Categories: ଜାତୀୟ

ଦେଶକୁ ମିଳିବ ପ୍ରଥମ ସ୍ୱଦେଶୀ ଆଟାକ ହେଲିକପ୍ଟର

ନୂଆଦିଲ୍ଲୀ,୧୯ ।୧୧: ଦେଶ ଓ ଦେଶର ସେନାଙ୍କ ପାଇଁ ଶୁକ୍ରବାର ଅର୍ଥାତ୍ ୧୯ ନଭେମ୍ବର ଏକ ବିଶେଷ ଦିନ ହେବାକୁ ଯାଉଛି । କାରଣ ଶୁକ୍ରବାର ଭାରତୀୟ ବାୟୁସେନାକୁ ମିଳିବ ସବୁଠାରୁ ହାଲୁକା ଆଟାକ ହେଲିକପ୍ଟର । ଆଉ ସବୁଠାରୁ ଗର୍ବର କଥା ହେଲା ଏହା କୌଣସି ବାହାର କମ୍ପାନୀ ଦ୍ୱାରା ନିର୍ମିତ ନୁହେଁ । ଉକ୍ତ ଲାଇଟ କମ୍ବାକ୍ଟ ହେଲିକପ୍ଟରୁ ହିନ୍ଦୁସ୍ତାନ ଏରୋନଟିିକ୍ସ ଲିମିଟେଡ ବା ହାଲ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଶୁକ୍ରବାର ଉତ୍ତର ପ୍ରଦେଶର ଝାନ୍‌ସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଲ୍‌ସିଏଚ୍‌କୁ ଭାରତୀୟ ବାୟୁସେନାକୁ ଅର୍ପଣ କରିବେ ।

ଏହି ହେଲିକପ୍ଟର ୧୫-୧୬ ହଜାର ଉଚ୍ଚତା ପର୍ଯ୍ୟନ୍ତ ଉଡିବାର କ୍ଷମତା ରଖିପାରେ ।
ବିଶ୍ୱର ଏହା ଏକମାତ୍ର ହେଲିକପ୍ଟର, ଯାହା ସବୁଠାରୁ ଉଚ୍ଚ ଯୁଦ୍ଧକ୍ଷେତ୍ର ସିୟାଚିନ ଗ୍ଲାସିୟରରେ ଉଡିପାରିବା ସହ, କଠିନ ଉଚ୍ଚତାରେ ଟେକଅଫ ଓ ଲ୍ୟାଣ୍ଡ କରିବା ବ୍ୟତୀତ ଶତ୍ରୁଙ୍କୁ ଟାର୍ଗେଟ କରି ଆକ୍ରମଣ କରିବାର କ୍ଷମତା ରଖିଛି ।
ବରଫ ପାହାଡ ଉପରେ ମାଇନସ୍ ୫୦ ଡିଗ୍ରୀ ସେଲସିୟସରେ ଉଡିପାରିବା ସହ ଏହା ମରୁଭୂମୀର ୫୦ ଡିଗ୍ରୀ ତାପମାତ୍ରାରେ ବି ଉଡିବାର କ୍ଷମତା ରଖିଛି ।
ଏହି ଲାଇଟ୍ କମ୍ବାକ୍ଟ ହେଲିକପ୍ଟରକୁ ୧୩ ବର୍ଷର କଠିନ ପରିଶ୍ରମ ପରେ ତିଆରି କରାଯାଇଛି ।
ଦେଶର ସ୍ୱାଧିନତାକୁ ୭୫ ବର୍ଷ ପୁରଣ ହେବା ଅବସରରେ ସ୍ୱାଧିନତାର ଅମୃ୍‌ତ ମହୋତ୍ସବ ପାଳନ କରାଯାଉଛି । ଉତ୍ତର ପ୍ରଦେଶର ଝାନ୍‌ସୀରେ ଏହାକୁ ନେଇ ୩ ଦିନ ଧରି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । କାର୍ଯ୍ୟକ୍ରମର ପ୍ରଥମ ଦିନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହାର ଶୁଭାରମ୍ଭ କରିଛନ୍ତି । ଶୁକ୍ରବାର ଏହାର ଶେଷ ଦିବସ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଝାନ୍‌ସୀ ପହଞ୍ଚି ସ୍ୱଦେଶ ନିର୍ମିତ ହେଲିକପ୍ଟର ବାୟୁସେନାକୁ ଅର୍ପଣ କରିବେ । ଏହାସହ ସ୍ଥଳସେନାଧ୍ୟକ୍ଷଙ୍କୁ ଡ୍ରୋନ ପ୍ରଦାନ କରିବେ, ଯାହାର ଆବଶ୍ୟକତା ଭାରତ-ଚାଇନା ସୀମାରେ କ୍ରମାଗତ ଭାବେ ଅନୁଭବ କରାଯାଉଛି ।

Share