ବିଷାକ୍ତ ହେଉଛି ଦୟା

ଭୁବନେଶ୍ୱର,୨।୧୧(ବ୍ୟୁରୋ): ବାୟୁ ପ୍ରଦୂଷଣ ପରେ ଏବେ ଚିନ୍ତା ବଢାଇଛି ଜଳ ପ୍ରଦୂଷଣ। ନଦୀ ଜଳ ପ୍ରଦୂଷଣ ଏବେ ଆଉଏକ ବଡ଼ ସମସ୍ୟାଭାବେ ଉଭା ହୋଇଛି। ବିନା ଟ୍ରିଟ୍‌ମେଣ୍ଟରେ ସ୍ବେରେଜ ଓ ଡ୍ରେନ୍‌ ପାଣି ନଦୀରେ ମିଶିବା ଯୋଗୁ ଏହାର ଜଳ ବିଷାକ୍ତ ହୋଇପଡୁଛି। ଏଥିଯୋଗୁ ରାଜଧାନୀ ଉପକଣ୍ଠରେ ପ୍ରବାହିତ ଐତିହାସିକ ଦୟାନଦୀର ଅବସ୍ଥା ଦିନକୁ ଦିନ ସାଂଘାତିକ ହେବାରେ ଲାଗିଛି। ଏହା ଚାଷ କିମ୍ବା ପିଇବା ପାଣି ପାଇଁ ବ୍ୟବହାର ଉପଯୋଗୀ ହୋଇ ରହିନାହିଁ। ଭୁବନେଶ୍ୱରର ୧୧ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ଦ୍ୱାରା ବ୍ୟବହୃତ ଦୂଷିତ ଜଳ ସିଧାସଳଖ ଏହି ନଦୀକୁ ଛଡ଼ାଯାଉଛି। ଦେଶର ନଂ.୧ ସ୍ମାର୍ଟସିଟି ହୋଇଥିଲେ ମଧ୍ୟ ଏଠାରେ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ବା ବର୍ଜ୍ୟ ଜଳ ବିଶୋଧନ ପ୍ରକଳ୍ପ ନ ଥିବାରୁ କେବଳ ଦୟା ନୁହେଁ, ଗଙ୍ଗୁଆ ଓ କୁଆଖାଇ ନଦୀରେ ମଧ୍ୟ ପ୍ରଦୂଷଣ ମାତ୍ରା ଗତ ୧୦ବର୍ଷ ମଧ୍ୟରେ ଢେର୍‌ ବଢ଼ିଯାଇଛି। ଫଳରେ ଏସବୁ ନଦୀର ଜଳ ଚିଲିକାରେ ମିଶୁଥିବାରୁ ଏହି ବୃହତ୍‌ ହ୍ରଦର ଜୈବ୍ୟ ବିବିଧତା ନଷ୍ଟ ହେବାରେ ଲାଗିଛି।
ଓ ପୁରୀ ଜିଲାର ପ୍ରାୟ ୭୦ କି.ମି. ପର୍ଯ୍ୟନ୍ତ ପ୍ରବାହିତ ହୋଇଛି ଦୟା ନଦୀ। ଏଥିସହ ଏହାର ଶାଖା ନଦୀ ଲୁଣା, ମଲାଗୁଣୀ ଏବଂ ମକରା ନଦୀ ଜଳ ଉପରେ ନିର୍ଭର କରି ଭୁବନେଶ୍ୱର, ଜଟଣୀ, କଣାସ, ଟାଙ୍ଗୀ, ବାଲୁଗାଁ, ଡେଲାଙ୍ଗ, ପିପିଲି ଏବଂ ସତ୍ୟବାଦୀ ଅଞ୍ଚଳର ୩ ଲକ୍ଷରୁ ଅଧିକ ଲୋକ ଉପକୃତ ହେଉଛନ୍ତି। ହେଲେ ଦୟା ପ୍ରତି ଗତ କିଛିବର୍ଷ ହେଲା ସୃଷ୍ଟି ହୋଇଛି ବିପଦ। ଭୁବନେଶ୍ୱର ଓ ପୁରୀ ସହରରୁ ପ୍ରତିଦିନ ବାହାରୁ ଥିବା ଟନ୍‌ ଟନ୍‌ ସ୍ବେରେଜ ଓ ନର୍ଦ୍ଦମା ଆବର୍ଜନା ଦୟାନଦୀ ଜଳକୁ ଦୂଷିତ କରୁଛି। ଏହାର କୁପ୍ରଭାବ ସିଧାସଳଖ ଜଳଚର ଜୀବ ଓ ସାଧାରଣ ଲୋକଙ୍କ ଉପରେ ପଡ଼ୁଛି। ନଦୀର ପାର୍ଶ୍ୱବର୍ତ୍ତୀ ଗ୍ରାମରେ ରହୁଥିବା ଲୋକେ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏହା ବ୍ୟବହାର ଉପଯୋଗୀ ନୁହେଁ ବୋଲି ଖୋଦ୍‌ ରାଜ୍ୟ ସରକାର ସ୍ବୀକାର କରିଛନ୍ତି। ନଦୀଜଳ ପ୍ରଦୂଷଣ ରୋକିବା ପାଇଁ ରାଜଧାନୀର ୬ଟି ସ୍ଥାନରେ ସ୍ବେରେଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ(ଏସ୍‌ଟିପି) ଏଯାଏ କାର୍ଯ୍ୟକ୍ଷମ ହୋଇପାରିନି। ୮୦୦ କୋଟି ଟଙ୍କାର ଏହି ପ୍ରକଳ୍ପ ଦୀର୍ଘବର୍ଷ ଧରି କୋମାରେ ପଡ଼ିଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ତ୍ୱରିତ ପଦକ୍ଷେପ ନ ନେଇ ଚୁପ୍‌ ବସିଛି।
ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ(କାପୋକ)ର ଏକ ସର୍ଭେରୁ ଜଣାପଡ଼ିଛି, ଦୟା ନଦୀ ଉପରେ ନିର୍ଭର କରି ପ୍ରାୟ ୧୨୦୦ ହେକ୍ଟର ଜମିରେ କୃଷି କାର୍ଯ୍ୟ ହେଉଛି। ୩ ହଜାରରୁ ଅଧିକ ମତ୍ସ୍ୟଜୀବୀ ପରିବାର ରୋଜଗାର ପାଉଛନ୍ତି। ପିଇବା ପାଣି ଲାଗି ୮୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଦୟା ଏବଂ ଏହାର ଶାଖା ନଦୀ ଉପରେ ନିର୍ଭର କରୁଛନ୍ତି। ୧୦ ଲକ୍ଷ ଲୋକଙ୍କୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଉଛି। ହେଲେ ୩ ଦଶନ୍ଧି ହେଲା ଦୟାନଦୀର ଜଳ ବ୍ୟବହାର ଅନୁପଯୋଗୀ ହୋଇଯାଇଛି। ଭୁବନେଶ୍ୱରର ପ୍ରାକୃତିକ ଡ୍ରେନ୍‌ ସମେତ ନାଳରୁ ଯେଉଁ ଆବର୍ଜନା ବାହାରୁଛି ତାହା ସିଧା ଗଙ୍ଗୁଆ ଦେଇ ଦୟାରେ ମିଶୁଛି। ସହରରେ ଥିବା ୮୮ଟି ଶିଳ୍ପ ସଂସ୍ଥା ଏବଂ ମଞ୍ଚେଶ୍ୱର ଓ ରସୁଲଗଡ଼ ଶିଳ୍ପାଞ୍ଚଳରୁ ବାହାରୁଥିବା ବିଷାକ୍ତ ଜଳ ଦ୍ୱାରା ନଦୀ ପ୍ରଦୂଷିତ ହେଉଛି। ପ୍ରତିଦିନ ପ୍ରାୟ ୩୦୦ ଟନ୍‌ରୁ ଊର୍ଦ୍ଧ୍ୱ ଆବର୍ଜନା ଦୟାନଦୀ ଜଳରେ ମିଶୁଛି। ଦୟା ନଦୀର ପ୍ରଦୂଷିତ ଜଳରେ ଗାଧୋଇବା ସହ ବ୍ୟବହାର କରିବା ଯୋଗୁ ଛୋଟ ପିଲାଙ୍କର ଚର୍ମ ରୋଗ ସହ ଜ୍ୱର, କାଶ ହେଉଛି। ବୟସ୍କମାନେ ପେଟ ରୋଗ ସହ ଶ୍ୱାସ, କିଡ୍‌ନୀ, କ୍ୟାନ୍‌ସର, ତରଳ ଝାଡା ଆଦି ରୋଗରେ ପଡ଼ୁଛନ୍ତି। ନଦୀ ଶଯ୍ୟା ପୋତି ହୋଇଯାଉଥିବାରୁ ମାଛ, ବେଙ୍ଗ, ସାପ, କଇଁଛ ଆଦି ଜଳଚର ଜୀବ ଲୋପ ପାଉଛନ୍ତି। ପ୍ରଦୂଷିତ ଜଳ ଚିଲିକାରେ ମିଶିବାରୁ ଚିଲିକା ମଧ୍ୟ ପ୍ରଦୂଷିତ ହେଉଛି। ଚିଲିକାର ଜୈବ ବିବିଧତା ନଷ୍ଟ ହେଉଛି।
ବିଏମ୍‌ସିର ଜଣେ ଡେପୁଟି କମିଶନର କୁହନ୍ତି, ଓ୍ବାଟର୍‌ କର୍ପୋରେଶନ ଅଫ୍‌ ଓଡ଼ିଶା(ଓ୍ବାଟ୍‌କୋ) ୬ଟି ଏସ୍‌ଟିପିର ନିର୍ମାଣ କାର୍ଯ୍ୟ ସହ ସମସ୍ତ ଦେଖାଶୁଣା କରୁଛି। ବିଏମ୍‌ସିର ଇଞ୍ଜିନିୟରିଂ ସେଲ୍‌ ଏଥିରେ କେବଳ ସହଯୋଗ କରୁଥିବା ସେ କହିଛନ୍ତି। ବାସୁଆଘାଇରେ ଏକ ବଡ଼ ଏସ୍‌ଟିପିର କାମ ଚାଲିଛି। ଏହା କାର୍ଯ୍ୟକ୍ଷମ ହେଲେ ଗଙ୍ଗୁଆ ନଦୀ ଦ୍ୱାରା ଦୟାରେ ମିଶୁଥିବା ବର୍ଜ୍ୟଜଳକୁ ରୋକାଯାଇପାରିବ। ହେଲେ କୋଭିଡ୍‌ ପାଇଁ ଏହି କାମ ବାଧାପ୍ରାପ୍ତ ହୋଇଥିବା ଓ୍ବାଟ୍‌କୋର ଜଣେ ବରିଷ୍ଠ ଇଞ୍ଜିନିୟର କହିଛନ୍ତି।
ଭୁବନେଶ୍ୱର ନୁହେଁ, ରାଜ୍ୟର ୧୯ଟି ନଦୀରେ ସହରାଞ୍ଚଳର ନାଳନର୍ଦ୍ଦମା ପାଣି ମିଶିବା ଯୋଗୁ ଏଗୁଡ଼ିକ ପ୍ରଦୂଷିତ ହେଉଛି। ଗଙ୍ଗୁଆ ଓ ଦୟା ନଦୀ, ବ୍ରାହ୍ମଣୀ ନଦୀ, ଗୁରାଡିହ ନଳା, ମଙ୍ଗଳା ନଦୀ, ନାଗାବଳୀ, କାଠଯୋଡ଼ି, ସେରୁଆ, ରତ୍ନଚିରା, ନନ୍ଦିରା ଯୋର, କୁଆଖାଇ, ମହାନଦୀ, ଋଷିକୁଲ୍ୟା, ବାଙ୍ଗୁରୁ ନଳା, ଭେଡ଼େନ, କୁସୁମୀ, ଲୁଣା, ସାବୁଳିଆ ଏବଂ ବୁଢାବଳଙ୍ଗ ନଦୀ ପ୍ରଦୂଷିତ ହୋଇଛି।

ସସ୍ମିତା ପାଇକରାୟ


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri