କ୍ଷେତରେ ବିଷ

ଓଡ଼ିଶାର କୃଷକମାନେ ପ୍ରାୟତଃ ଏବେ ବି ରାସାୟନିକ ସାର ଓ କିଟନାଶକ ପ୍ରୟୋଗ କରି ଫସଲ ଅମଳ କରୁଛନ୍ତି। ଏସବୁ ଯେ କେବଳ ନିଜର କ୍ଷେତ ଓ ଫସଲକୁ ବିଷାକ୍ତ କରୁଛି ତା’ ନୁହେଁ, ଜୀବନକୁ ମଧ୍ୟ ବିଷାକ୍ତ କରୁଛି, ଯେଉଁଥିପାଇଁ ବେଳେ ବେଳେ ଜୀବନ ହରାଇବାକୁ ପଡ଼ୁଛି। ଏଇ କୀଟନାଶକ ଯୋଗୁ ଗତବର୍ଷ ମହାରାଷ୍ଟ୍ରର ଅମରାବତୀ ଏବଂ ୟବତ୍‌ମାଲ ଜିଲାରେ ଅତି କମ୍‌ରେ ୪୦ଜଣ ଚାଷୀ ଓ କୃଷି ଶ୍ରମିକ ପ୍ରାଣ ହରାଇଥିଲେ। କୀଟନାଶକର ବିଫଳତା ଯୋଗୁ ଓଡ଼ିଶାରେ, ବିଶେଷକରି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଚକଡ଼ା ପୋକଙ୍କ ପ୍ରାଦୁର୍ଭାବ ଦେଖା ଦେଇଥିଲା, ଯେଉଁଥିପାଇଁ ଏସବୁ ଅଞ୍ଚଳର କିଛି ଚାଷୀଙ୍କର ବ୍ୟାପକ ଫସଲ ହାନି ଘଟିଥିଲା ଏବଂ ତାକୁ ସହି ନ ପାରି ସେମାନଙ୍କ ମଧ୍ୟରୁ କିଛି ଚାଷୀ ଆତ୍ମହତ୍ୟା କରିଥିବାର ଖବର ମଧ୍ୟ ବିଭିନ୍ନ ସମୟରେ ଖବରକାଗଜରେ ପ୍ରକାଶିତ ହୋଇଥିଲା। ପରେ ନକଲି କୀଟନାଶକ ଓଡ଼ିଶାର ଚାଷୀମାନଙ୍କ ଦୁର୍ଦ୍ଦଶାର କାରଣ ବୋଲି ଅଭିଯୋଗ ମଧ୍ୟ ହୋଇଥିଲା। କୀଟନାଶକ ଯୋଗୁ ଚାଷୀମାନଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ମହାରାଷ୍ଟ୍ର ସରକାର ଏକ ଏସ୍‌ଆଇଟି ଗଠନ କରିଥିଲେ, ଯାହା ନିକଟରେ ତା’ର ରିପୋର୍ଟ ପ୍ରଦାନ କରିଛି। ରିପୋର୍ଟରେ ଚାଷୀ ମୃତ୍ୟୁ ପାଇଁ ରାଜ୍ୟ ସରକାରଙ୍କ ପ୍ରଶାସନିକ କଳକୁ ଦାୟୀ କରାଯିବା ସଙ୍ଗେ ସଙ୍ଗେ ମୃତ୍ୟୁର ଶିକାର ହୋଇଥିବା ଚାଷୀମାନଙ୍କୁ ମଧ୍ୟ ଦାୟୀ କରାଯାଇଛି। କାରଣ ଏହି ଚାଷୀମାନେ ବିଷାକ୍ତ ଦ୍ରବ୍ୟ ବ୍ୟବହାର କରିବା ସମୟରେ ସୁରକ୍ଷାର ନିୟମଗୁଡ଼ିକୁ କଡ଼ାକଡ଼ି ପାଳନ କରିବାରେ ବିଫଳ ହୋଇଥିଲେ। ଭବିଷ୍ୟତରେ ଏଭଳି ଘଟଣା ଯେପରି ନ ଘଟିବ, ସେଥିପାଇଁ ଏସ୍‌ଆଇଟି କେତେଗୁଡ଼ିଏ ପ୍ରତିଷେଧକମୂଳକ ବ୍ୟବସ୍ଥା ସୁପାରିସ କରିଛନ୍ତି। ସେଗୁଡ଼ିକ ଯଥାକ୍ରମେ କୀଟନାଶକର ମାନ ପରୀକ୍ଷା କରିବା ନିମନ୍ତେ ଉତ୍ସର୍ଗୀକୃତ ମନୋଭାବସମ୍ପନ୍ନ ଗୁଣାତ୍ମକ ମାନ ଯାଞ୍ଚ, କର୍ମଚାରୀ ନିଯୁକ୍ତି, ଜିଲା ଓ ଗ୍ରାମାଞ୍ଚଳର ହସ୍ପିଟାଲଗୁଡ଼ିକରେ ଆଇସିୟୁ ପ୍ରତିଷ୍ଠା କରିବା ସହିତ ଯେଉଁସବୁ ଚାଷୀ ବା କୃଷି ଶ୍ରମିକ କୀଟନାଶକ ବ୍ୟବହାର ସମ୍ପର୍କିତ ନିୟମାବଳୀଗୁଡ଼ିକୁ ନ ମାନିବେ, ସେମାନଙ୍କ ପାଇଁ ଆଇପିସିରେ କଠୋର ଦଣ୍ଡବିଧାନର ବ୍ୟବସ୍ଥା କରିବା ଇତ୍ୟାଦି ରହିଛି। ଏତଦ୍‌ବ୍ୟତୀତ କମିଟି ମନୋକ୍ରୋଟୋଫସ୍‌ ଏବଂ ପଞ୍ଜୀକୃତ ହୋଇ ନଥିବା ଉଦ୍ଭିଦ ବୃଦ୍ଧି ନିୟନ୍ତ୍ରକ ଦ୍ରବ୍ୟଗୁଡ଼ିକ ଉପରେ ନିଷେଧାଦେଶ ଜାରି କରିଛନ୍ତି।
କୃଷି ପ୍ରଧାନ ଦେଶ ଭାରତରେ କୃଷିର ଭିତ୍ତିଭୂମି ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ତଥା ଅଧିକାଂଶ କୃଷକଙ୍କ ଶିକ୍ଷାର ସ୍ତର ଅତ୍ୟନ୍ତ ଦୁର୍ବଳ ଥିବା ବେଳେ ଏସ୍‌ଆଇଟିର ଏପରି ସୁପାରିସକୁ ନିରପେକ୍ଷ କହିବା ସହଜ ନୁହେଁ, ଯଦିଓ ଏଭଳି ପ୍ରସ୍ତାବ ଅତ୍ୟଧିକ ମହତ୍ତ୍ୱାକାଂକ୍ଷୀ ମନେହୁଏ। କାରଣ ଏହି ରିପୋର୍ଟରେ ଚାଷୀ ମୁଣ୍ଡରେ ଦୋଷ ଲଦିବାକୁ ଚେଷ୍ଟା କରାଯାଇଥିବା ଭଳି ମନେହୁଏ। ଏହା ପରିବର୍ତ୍ତେ ବରଂ କୀଟନାଶକଗୁଡ଼ିକର ଉପତ୍ାଦକମାନେ ସେମାନଙ୍କର ଭୂମିକା ଓ ଦାୟିତ୍ୱକୁ ଠିକ୍‌ ନିର୍ବାହ କରୁଛନ୍ତି କି ନାହିଁ, ସେସବୁର ଉତ୍ତମ ରୂପେ ତଦାରଖ କରାଯିବାର ଆବଶ୍ୟକତା ରହିଛି। ବସ୍ତୁତଃ, କୀଟନାଶକ ଆଇନରେ ଉଲ୍ଲେଖ ଅଛି ଯେ, ସେଗୁଡ଼ିକୁ କିପରି ନିରାପଦରେ ବ୍ୟବହାର କରାଯାଇପାରିବ ଏବଂ ବ୍ୟବହାର ପୂର୍ବରୁ ସୁରକ୍ଷା ସମ୍ବନ୍ଧିତ ପଦକ୍ଷେପ ନେବାକୁ କୀଟନାଶକଗୁଡ଼ିକର ଉପତ୍ାଦକକର୍ତ୍ତା ଓ ଡିଷ୍ଟ୍ରିିବ୍ୟୁଟରମାନେ ବ୍ୟବହାରକାରୀ ମାନଙ୍କ ପାଇଁ ଉତ୍ତମ ପ୍ରଶିକ୍ଷଣର ବ୍ୟବସ୍ଥା କରିବା ଆବଶ୍ୟକ। ଏତଦ୍‌ବ୍ୟତୀତ ମହାରାଷ୍ଟ୍ରର ଚାଷୀମାନଙ୍କ ମୃତ୍ୟୁ ପାଇଁ ମୁଖ୍ୟତଃ ମନୋକ୍ରୋଟୋଫସ୍‌ ଏବଂ ଅକ୍ସିଡିମେଟନ୍‌ମେଥିଲ୍‌ ନାମକ ଦୁଇଗୋଟି କୀଟନାଶକକୁ ଦାୟୀ କରାଯାଇଥିବା ବେଳେ ମାରାତ୍ମକ ବିଷାକ୍ତ ଦ୍ରବ୍ୟ ହୋଇଥିବାରୁ ଏ ଦୁଇଟିକୁ ପ୍ରଥମ ଶ୍ରେଣୀର କୀଟନାଶକ ବର୍ଗରେ ଅନ୍ତର୍ଭୁକ୍ତ କରାଯାଇଛି। ତେବେ ଏ ଦୁଇଟି କେବଳ ମହାରାଷ୍ଟ୍ର ନୁହେଁ, ସମଗ୍ର ଭାରତବର୍ଷରେ ବ୍ୟାପକ ଭାବରେ ବ୍ୟବହାର ହେଉଛି। ଏକ ସିଏସଇ ରିପୋର୍ଟର ତଥ୍ୟ ଅନୁସାରେ ୨୦୨୦-୨୧ରେ ଦେଶରେ ଯେତିକି ଓଜନର କୀଟନାଶକ ଦ୍ରବ୍ୟ ବ୍ୟବହୃତ ହୋଇଥିଲା, ତା’ର ପାଖାପାଖି ୩୦ ପ୍ରତିଶତ ଥିଲା ପ୍ରଥମ ଶ୍ରେଣୀର କୀଟନାଶକ। ଏତିକି କୁହାଯାଇପାରେ ଯେ କୀଟନାଶକ ଦ୍ରବ୍ୟଗୁଡ଼ିକର ବ୍ୟବହାର ପାଇଁ ଦେଶରେ ଏକ ନୂଆ କୀଟନାଶକ ପରିଚାଳନା ଆଇନର ଆବଶ୍ୟକତା ରହିଛି।

– ବାଦଲ ଭୂୟାଁ
୪ଜି, ପ୍ରତାପ ଆପାର୍ଟମେଣ୍ଟ, ୭ ଏକ୍ସଟେନ୍‌ସନ ରୋଡ଼, ପୁରୁଣା ସୋନାରୀ, ଜାମସେଦପୁର,
ମୋ : ୯୨୦୪୬୫୨୦୬୫


Enter your email to get our daily news in your inbox.

All Right Reserved By Dharitri.Com

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri