛନ୍ତି। ଆତ୍ମହତ୍ୟା ହାର ଯାହା ୨୦୧୮ରେ ୧ ଲକ୍ଷରେ ୧୦.୨ ଥିଲା, ତାହା ୨୦୨୨ରେ ୧୨.୪କୁ ବୃଦ୍ଧି ପାଇଛି। ୨୦୧୭ରେ ଆତ୍ମହତ୍ୟା କରିଥିବା ଲୋକଙ୍କ ସଂଖ୍ୟା ୧,୩୪,୫୧୬ ଥିଲାବେଳେ ୨୦୨୧ରେ ୧,୬୫, ୦୩୩, ୨୦୨୨ରେ ୧,୭୧,୦୦୦କୁ ବୃଦ୍ଧି ପାଇଛି। ଅର୍ଥାତ୍‌ ୨୦୨୨ରେ ଆତ୍ମହତ୍ୟା ହାର ୨୦୨୧ ତୁଳନାରେ ୪.୩% ଏବଂ ୨୦୧୮ ତୁଳନାରେ ୨୭% ଅଧିକ। କେବଳ ଆତ୍ମହତ୍ୟା କରିଥିବା ଲୋକଙ୍କ ମଧ୍ୟରୁ ଦିନ ମଜୁରିଆ ୨୬%। ୨୦୨୨ରେ ୧୫୦ଟି ପରିବାର ସମ୍ପୂର୍ଣ୍ଣ ଭାବେ ଆତ୍ମହତ୍ୟା କରିଥିଲେ। ୨୦୧୩ ରୁ ୨୦୨୨ ମଧ୍ୟରେ ଅତ୍ୟଧିକ ଥଣ୍ଡା ଯୋଗୁ କେବଳ ୮୦୦ ଲୋକ ପ୍ରାଣ ହରାଇଛନ୍ତି। ଚିନ୍ତାର ବିଷୟ ହେଉଛି ଯେଉଁ ହାରରେ ଜନସଂଖ୍ୟା ବୃଦ୍ଧି ପାଉଛି , ତାହାଠାରୁ ଅଧିକ ହାରରେ ଛାତ୍ର ଆତ୍ମହତ୍ୟା ବୃଦ୍ଧି ପାଇଛି।
୨୦୨୪ ମସିହା ମାର୍ଚ୍ଚ ୧୮ରେ ପ୍ରକାଶିତ ୱାର୍ଲଡ ଇନ୍‌ଇକ୍ବାଲିଟି ଲ୍ୟାବ। ‘ଭାରତରେ ଆୟ ଏବଂ ସମ୍ପଦ ଅସମାନତା ୧୯୨୨-୨୦୨୩: ବିଲିୟନେୟାର ରାଜ୍‌ର ବୃଦ୍ଧି’ ଶୀର୍ଷକ ଏକ ୱାର୍କିଂ ପେପର ବା ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁସାରେ ଭାରତରେ ୨୦୧୪-୧୫ରୁ ୨୦୨୨-୨୩ ମଧ୍ୟରେ ଆୟ ଅସମାନତା ସବୁଠୁ ଅଧିକ ବଢ଼ିଥିଲା। ଭାରତର ଆଧୁନିକ ପୁଞ୍ଜିପତି ବର୍ଗଙ୍କ ‘ବିଲିୟନେୟାର ରାଜ୍‌’ ଉପନିବେଶବାଦୀଙ୍କ ‘ବ୍ରିଟିଶ ରାଜ୍‌’କୁ ବଳିଯାଇଛି। ଧନୀ ଶ୍ରେଣୀର ଲୋକଙ୍କ ପାଖରେ ବିପୁଳ ସମ୍ପଦ ଥିବାବେଳେ ଗରିବ ଲୋକମାନେ ଠିକ୍‌ ଢଙ୍ଗରେ ଜୀବନ କାଟିବାକୁ ସଂଘର୍ଷ କରୁଛନ୍ତି। ଗତ ୧୦୦ ବର୍ଷ ଭିତରେ ଏଭଳି ସ୍ଥିତି ଦେଶରେ ଦେଖିବାକୁ ମିଳି ନ ଥିଲା। ୨୦୦୦ରେ ଭାରତର ୧% ଧନୀଙ୍କ ପାଖରେ ଜାତୀୟ ଆୟର ୧୫.୧% ଥିଲାବେଳେ ୨୦୨୨-୨୩ରେ ଏହା ୨୨.୬%କୁ ବୃଦ୍ଧି ପାଇଛି, ଯାହା ୧୯୨୨ ପରେ ସର୍ବାଧିକ। ସମ୍ପଦ ଦୃଷ୍ଟିରୁ ୨୦୦୨ରେ ଭାରତର ୧% ଧନୀଙ୍କ ପାଖରେ ଜାତୀୟ ସମ୍ପଦର ୨୫.୪% ଥିଲାବେଳେ ୨୦୨୨-୨୩ରେ ଏହା ୪୦.୧% କୁ ବୃଦ୍ଧି ପାଇଛି। ଏହି ବୈଷମ୍ୟ ୧୯୬୧ ପରଠାରୁ ସର୍ବାଧିକ। କେବଳ ଦକ୍ଷିଣ ଆଫ୍ରିକାର ୫୪.୯% , ବ୍ରାଜିଲ ୪୮.୭% ରେ ସମବା ଜନିତ ବୈଷମ୍ୟ ଅଧିକ।
ବିଶ୍ୱ ଅସମାନତା ଗବେଷଣାଗାର ଦ୍ୱାରା ନିକଟରେ ପ୍ରକାଶିତ ଟିକସ ନ୍ୟାୟ ଓ ସମ୍ପଦ ବଣ୍ଟନ ଶୀର୍ଷକ ରିପୋର୍ଟରେ ଦେଶରେ ଧନୀ ଓ ଗରିବଙ୍କ ମଧ୍ୟରେ ବ୍ୟବଧାନ ଭୟଙ୍କର ଭାବେ ବୃଦ୍ଧି ପାଇଥିବା କୁହାଯାଇଛି। ଦେଶର ମୋଟ ସମ୍ପତ୍ତିର ୮୫% ସମାଜର ଉଚ୍ଚ ଜାତି ବା ଅସଂରକ୍ଷିତ ବର୍ଗର ଲୋକଙ୍କ ପାଖରେ ରହିଛି ବୋଲି ଏଥିରେ କୁହାଯାଇଛି। ଦେଶର ଅନୁସୂଚିତ ଜାତିର ଲୋକଙ୍କ ପାଖରେ ମାତ୍ର ୨.୬% ସମ୍ପତ୍ତି ହିଁ ରହିଥିବା ଜଣାପଡିଛି। ଜାତୀୟ ନମୁନା ସର୍ଭେରେ କୁହାଯାଇଛି ଯେ, ଦେଶରେ ପଛୁଆ ବର୍ଗ ଜନସଂଖ୍ୟାର ୪୦.୯୪% ହୋଇଥିବା ବେଳେ ଅନୁସୂଚିତ ଜାତିର ସଂଖ୍ୟା ୧୯.୫୯%, ଆଦିବାସୀ ବା ଅନୁସୂଚିତ ଜନଜାତିଙ୍କ ସଂଖ୍ୟା ୮.୬୩% ଓ ଅନ୍ୟ ବର୍ଗର ଲୋକଙ୍କ ସଂଖ୍ୟା ୩୦.୮%। ଅଥଚ ସେମାନଙ୍କ ସମ୍ପତ୍ତିର ମାଲିକାନାକୁ ଦେଖିଲେ ପଛୁଆ ବର୍ଗର ଲୋକଙ୍କ ପାଖରେ ମାତ୍ର ୯%, ଦଳିତ ବା ଅନୁସୂଚିତ ଜାତିର ଲୋକଙ୍କ ପାଖରେ ୨.୬% ହିଁ ସମ୍ପତ୍ତି ରହିଛି। ୨୦୧୩ ପରଠାରୁ ଦେଶରେ ସମ୍ପତ୍ତିର ଏହି ଅସମାନତାରେ ବୃଦ୍ଧି ଦେଖିବାକୁ ମିଳିଛି।
ଅତ୍ୟାବଶ୍ୟକ ସାମଗ୍ରୀ ଦର ନିୟନ୍ତ୍ରଣ ବାହାରେ। ଖୁଚୁରା ମୂଲ୍ୟ ମୁଦ୍ରାସ୍ଫୀତି ଗତ ୨୪ ମାସରେ ଆର୍‌ବିଆଇର ସର୍ବୋଚ୍ଚ ସହନଶୀଳତା ସୀମାକୁ ୬% ଅତିକ୍ରମ କରିଥିବାବେଳେ ଗତ ୨୮ ମାସରେ ଖାଦ୍ୟ ମୁଦ୍ରାସ୍ଫୀତି ୬% ରୁ ଅଧିକ ହୋଇଛି। ଜୁନ୍‌ରେ ଖାଦ୍ୟ ମୁଦ୍ରାସ୍ଫୀତି ୯.୪%, ଖୁଚୁରା ମୁଦ୍ରାସ୍ଫୀତି ୫.୦୮% ଓ ପାଇକାରୀ ମୁଦ୍ରାସ୍ଫୀତି ହାର ୧୫ ମାସର ସର୍ବାଧିକ ୩.୩୬% ରହିଛି, ଯାହା ଚିନ୍ତାଜନକ। ଗତ ବର୍ଷରେ ଖାଦ୍ୟ ପଦାର୍ଥ ମୂଲ୍ୟ ଯଥା, ପିଆଜ (୯୩.