Categories: ଜାତୀୟ

ଏସ୍‌ଆଇ ସମେତ ୩ ପୋଲିସଙ୍କୁ ହତ୍ୟା କଲେ କୃଷ୍ଣସାର ମୃଗ ଶିକାରୀ

ଗୁନା,୧୪।୫: ମଧ୍ୟପ୍ରଦେଶର ଗୁନାରେ ପୋଲିସ ଓ କୃଷ୍ଣସାର ମୃଗ ଶିକାରୀ ମୁହାଁମୁହିଁ ହୋଇଛନ୍ତି। ଏହି ସମୟରେ କୃଷ୍ଣସାର ମୃଗ ଶିକାରୀମାନେ ୩ଜଣ ପୋଲିସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ମୃତକଙ୍କ ମଧ୍ୟରେ ଏସ୍‌ଆଇ ରାଜକୁମାର ଜାଟବ, କନଷ୍ଟେବଳ ନୀରଜ ଭାର୍ଗବ, କନଷ୍ଟେବଳ ସନ୍ତରାମ ରହିଛନ୍ତି। ସୂଚନାଯୋଗ୍ୟ, ଶୁକ୍ରବାର ବିଳମ୍ବିତ ରାତିରେ କିଛି ଲୋକ କୃଷ୍ଣସାର ମୃଗ ଶିକାର କରିବାକୁ ଆସିଥିଲେ। ଖବର ପାଇ ପୋଲିସ ଗୁନାର ଆରୋନ ଅଞ୍ଚଳରେ ପହଞ୍ଚି ଶିକାରୀଙ୍କୁ ଘେରିଥିଲେ। ଏହି ସମୟରେ ପୋଲିସ ଓ ଶିକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଶିକାରୀମାନେ ପୋଲିସ ଉପରକୁ ଗୁଳି ଚଳାଇଥିଲେ। ଶିକାରୀଙ୍କ ଗୁଳିରେ ଏସ୍‌ଆଇ ସମେତ ୩ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ଆଉ ୩ଜଣ କନଷ୍ଟେବଳ ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିସହ ଘଟଣାସ୍ଥଳରୁ ହରିଣର ୪ଟି ମୁଣ୍ଡ, ୨ଟି ମୁଣ୍ଡବିହୀନ ହରିଣ ଓ ଗୋଟିଏ ମୟୁର ଜବତ ହୋଇଛି। ଘଟଣାସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚ ତଦନ୍ତ ଚଳାଇଛନ୍ତି। ଅନ୍ୟପଟେ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି। ଯେଉଁଥିରେ ଗୃହମନ୍ତ୍ର ନରୋତ୍ତମ ମିଶ୍ର, ମୁଖ୍ୟ ସଚିବ, ଡିଜିପି, ଏଡିଜି ସମେତ ବରିଷ୍ଠ ପୋଲିସ ଅଧିକାରୀ ସାମିଲ ହେବେ।

Share