ରୋନାଲ୍ଡୋଙ୍କ ପରେ ପୋଗ୍‌ବା କଲେ ସମାନ କାମ: ହଟାଇଲେ ବିୟର ବୋତଲ…

ପ୍ୟାରିସ୍‌,୧୭।୬: ପର୍ତ୍ତୁଗାଲ ଫୁଟବଲ ଟିମ୍‌ର ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଭୁଲ୍‌ ଯୋଗୁ କୋକା କୋଲା କମ୍ପାନୀର ଶେୟାରରେ ଅଳ୍ପ କିଛି ମିନିଟ୍‌ ମଧ୍ୟରେ ୨୯,୩୦୦ କୋଟି ଟଙ୍କାର କ୍ଷତି ହୋଇଥିଲା। ୟୁରୋ ୨୦୨୦ ହଙ୍ଗେରୀ ସହିତ ପର୍ତ୍ତୁଗାଲର ମ୍ୟାଚ୍‌ ପୂର୍ବରୁ ଏକ ଗଣମାଧ୍ୟମ ସମ୍ମିଳନୀରେ ରୋନାଲ୍ଡୋ ଟେବୁଲ ଉପରେ ପ୍ରଚାର ଉଦ୍ଦେଶ୍ୟରେ ରଖାଯାଇଥିବା ଦୁଇଟି କୋକା କୋଲା ବୋତଲକୁ ହଟାଇ ଦେଇଥିଲେ। ଏହା ସହିତ ସେ ପାଣି ପିଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏବେ ଫ୍ରାନ୍ସ୍‌ର ମିଡ଼ ଫିଲ୍ଡର ପଲ୍‌ ପୋଗ୍‌ବା ଏଭଳି କାର୍ଯ୍ୟ କରି ଏକ ଗଣମାଧ୍ୟମ ସମ୍ମିଳନୀରେ ଟେବୁଲ ଉପରେ ରଖାଯାଇଥିବା ହେନିକେନ୍‌ ବିୟର ବୋତଲ ହଟାଇ ଦେଇଛନ୍ତି। ଜର୍ମାନୀ ବିରୋଧରେ ମ୍ୟାଚ୍‌ ଖେଳିବା ପରେ ପୋଗ୍‌ବା ଆୟୋଜିତ ଗଣମାଧ୍ୟମ ସମ୍ମିଳନୀରେ ଏଭଳି କରିଛନ୍ତି। ଏବେ ଏହାର ୧୪ ସେକେଣ୍ଡର ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share