୩୫%), ଆଳୁ (୬୬.୩୭%), ପନିପରିବା (୩୮.୭୬%),ଖାଦ୍ୟ ଶସ୍ୟ ( ୯.୨୭%), ଫଳ (୧୦.୨୪%) , ଗହମ (୬.୨୫%) ବୃଦ୍ଧି ପାଇଛି। ମୁଦ୍ରାସ୍ଫୀତି ହାର ବୃଦ୍ଧି ପାଇପାରେ ବା ହ୍ରାସ ପାଇପାରେ, କିନ୍ତୁ ଅତ୍ୟାବଶ୍ୟକ ସାମଗ୍ରୀ, ପନିପରିବା ଦର ଅହେତୁକ ବୃଦ୍ଧି ପାଇଛି, ଯାହା କମିବାର ସମ୍ଭାବନା ନାହିଁ।
ଭାରତର ଲୋକଙ୍କ ଆର୍ଥିକ ସ୍ଥିତିରେ କିପରି ଅବନତି ଘଟିଛି ତାହା ରିଜର୍ଭ ବ୍ୟାଙ୍କର ଏକ ରିପୋର୍ଟରୁ ଜଣାପଡ଼ିଛି। ପାରିବାରିକ ସଞ୍ଚୟ ଉଭୟ ଭୌତିକ ସଞ୍ଚୟ ଓ ବିତ୍ତୀୟ ବା ଆର୍ଥିକ ବା ଫାଇନାନ୍ସିଆଲ ସଞ୍ଚୟର ସମ୍ମିଶ୍ରଣ। ଭୌତିକ ସଞ୍ଚୟ ସୁନା, ରିୟଲ ଇଷ୍ଟେଟ ଇତ୍ୟାଦି ଏବଂ ଆର୍ଥିକ ସଞ୍ଚୟ ମୁଦ୍ରା, ବ୍ୟାଙ୍କ ସଞ୍ଚୟ, ମ୍ୟୁଚୁଆଲ ଫଣ୍ଡ, ସରକାରଙ୍କ ଉପରେ ନେଟ ଦାବି, ବୀମା ପାଣ୍ଠି, ପେନସନ ପାଣ୍ଠି, ଭବିଷ୍ୟନିଧି ପାଣ୍ଠି, ଡାକଘରର କ୍ଷୁଦ୍ର ସଞ୍ଚୟ ଆଦିକୁ ନେଇ ଗଠିତ। କିନ୍ତୁ ମୋଟ ଆର୍ଥିକ ସଞ୍ଚୟରୁ ଏକ ପାରିବାରିକ ଆର୍ଥିକ ଦେୟ ବା ଋଣକୁ ବିଯୁକ୍ତ କରି ନିଟ୍‌ ବିତ୍ତୀୟ ସଞ୍ଚୟ ଆକଳନ କରାଯାଏ। ନିଟ୍‌ ବିତ୍ତୀୟ ସଞ୍ଚୟ ଅତୀତରେ ହାରାହାରି ଜିଡିପି ୭.୩% ଥିଲା। କିନ୍ତୁ ୨୦୨୨-୨୩ରେ ଏହା ୫.୩%କୁ ହ୍ରାସ ପାଇଲା, ଯାହା ଗତ ୪ ଦଶନ୍ଧିରେ ସର୍ବନିମ୍ନ। ଅପରପକ୍ଷରେ ପାରିବାରିକ ଋଣ ଜିଡିପିର ୪୦% ରେ ପହଞ୍ଚିଛି, ଯାହା ଚିନ୍ତାର ବିଷୟ। ଆର୍ଥିକ ସଞ୍ଚୟ ହ୍ରାସ ପାଇବାରୁ ବ୍ୟାଙ୍କମାନେ ଋଣ ଦେବାକୁ ଅର୍ଥ ପାଉନାହାନ୍ତି। ସରକାର ସଞ୍ଚୟର ସୁଧ, ପରିପକ୍ୱ ରାଶି ଓ ବୀମା ପ୍ରିମିୟମ ଉପରେ ଟିକସ ଆଦାୟ କରିବାରୁ ଏବଂ ସଞ୍ଚୟ ଜନିତ ଟିକସ ରିହାତି ନ ଦେବା ଯୋଗୁ ଆର୍ଥିକ ସଞ୍ଚୟ ମଧ୍ୟ ହ୍ରାସ ପାଉଛି। ଏହି ହ୍ରାସ ଦର୍ଶାଉଛି ଲୋକମାନଙ୍କ ଋଣ ବୃଦ୍ଧି ପାଇବା ସହିତ ଜୀବନର ମାନଦଣ୍ଡ ହ୍ରାସ ପାଇଛି।
ମୋ:୯୪୩୭୨୦୮୭୬୨


Enter your email to get our daily news in your inbox.

All Right Reserved By Dharitri.Com

ନାବାଳକଙ୍କୁ ଅସଦାଚରଣ: ପଡୋଶୀ ଘରର ନାବାଳକଙ୍କୁ ଘରକୁ ଡାକି….

ବଲାଙ୍ଗୀର, ୨୨ା୫ (ସୁନିଲ କୁମାର ମହାନ୍ତି): ଜଣେ ନାବାଳକଙ୍କୁ ଅସଦାଚରଣ ଅଭିେଯାଗରେ ପୁଇଁନ୍ତଳା ଥାନା ପୋଲିସ ଜଣେ ବ୍ୟକ୍ତିଙ୍କୁ ଥାନାକୁ ଆଣି ଅଟକ ରଖିଥିବା ଜଣାପଡିଛି। ବ୍ୟକ୍ତି…

ରାଜ୍ୟରେ ଶକ୍ତି ସଙ୍କଟ: ଆସନ୍ତା ୬ ମାସ ପାଇଁ ‘ଏସ୍‌ମା’ ଲାଗୁ କଲେ ସରକାର

ଭୁବନେଶ୍ୱର,୨୨।୫(ରବିନାରାୟଣ ଜେନା):  ରାଜ୍ୟରେ କିଭଳି ନିରବଚ୍ଛିନ୍ନ ବିଦ୍ୟୁତ୍‌ ସରବରାହ ହୋଇପାରିବ ଏବଂ କର୍ମଚାରୀମାନେ ଆନ୍ଦୋଳନକୁ ନ ଓହ୍ଲାଇବେ ତାକୁ ଦୃଷ୍ଟିରେ ରଖି ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ…

ପେଣ୍ଟ ପକେଟ୍‌ରେ ଥିଲା ମୋବାଇଲ୍ ହଠାତ ହେଲା ବିସ୍ଫୋରଣ, ଅଳ୍ପକେ ବଞ୍ଚିଲେ..

ପଦ୍ମପୁର, ୨୨/୦୫ (ପ୍ରଦୀପ୍ତ ଦାଶ): ପଦ୍ମପୁର ନିକଟସ୍ଥ ଭେଉଁରିଆ ପଞ୍ଚାୟତର ଅମିତ କୁମାର ସାହୁ ସାଧାରଣ ଦିନମାନଙ୍କ ଭଳି ପେଣ୍ଟ ପକେଟ୍‌ରେ ମୋବାଇଲ୍ ରଖି କାମକୁ ବାହାରିଥିଲେ।…

ଗ୍ରାହକଙ୍କ ପାଇଁ ଆଶ୍ଵସ୍ତି: ଟଳିଲା ଷ୍ଟ୍ରାଇକ୍, ମେ ୨୫ ଓ ୨୬ରେ ସ୍ଵାଭାବିକ ରହିବ ଷ୍ଟେଟ୍ ବ୍ୟାଙ୍କ…

ନୂଆଦିଲ୍ଲୀ,୨୨।୫: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ଵସ୍ତିକର ଖବର। ଆସନ୍ତା ମେ ୨୫ ଏବଂ ୨୬ ତାରିଖରେ ବ୍ୟାଙ୍କର ସମସ୍ତ…

ଥୁଆମୂଳ ରାମପୁରରେ କାଳବୈଶାଖୀର ତାଣ୍ଡବ

ଥୁଆମୂଳ ରାମପୁର, ୨୨ା୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ ନାକୁରୁଣ୍ଡି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ହଠାତ୍‌ ବର୍ଷାପବନ…

ସିବିଏସଇ ଭଳି ସିଏଚଏସଇରେ ବିକାଶର ନୂଆଁ ରେକର୍ଡ: ଖୁସିରେ ମିଠା ଖୁଆଇଲେ କ୍ରୀଷ୍ଣା ବିକାଶ ଗ୍ରୁପ୍ ଚେୟାରମେନ, ସତ୍ୟସୁନ୍ଦର ରାଜ୍ୟ ଓ ସମର୍ପିତା ପଶ୍ଚିମ ଓଡ଼ିଶା ଟପ୍ପର

ବରଗଡ଼,୨୨।୫(ପ୍ରେମାନନ୍ଦ ଖମାରୀ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ପରିଚାଳିତ ପରୀକ୍ଷା ଭଳି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ୱର, ଓଡ଼ିଶା ଦ୍ଵାରା ଆୟୋଜିତ ଦ୍ଵାଦଶ ଶ୍ରେଣୀ…

KKRକୁ ବଡ଼ ଝଟକା: ଭାଙ୍ଗିଗଲା ଆଙ୍ଗୁଠି, ଆଇପିଏଲ୍‌ରୁ ବାଦ୍ ପଡ଼ିଲେ ଷ୍ଟାର୍ ବ୍ୟାଟ୍ସମ୍ୟାନ୍…

କୋଲକାତା,୨୨।୫: ଆଇପିଏଲ୍ (IPL) ୨୦୨୬ରେ ପ୍ଲେ-ଅଫ୍ ଦୌଡ଼ରେ ରହିଥିବା କୋଲକାତା ନାଇଟ୍ ରାଇଡର୍ସ (KKR) ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଦଳର ଶେଷ ଲିଗ୍ ମ୍ୟାଚ୍…

ଚୋରା ଚାଲାଣ ରୋକିବା ପାଇଁ ବାଲି ସୈରାତକୁ ଖୋଳି ଦେଲା ଖଣି ବିଭାଗ   

ଦିଗପହଣ୍ଡି,୨୨|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ପତ୍ରଚୁଡ଼ି, ସୁନ୍ଦରଡ଼ା ଗ୍ରାମ ନିକଟ ବାହୁଦା ନଦୀ ର ବାଲି ସୈରାତ ନିଲାମ ହୋଇନଥିବା ବେଳେ ସେଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri