ଯାଜପୁର-କେନ୍ଦ୍ରାପଡ଼ା ସୀମାରେ ଚୋରାତେଲ କାରବାର

ବାଲିଚନ୍ଦ୍ରପୁର,୧୮ା୫(ସ୍ବ.ପ୍ର.): ଚଣ୍ଡିଖୋଲ-ପାରାଦୀପ ୫୩ନଂ. ଜାତୀୟ ରାଜପଥର ଯାଜପୁର-କେନ୍ଦ୍ରାପଡ଼ା ଜିଲା ସୀମାନ୍ତ ଇଲାକାରେ ବ୍ୟାପକ ଚୋରା ପେଟ୍ରୋଲ, ଡିଜେଲ କାରବାର ହେଉଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲାର ଶେଷ ଭାଗ ହେଉଛି ପାରିପଲେଇ ଛକ ଓ କେନ୍ଦ୍ରାପଡ଼ା ଜିଲାର ଆରମ୍ଭ ସ୍ଥାନଟି ହେଉଛି ପଞ୍ଚୁପାଣ୍ଡବ ଛକ। ପଞ୍ଚୁପାଣ୍ଡବ ଛକଟି ଡେରାବିଶ ଥାନା ଅଧୀନରେ ରହିଥିବାବେଳେ ପାରିପଲେଇ ଅଞ୍ଚଳଟି ବାଲିଚନ୍ଦ୍ରପୁର ଥାନା ଅଧୀନରେ ରହିଛି। ପଞ୍ଚୁପାଣ୍ଡବ ଛକଠାରୁ ଳକ୍ଷ୍ମୀନାରାୟଣପୁର ପର୍ଯ୍ୟନ୍ତ ଡେରାବିଶ ଥାନା ଅଞ୍ଚଳରେ ବହୁଳମାତ୍ରାରେ ଏହି ଚୋରା ତେଲ କାରବାର ହେଉଛି। ପଞ୍ଚୁପାଣ୍ଡବ ଛକ ଉପରେ ରହିଛି ଏକ ହୋଟେଲ। ଏହି ହୋଟେଲ ପଛପଟେ ଦୈନିକ ୧୦/୨୦ ତେଲ ବୋଝେଇ ଟ୍ୟାଙ୍କର ଘଣ୍ଟାକୁ ଘଣ୍ଟା ପସୁଛନ୍ତି ବାହାରୁଛନ୍ତି। ହୋଟେଲର ନା କେବଳ ଲେଖାଯାଇଛି। ମାତ୍ର ପଛପଟେ ଟ୍ୟାଙ୍କରରୁ ବିପୁଳ ପେଟ୍ରୋଲ, ଡିଜେଲ ବାହାର କରାଯାଉଛି। ଡେରାବିଶ ପୋଲିସ ପାଟ୍ରୋଲିଂ କରୁଥିଲେ ମଧ୍ୟ ଦେଖି ନ ଦେଖିଲା ପରି ଚାଲିଯାଉଛି। ପରୋକ୍ଷରେ ପୋଲିସ ସୁରକ୍ଷା ବଳୟରେ ଏହି କାରବାର ହେଉଥିବା ପଞ୍ଚୁପାଣ୍ଡବ ଛକରେ ଚର୍ଚ୍ଚା ହେଉଛି। ଅପରପକ୍ଷେ ବାଲିଚନ୍ଦ୍ରପୁର ଥାନା ଇଲାକାର ପାରିପଲେଇ ଛକ ଗୋବରୀ ନଦୀକୂଳ ନିକଟରେ ଉକ୍ତ ଗ୍ରାମର କେତେଜଣ ଯୁବକ କ୍ୟାବିନ ପକାଇ ଜଗିବସୁଛନ୍ତି ତେଲ ବୋଝେଇ ଟ୍ୟାଙ୍କରକୁ। ଯାହାର ଯେଉଁ ଗାଡ଼ି ସହିତ ଯୋଗାଯୋଗ ଅଛି ସେମାନେ ସେହି କ୍ୟାବିନ ପାଖରେ ଅଟକି ରହି ପେଟ୍ରୋଲ, ଡିଜେଲ ଦିନ ଦ୍ୱିପ୍ରହରରେ କାଢୁଥିବା ଦେଖିବାକୁ ମିଳୁଛି।
କିଛି ଦିନ ବାଲିଚନ୍ଦ୍ରପୁର ଥାନା ଅଞ୍ଚଳରେ ଏହି କାରବାର ବନ୍ଦ ଥିବାବେଳେ ଏବେ ପୁଣି ସକ୍ରିୟ ହୋଇଉଠିଛନ୍ତି ମାଫିଆ। ଏମାନେ ଟ୍ୟାଙ୍କରରୁ ବ୍ୟାରେଲ ଯୋଗେ ତେଲ କାଢିନେଇ ନିଜ ଗାଁ ପାରିପଲେଇରେ ଗଚ୍ଛିତ ରଖୁଛନ୍ତି। ଗ୍ରାମାଞ୍ଚଳରେ ଯେଉଁଠି ତେଲର ଆବଶ୍ୟକତା ପଡ଼େ ଏହି ମାଫିଆମାନେ ସେଠାରେ ନେଇ ପହଞ୍ଚାଇଦେଇ ଆସୁଛନ୍ତି। ସେହିପରି ବାଲିଚନ୍ଦ୍ରପୁର ଥାନା କଟିକଟା ଛକ ଜାତୀୟ ରାଜପଥ କଡ଼ରେ ଏକ ବରଗଛ ମୂଳେ ଥିବା ପରିତ୍ୟକ୍ତ ଢାବାରେ ମଧ୍ୟଏହି କାରବାର ଚାଲୁଥିବା ଦେଖାଯାଉଛି। ଏମାନଙ୍କ ନିକଟରେ ଟ୍ୟାଙ୍କରୁ ତାଲା ଖୋଲିବାର ଅବିକଳ ନକଲ ଚାବି ରହିଥିବାରୁ ସହଜ ଉପାୟରେ ତେଲ କାଢିପାରୁଛନ୍ତି ବୋଲି ଶୁଣିବାକୁ ମିଳୁଛି। ଏଥିପାଇଁ ତୈଳକମ୍ପାନୀ, ଟାଙ୍କି ଓ ଟ୍ୟାଙ୍କର ମାଲିକମାନେ କ୍ଷତି ସହୁଥିବା ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବାଲିଚନ୍ଦ୍ରପୁର ଓ ଡେରାବିଶ ଥାନା ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ। ତେଣୁ ଏହି ଚୋରା ତେଲ କାରବାର ବନ୍ଦ ପାଇଁ ଉଭୟ ଜିଲାର ଏସ୍‌ପି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ତୁଳସୀରେ ଅଛି ଅନେକ ଔଷଧୀୟ ଗୁଣ: ସକାରାତ୍ମକ ପରିବେଶ…

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ରେ ତୁଳସୀ ପୂଜନ ଉତ୍ସବ ପାଈଁ ଅଞ୍ଚଳ ଉତ୍ସବ ମୁଖର ହୋଇଛି। ଏହି...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଆଉ ତା’ପରେ ଘଟିଗଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଘୋଡାହାଡ ଡ଼୍ୟାମ ରାସ୍ତାର ଦ୍ବାର ଗାଁ ମୁଖ୍ୟରାସ୍ତା କ୍ରସର ନିକଟରେ ଗୁରୁବାର ମଧ୍ୟାହ୍ନରେ ଦୁଇ ବାଇକ...

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ସହାୟତା ଦାବି

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ଗତ...

‘ଦେଶ ପାଇଁ ବାଜପେୟୀଙ୍କ ଅବଦାନ ଅବିସ୍ମରଣୀୟ’

ଛତ୍ରପୁର,୨୫ା୧୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଭାରତର ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ସମାରୋହ ସୁଶାସନ ଦିବସ ପାଳିତ ହୋଇଯାଇଛି।...

ମତ୍ସ୍ୟ ଚାଷ ପ୍ରତି ବଢୁଛି ଆଗ୍ରହ: ଚାଷୀଙ୍କୁ ୪୦ ରୁ ୫୦ ପ୍ରତିଶତ ମିଳୁଛି ସବସିଡି

ଭଞ୍ଜନଗର,୨୫/୧୨(ବାବୁଲା ପ୍ରଧାନ): ଚିକେନ, ମଟନ ଅପେକ୍ଷା ମାଛ ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ମାଛ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। କିନ୍ତୁ ଗଞ୍ଜାମ ଜିଲାରେ ଆବଶ୍ୟକତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri