Posted inଜାତୀୟ

ମୋଦିଙ୍କୁ ଟାର୍ଗେଟ୍‌ କଲେ ସୋନିଆ, କହିଲେ ହାରିଛି ଭାଜପା

ନୂଆଦିଲ୍ଲୀ, ୨୯।୦୬: କଂଗ୍ରେସର ବରିଷ୍ଠ ନେତା ସୋନିଆ ଗାନ୍ଧି ଏକ ଆର୍ଟିକିଲ୍‌ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି । ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି କମ୍‌ ଆସନ ହାତେଇବାକୁ ନେଇ ମୋଦି ହାରିଥିବା ସେ କହିଛନ୍ତି । ଭାଜପା କମ୍‌ ଆସନରେ ଜିତିବା ରାଜନୈତିକ ଏବଂ ନୈତିକ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀଙ୍କ ହାର ବୋଲି ସେ ଉଲ୍ଲେଖ କରିଛନ୍ତି । ଏହାଛଡ଼ା ସେ ଦାବି କରିଛନ୍ତି ଯେ ଯେଉଁ ଯେଉଁ ରାଜ୍ୟରେ ଭାଜପା ସରକାର ରହିଛି ସେହି ରାଜ୍ୟଗୁଡ଼ିକରେ ଅଳ୍ପ ସଂଖ୍ୟକ ଘର ଉପରେ ବୁଲଡୋଜର ଚଲାଯାଉଛି ।

ଏକ ଖବରକାଗଜରେ ଲେଖିଥିବା ସ୍ତମ୍ଭରେ ସୋନିଆ କହିଛନ୍ତି ଯେ ୨୦୨୪ ନିର୍ବାଚନରେ ପିଏମ୍‌ଙ୍କ ବ୍ୟକ୍ତିଗତ, ରାଜନୈତିକ ଏବଂ ନୈତିକ ହାର ହୋଇଛି । ନିଜକୁ ଇଶ଼୍ବରୀୟ ଶକ୍ତି ଘୋଷିତ କରିଥିବା ପିଏମ୍‌ଙ୍କ ପାଇଁ ନିର୍ବାଚନ ପରିଣାମ ତାଙ୍କର ରାଜନୀତିକୁ ଘୃଣା କରାଯାଉଥିବା ଦର୍ଶାଉଛି । ଏହାଛଡ଼ା ସେ ୧୯୭୫ ରେ ଘୋଷଣା ହୋଇଥିବା ଏମର୍ଜେନ୍ସି ପରେ ୧୯୭୭ରେ କିପରି ନିର୍ବାଚନରେ ଜନତା ନିଜର ନିଷ୍ପତ୍ତି ଜାହିର କରିଥିଲେ ସେ ସମ଼୍ବନ୍ଧରେ ମଧ୍ୟ ଏଥିରେ ଉଲ୍ଲେଖ କରିଛନ୍ତି ।

ଜନତା ୧୯୭୭ରେ ବିନା କୌଣସି ଦ଼୍ବିିଧାରେ ଆମ ସରକାରଙ୍କୁ ବାଛିଥିଲେ । ଏଥିସହିତ ୧୯୮୦ରେ ମଧ୍ୟ ଜନତା ଆମ ଉପରେ ବିଶ଼୍ବାସ କରି ବହୁମତ ସହ ଆମ ସରକାରକୁ ପୁଣି ଶାସନ ଦାୟିତ଼୍ବ ଦେଇଥିଲେ । ଯାହାକି ମୋଦି କେବେ ବି କରିପାରିବେ ନାହିଁ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବଦଳୀୟ ବୈଠକ ସମୟରେ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ, ‘ଆମେ ଦଲାଲ ଦେଶ ହୋଇପାରିବୁନି’

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଉପରେ ଆଲୋଚନା କରିବା ପାଇଁ ବୁଧବାର ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ବୈଠକ ସମୟରେ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଇରାନ…

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

ସାନଖେମୁଣ୍ଡିରେ ସ୍କୁଲ ପ୍ରବେଶ ଉତ୍ସବ, ଖଡ଼ିଛୁଆଁ ପାଇଁ ବଣ୍ଟାଗଲା ନିମନ୍ତ୍ରଣ ପତ୍ର 

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ୨୦୨୬-୨୭ ଶିକ୍ଷାବର୍ଷ ପ୍ରାରମ୍ଭରେ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍କୁଲ ପ୍ରବେଶ…

ପୁଣି ଯୁଦ୍ଧ ଆରମ୍ଭ! ଆମେରିକାର ଯୁଦ୍ଧଜାହାଜ ଉପରେ ଆକ୍ରମଣ କଲା ଇରାନ, ସମ୍ପୂର୍ଣ୍ଣ ଧ୍ୱଂସ….

ନୂଆଦିଲ୍ଲୀ,୨୫।୩: ଇରାନ ପୁଣି ଥରେ ଭୂମଧ୍ୟସାଗରରେରେ ଆମେରିକୀୟ ଯୁଦ୍ଧଜାହାଜକୁ ଟାର୍ଗେଟ କରିଛି । ୟୁଏସଏସ ଆବ୍ରାହମ ଲିଙ୍କନକୁ ବାଲିଷ୍ଟିକ୍ ମିଶାଇଲରେ ଆକ୍ରମଣ କରି ଟାର୍ଗେଟ କରିଛି । ଭିଡିଓରେ…

ଭଞ୍ଜନଗର ଯାତ୍ରାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ…

ଭଞ୍ଜନଗର,୨୫ା୩(ବାବୁଲା ପ୍ରଧାନ): ଏପ୍ରିଲ ୨୬ ତାରିଖରୁ ମେ’ ୨୦ ତାରିଖ ମଧ୍ୟରେ ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ହେବ। ତେଣୁ ଯାତ୍ରା କମିଟିର ମୁଖ୍ୟ ଉପଦେଷ୍ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri