Posted inଜାତୀୟ

ଅରୁଣାଚଳକୁ ପ୍ରଧାନମନ୍ତ୍ରୀଙ୍କ ୫,୧୦୦ କୋଟିର ପ୍ରକଳ୍ପ

ଇଟାନଗର,୨୩ା୯(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଅରୁଣାଚଳପ୍ରଦେଶରେ ୫,୧୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଉନ୍ମୋଚନ କରିଛନ୍ତି। ସେଥିରେ ୨ଟି ବୃହତ୍‌ ଜଳବିଦ୍ୟୁତ୍‌ ପ୍ରକଳ୍ପ ରହିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ କଂଗ୍ରେସକୁ ସମାଲୋଚନା କରି ଉକ୍ତ ଦଳ କ୍ଷମତାରେ ଥିବାବେଳେ କୌଣସି ବିକାଶମୂଳକ କାର୍ଯ୍ୟ ନ କରିବାରୁ ଉତ୍ତର-ପୂର୍ବାଞ୍ଚଳକୁ କ୍ଷତି ପହଞ୍ଚାଇଥିଲା ବୋଲି ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଯେଉଁ ବିକାଶମୂଳକ କାର୍ଯ୍ୟ କଷ୍ଟସାଧ୍ୟ ତାହାକୁ କଂଗ୍ରେସ ଆଦୌ ନ କରି ଛାଡ଼ିଦେଉଥିଲା। କଂଗ୍ରେସର ଏହି ଅଭ୍ୟାସ ସମଗ୍ର ଉତ୍ତର-ପୂର୍ବାଞ୍ଚଳ ପାଇଁ ବ୍ୟାପକ କ୍ଷତି ଘଟାଇଥିଲା। ଜଙ୍ଗଲ ଓ ପାର୍ବତ୍ୟାଞ୍ଚଳରେ ବିକାଶମୂଳକ କାର୍ଯ୍ୟ ଏକ ଆହ୍ବାନ ହୋଇଥିବାରୁ କଂଗ୍ରେସ ଉକ୍ତ ଅଞ୍ଚଳକୁ ପଛୁଆ ଘୋଷଣା କରିବା ସହ ଭୁଲିଯାଉଥିଲା। ରାସ୍ତା ନିର୍ମାଣ ଅସମ୍ଭବ ବୋଲି ଯେଉଁ ଅଞ୍ଚଳକୁ ବିବେଚନା କରାଯାଉଥିଲା, ଏବେ ସେଠାରେ ଆଧୁନିକ ରାଜପଥ। ଯେଉଁ ସେଲା ଟନେଲ ଏକଦା ଚିନ୍ତାର ବାହାରେ ଥିଲା, ଏବେ ତାହା ଅରୁଣାଚଳର ଗର୍ବର ପରିଚୟ ପାଲଟିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Read more

ଭୁବନେଶ୍ବର, ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂ ହୋଇଥିବା ନେଇ ସୂଚନା ରହିଛି । ଏହାରି ଭିତରେ ମୁହଁ ଖୋଲିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।…

କ୍ରସ୍‌ ଭୋଟିଂକୁ ମାନିନେଲେ ସୌଭିକ୍‌, କହିଲେ ବାପାଙ୍କୁ ବହିଷ୍କାର କରିଥିଲେ, ପ୍ରତିଶୋଧ ନେଲି

ଭୁବନେଶ୍ୱର,୧୬ା୩:  ରାଜ୍ୟ ସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ହୋଇଥିବା ଜୋର୍‌ଦାର ଚର୍ଚ୍ଚା ହେଉଛି। ତେବେ ଏହି କ୍ରସ୍‌ ଭୋଟିଂକୁ ମାନି ନେଇଛନ୍ତି ବିଧାୟକ ସୌଭିକ ବିଶ୍ବାଳ। ବିଜୁ…

ଭାରତୀୟ ଜାହାଜକୁ ହର୍ମୁଜ ଷ୍ଟ୍ରେଟ ଦେଇ ଆସିବାକୁ କେମିତି ଅନୁମତି ଦେଲା ଇରାନ୍? ଜୟଶଙ୍କର କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୬।୩: ମଧ୍ୟପ୍ରାଚ୍ୟରେ ସଂଘର୍ଷ ଏବଂ ହର୍ମୁଜ୍ ଷ୍ଟ୍ରେଟ ସମ୍ପର୍କରେ ଇରାନର କଠୋର ଆଭିମୁଖ୍ୟ ମଧ୍ୟରେ, ଏଲପିଜି ବୋଝେଇ ଦୁଇଟି ଭାରତୀୟ ଜାହାଜ ଗୁଜୁରାଟ ଉପକୂଳରୁ ଆସିବାକୁ ଯାଉଛି…

ଆଉ ଅଭାବ ହେବନି ଗ୍ୟାସ! ଗୋଟିଏ ଘଣ୍ଟା ମଧ୍ୟରେ ଏଲପିଜି ନେଇ ଭାରତରେ ପହଞ୍ଚିବ ‘ଶିବାଲିକ’, ଜାଣନ୍ତୁ ଶିବାଲିକ କ’ଣ….

ନୂଆଦିଲ୍ଲୀ,୧୬।୩: ଉପସାଗରୀୟ ଅଞ୍ଚଳରେ ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯୋଗୁ ବିଶ୍ୱ ସାମୁଦ୍ରିକ ବାଣିଜ୍ୟ ମାର୍ଗଗୁଡ଼ିକ ଚାପରେ ପଡ଼ିଛି। ହର୍ମୁଜ ପ୍ରଣାଳୀ…

ଜଲଓ୍ବା ଦେଖାଇଲେ ପ୍ରିୟଙ୍କା ଚୋପ୍ରା: ପ୍ରଥମ ଭାରତୀୟ ଅଭିନେତ୍ରୀ ଭାବେ…

୯୮ତମ ଓସ୍କାର ପୁରସ୍କାର ଉତ୍ସବରେ ବଲିଉଡର ଜଲଓ୍ବା ଦେଖାଇଛନ୍ତି ‘ଦେଶୀ ଗାର୍ଲ’ ପ୍ରିୟଙ୍କା ଚୋପ୍ରା। ଯଦିଓ ତାଙ୍କର କୌଣସି ଚଳଚ୍ଚିତ୍ର ପୁରସ୍କାର ଜିତି ନ ଥିଲା କିନ୍ତୁ…

୨୦୦୮ ରୁ ୨୦୨୬ ପର୍ଯ୍ୟନ୍ତ…, IPL ରୁ ମୋଟ କେତେ ରୋଜଗାର କରିଛନ୍ତି ବିରାଟ କୋହଲି? ଜାଣିଲେ ଆଶ୍ଚର୍ଯ୍ୟହେବେ

ନୂଆଦିଲ୍ଲୀ,୧୬।୩: IPL 2026 ଆରମ୍ଭ ହେବାକୁ ଆଉ ମାତ୍ର ୧୨ ଦିନ ବାକି ଥିବା ବେଳେ, ଏହି ଟୁର୍ଣ୍ଣାମେଣ୍ଟ କ୍ରିକେଟ ମହଲରେ ଆଲୋଚନାର ଏକମାତ୍ର ବିଷୟ ପାଲଟିଛି।…

ରାସ୍ତାରେ ଅଚଳ ୧୦୮ ଆମ୍ବୁଲାନ୍ସ, ପ୍ରସବ ବେଦନାରେ ଛଟପଟ ଆସନ୍ନ ପ୍ରସବା

ନନ୍ଦପୁର/ପାଡୁଆ୧୬।୩(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ପାନ୍ଥଲୁଙ୍ଗ ପଞ୍ଚାୟତର ଆନ୍ଧ୍ର ସୀମାକୁ ଲାଗି ରହିଥିବା ସାରିଆପାଲି ଗାଁରେ ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି।…

ଯୁଦ୍ଧ ମଧ୍ୟରେ ଭାରତକୁ ମିଳିଗଲା ବଡ଼ ରାସ୍ତା: ମାରିନେଲା ବାଜି

ନୂଆଦିଲ୍ଲୀ,୧୬।୩: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ଏବଂ ଘରୋଇ ଗ୍ୟାସ ଅଭାବ ମଧ୍ୟରେ ନୂଆଦିଲ୍ଲୀ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ନିରନ୍ତର ପଦକ୍ଷେପ ନେଉଛି। ଏକ ଆର୍ଥିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri