ଥୁଆମୂଳ ରାମପୁର,୨୨।୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଡାକକୋଟା ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶନିବାର ‘ପିଏମ୍ ଶ୍ରୀ ଉତ୍ସବ ୨୦୨୫’ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭରତ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ମହେନ୍ଦ୍ର କୁମାର ବିଶ୍ବାଳ, ଅଧ୍ୟାପକ ସମୀର ରଞ୍ଜନ ସାହୁ, ଶିକ୍ଷୟତ୍ରୀ ସାରିକା ମଞ୍ଜୁରୀ ଦୁର୍ଗା ଏବଂ ଚୌଦ୍ରି ମାର୍ଥା ଦେବ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ଶିକ୍ଷକ ହିମାଂଶୁ ଶେଖର ମାଝୀ ମଞ୍ଚ ପରିଚାଳନା କରିଥିବା ବେଳେ ଲିଙ୍ଗରାଜ ଖମାରୀ, ଚାଞ୍ଚଲ୍ୟ ବାଗ ଓ ଭବାନୀଶଙ୍କର ଦାସ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ଆକାଂକ୍ଷା ମେଳା, ଟାଲେଣ୍ଟ ଗ୍ୟାଲେରୀ ଏବଂ ଦୁକାନ ଯାତ୍ରା ଭଳି ତିନୋଟି ପ୍ରମୁଖ ଷ୍ଟଲ୍ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା।

ସରକାରଙ୍କ ଏହି ଅଭିନବ ପ୍ରୟାସ ଦ୍ୱାରା ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। ଏଥିରେ ବହୁ ସଂଖ୍ୟାରେ ପୁରାତନ ଛାତ୍ରଛାତ୍ରୀ ଓ ଅଭିଭାବକ ଯୋଗ ଦେଇଥିଲେ।



