Categories: ଜାତୀୟ

ପବନରେ ଜହର, ହରିୟାଣାର ୪ ଜିଲାରେ ସ୍କୁଲ ବନ୍ଦ…

ଚଣ୍ଡିଗଡ଼,୧୫।୧୧: ଦିଲ୍ଲୀ ଏନସିଆର ଅଞ୍ଚଳରେ ବାୟୁ ପ୍ରଦୂଷଣ ବୃଦ୍ଧି ନେଇ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ତାଗିଦର ପ୍ରଭାବ ପଡ଼ିବା ଆରମ୍ଭ କରିଛି। ସୁପ୍ରିମକୋର୍ଟରେ ଶୁଣାଣି ପରେ ହରିୟାଣା ସରକାର ନଭେମ୍ବର୧୭ ପର୍ଯ୍ୟନ୍ତ ୪ଟି ଜିଲ୍ଲାର ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗୁରୁଗ୍ରାମ, ସୋନିପତ, ଝଜ୍ଜର ଏବଂ ଫରିଦାବାଦ ଜିଲାର ସମସ୍ତ ସ୍କୁଲ ବନ୍ଦ କରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଦିଲ୍ଲୀ ଏନସିଆରରେ ବ୍ୟାପିଥିବା ବାୟୁ ପ୍ରଦୂଷଣରୁ ସ୍କୁଲ ପିଲାମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସୋମବାର ଶୁଣାଣି ସମୟରେ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ କହିଛନ୍ତି ଯେ ପ୍ରଦୂଷଣର ମୁକାବିଲା ପାଇଁ ସେମାନେ ଠିକ ସମୟରେ ପଦକ୍ଷେପ ଗ୍ରହଣ କରିବା ଉଚିତ୍‌। ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ସରକାରଙ୍କ ପକ୍ଷରୁ ଖୁବ୍‌ ଶୀଘ୍ର ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ପ୍ରଦାନ କରାଯାଇଛି।

Share