୨ଦିନିଆ ଭୁବନେଶ୍ୱର ଗସ୍ତରେ ପିଏନ୍‌ବିର ପରିଚାଳନା ନିର୍ଦ୍ଦେଶକ ଅତୁଲ

ଭୁବନେଶ୍ୱର,୪।୧: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି)ର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅତୁଲ କୁମାର ଗୋଏଲ ୨ଦିନିଆ ଭୁବନେଶ୍ୱର ଗସ୍ତରେ ଆସିଛନ୍ତି। ଏହି ପରିପ୍ରେକ୍ଷୀରେ ସର୍ବଭାରତୀୟ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଅଧିକାରୀ ସଂଘର ସହାୟକ ସାଧାରଣ ସମ୍ପାଦକ ବୈଲୋଚନ ସାହୁଙ୍କ ନେତୃତ୍ୱରେ ଏକ ଟିମ୍‌ (ସଂଘର ସଦସ୍ୟ) ଗୋଏଲଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ଜଣାଇଥିଲେ।

ଏହି ଅବସରରେ ପିଏନ୍‌ବି ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ଆଞ୍ଚଳିକ ପ୍ରବନ୍ଧକ ଏ. ଉଦୟ ଭାସ୍କର ରେଡ୍ଡିଙ୍କ ସମେତ ବ୍ୟାଙ୍କର ଉପ ଆଞ୍ଚଳିକ ପ୍ରବନ୍ଧକ ଲକ୍ଷ୍ମୀକାନ୍ତ ମିଶ୍ର ଓ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ଏହି ଗସ୍ତ ଅବସରରେ ଗୋଏଲ ଗ୍ରାହକମାନଙ୍କୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି। ଏପରିକି ସେ ମଧ୍ୟ ପାର୍ଲାମେଣ୍ଟାରି କମିଟି ବୈଠକରେ ମଧ୍ୟ ଯୋଗ ଦେବା ସହ ରାଜ୍ୟରେ ଥିବା ବ୍ୟାଙ୍କଗୁଡିକର କାର୍ଯ୍ୟଦକ୍ଷତା ଉପରେ ସମୀକ୍ଷା କରିବେ। ବିଶେଷକରି ଓଡ଼ିଶାର ସମସ୍ତ ୩୦ଟି ଜିଲାରେ ପିଏନ୍‌ବିର ଶାଖା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଗାନେଲ୍‌ ଫାର୍ମର ନୂଆ ରିଟେଲ୍‌ ଷ୍ଟୋର ଉଦ୍‌ଘାଟିତ

ଭୁବନେଶ୍ୱର, ୧୮ା୭: ଓଡ଼ିଶାର ଅର୍ଗାନିକ୍‌ ବ୍ରାଣ୍ଡ୍‌ ଅର୍ଗାନେଲ୍‌ ଫାର୍ମସ୍‌ ପକ୍ଷରୁ ପଟିଆ କଳାରାହାଙ୍ଗ ଜେଡ୍‌ – ୧ ଆପାର୍ଟମେଣ୍ଟ ନିକଟରେ ଗୁରୁବାର ଆଉ ଏକ ରିଟେଲ୍‌ ଷ୍ଟୋର…

UPI ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର; ₹୨,୦୦୦ରୁ ଅଧିକ UPI ପେମେଣ୍ଟ ଉପରେ ଏବେ ଗଣିବାକୁ ପଡ଼ିବ ଚାର୍ଜ!

ନୂଆଦିଲ୍ଲୀ,୧୭।୭: ଯଦି ଆପଣ ଦୈନନ୍ଦିନ ଜୀବନରେ ୟୁପିଆଇ (UPI) ମାଧ୍ୟମରେ ବଡ଼ ଧରଣର ଆର୍ଥିକ କାରବାର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଦେଶରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri