Categories: ଜାତୀୟ

ସ୍ବାଧିନତା ଦିବସରେ ପତାକା ଉତ୍ତୋଳନ କରି ଏଥର ରେକର୍ଡ କରିବେ ମୋଦି

ନୂଆଦିଲ୍ଲୀ,୧୩।୮: ଦେଶର ଲୋକତାନ୍ତ୍ରିକ ଶାସନ ବ୍ୟବସ୍ଥାର ପ୍ରତିକ ଲାଲାକିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥର ୧୫ ଅଗଷ୍ଟରେ ପତାକା ଉତ୍ତୋଳନ କରିବେ। ଏହାସହ ସେ ଏଥର ରାଜନିତିକ ଇତିହାସରେ ଏକ ରେକର୍ଡ କରିବେ। ମୋଦି ଏଠାରେ ଲଗାତାର ସପ୍ତମ ଥର ଲାଗି ଜାତୀୟ ପତାକା ଉତ୍ତୋଳନ କରିବେ। ଲାଲକିଲାରେ ସର୍ବାଧିକଥର ପତାକା ଉତ୍ତୋଳନ କରିଥିବା ପ୍ରଧାନମନ୍ତ୍ରୀଙ୍କ ତାଲିକାର ଚତୁର୍ଥ ସ୍ଥାନରେ ରହିବେ ମୋଦି। ଏହା ପୂର୍ବରୁ ଲାଲକିଲାରେ ସର୍ବାଧିକଥର ପତାକା ଉତ୍ତୋଳନ କରିବାରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ପଣ୍ଡିତ ଜବାହରଲାଲ ନେହେରୁଙ୍କ ନାଁ ଏକ ନମ୍ବରରେ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତା ଇନ୍ଦିରା ଗାନ୍ଧୀ ଓ ତୃତୀୟ ସ୍ଥାନରେ ରହିଛି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ନାମ। ସୂଚନାଯୋଗ୍ୟ, ଦେଶର ପ୍ରଧାନମନ୍ତ୍ରୀ ଆସନରେ ବସିବା ପରେ ପ୍ରାୟ ସମସ୍ତଙ୍କୁ ଲାଲକିଲାରେ ତ୍ରିରଙ୍ଗା ଉତ୍ତୋଳନ କରିବାକୁ ସୁଯୋଗ ମିଳିଥିବା ବେଳେ ଚନ୍ଦ୍ରଶେଖର ଓ ଗୁଲଜାରି ଲାଲ ନନ୍ଦାଙ୍କୁ ଏହି ସୌଭାଗ୍ୟ ମିଳି ନଥିବା କୁହାଯାଏ। ତେବେ ଏଥର ପ୍ରଧାନମନ୍ତ୍ରି ମୋଦି ଅଟଳବିହାରୀ ବାଜପେୟୀଙ୍କୁ ପଛରେ ପକାଇ ଗୋଟିଏ ପାଦ ଆଗକୁ ଯିବେ।

Share