ପ୍ରଧାନମନ୍ତ୍ରୀଙ୍କ ୟୁଏଇ-କୁଏତ ଗସ୍ତ ବାତିଲ…

ନୂଆଦିଲ୍ଲୀ, ୨୯।୧୨: କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୟୁଏଇ ଏବଂ କୁଏତ ଗସ୍ତକୁ ବାତିଲ କରାଯାଇଛି। ୨୦୨୨ ଜାନୁୟାରୀ ୬ରେ ଏହି ପ୍ରସ୍ତାବିତ ଗସ୍ତ କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଥିଲା। ମାତ୍ର ଓମିକ୍ରନ୍‌ ସଙ୍କଟ ଯୋଗୁ ସ୍ଥିତିରେ ସୁଧାର ଆସିଲେ ପୁଣି ନୂଆ ଗସ୍ତକ୍ରମ ତାରିଖ ଘୋଷଣା କରାଯିବ ବୋଲି ସାଉଥ୍‌ ବ୍ଲକ୍‌ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସମ୍ଭବତଃ ଫେବୃୟାରୀରେ ନୂଆ ଗସ୍ତକ୍ରମ ତାରିଖ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ପାଇପାରେ ବୋଲି କୁହାଯାଇଛି।

Share