Posted inଜାତୀୟ

RSS ପ୍ରତିଷ୍ଠାତା ହେଡ୍‌ଗଓ୍ବୋରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି, ମୋହନ ଭାଗବତଙ୍କୁ ଭେଟିଲେ

ନାଗପୁର,୩୦।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନାଗପୁର ଗସ୍ତରେ ଅଛନ୍ତି। ସେ ଆରଏସ୍‌ଏସ୍‌ ମୁଖ୍ୟାଳୟରେ ପହଞ୍ଚିବା ପରେ ସ୍ମୃତି ମନ୍ଦିରରେ ସଂଘର ପ୍ରତିଷ୍ଠାତା ଡକ୍ଟର କେ ବି ହେଡ୍‌ଗେୱାରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ସମୟରେ ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଥିଲେ। ତେବେ ହେଡ୍‌ଗେୱାରଙ୍କ ସହିତ ପ୍ରଧାନମନ୍ତ୍ରୀ ମୋଦୀ ମାଧବ ସଦାଶିବ ଗୋଲୱାଲକରଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ତେବେ ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ଆରଏସ୍‌ଏସ୍‌ ମୁଖ୍ୟାଳୟରେ ପହଞ୍ଚିଛନ୍ତି। ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ସଂଘ ମୁଖ୍ୟାଳୟ ମଧ୍ୟ ଯାଇଥିଲେ। ଆରଏସ୍‌ଏସ୍‌ ଏହାର ଶତବାର୍ଷିକୀ ବର୍ଷ ପାଳନ କରୁଛି।

ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ନାଗପୁର ଗସ୍ତ ସମୟରେ ମାଧବ ନେତ୍ରାଳୟ ହସ୍ପିଟାଲର ଭୂମି ପୂଜନ କରିବେ। ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ଡକ୍ଟର ହେଡ୍‌ଗେୱାର ଏବଂ ଏମ୍‌ଏସ୍‌ ଗୋଲୱାଲକରଙ୍କ ସମାଧିରେ ପୁଷ୍ପ ଅର୍ପଣ କରିବେ। ସେ କିଛି ସମୟ ପାଇଁ ସଂଘର କର୍ମୀମାନଙ୍କ ସହିତ ମଧ୍ୟ ଆଲୋଚନା କରିବେ। ଏହି ସମୟରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ମଧ୍ୟ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି।

ଆରଏସ୍‌ଏସ୍‌ ଏହାର ଶତବାର୍ଷିକୀ ବର୍ଷ ପାଳନ କରୁଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଂଘର ରେଶିମବାଗରେ ଥିବା ଡାକ୍ତର ହେଡ୍‌ଗେୱାର ସ୍ମୃତି ମନ୍ଦିରରେ ପହଞ୍ଚିବା ସମଗ୍ର ଦେଶରେ ଆଲୋଚନାର ବିଷୟ ପାଲଟିଛି।

ପ୍ରଧାନମନ୍ତ୍ରୀ ଭାବରେ ମୋଦି ପ୍ରଥମ ଥର ପାଇଁ ଆରଏସ୍‌ଏସ୍‌ ମୁଖ୍ୟାଳୟରେ ପହଞ୍ଚିଛନ୍ତି। ଏହି ସମୟରେ ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ଏବଂ ପ୍ରଧାନମନ୍ତ୍ରୀ ଗୋଟିଏ ମଞ୍ଚରେ ଏକାଠି ରହିବେ। ଏହା ପୂର୍ବରୁ ଉଭୟ ଅଯୋଧ୍ୟାରେ ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠା ସମୟରେ ଏକାଠି ଉପସ୍ଥିତ ଥିଲେ।

ଆରଏସ୍‌ଏସ୍‌ ସ୍ମୃତି ମନ୍ଦିରରେ କିଛି ସମୟ ବିତାଇବା ପରେ ପ୍ରଧାନମନ୍ତ୍ରୀ ଦୀକ୍ଷାଭୂମି ଯାତ୍ରା କରିବ। ପ୍ରଧାନମନ୍ତ୍ରୀ ଦୀକ୍ଷା ଭୂମିରେ ୧୫ ମିନିଟ ପାଇଁ ରହିବେ। ଦୀକ୍ଷାଭୂମି ହେଉଛି ସେହି ସ୍ଥାନ ଯେଉଁଠାରେ ଡକ୍ଟର ବାବାସାହେବ ଆମ୍ବେଦକର ୧୯୫୬ ମସିହାରେ ବୌଦ୍ଧ ଧର୍ମରେ ଦୀକ୍ଷା ନେଇଥିଲେ। ସେଠାରୁ ପ୍ରଧାନମନ୍ତ୍ରୀ ସିଧାସଳଖ ମାଧବ ନେତ୍ରାଳୟର ଭୂମି ପୂଜନରେ ପହଞ୍ଚିବେ। ପ୍ରଧାନମନ୍ତ୍ରୀ ଭୂମି ପୂଜନ ସ୍ଥଳରେ ପ୍ରାୟ ଦେଢ଼ ଘଣ୍ଟା ରହିବେ। ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ମଧ୍ୟ ତାଙ୍କ ସହିତ ମଞ୍ଚ ଉପରେ ରହିବେ। ମାଧବ ନେତ୍ରାଳୟ କେନ୍ଦ୍ରର ଶିଳାନ୍ୟାସ ସମାରୋହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ୟୁରୋପରେ ୧୨ ବିମାନର ଯାତ୍ରୀ ଆତଙ୍କିତ; ପ୍ୟାରିସରୁ ରୋମ ପର୍ଯ୍ୟନ୍ତ ଭୟର ବାତାବରଣ

ପ୍ୟାରିସ,୫।୧୧: ଗୁରୁବାର ୟୁରୋପର ସୁରକ୍ଷା ଏଜେନ୍ସିଗୁଡ଼ିକ ପୁଣିଥରେ ହାଇ ଆଲର୍ଟ ଅବସ୍ଥାରେ ରହିଥିଲେ, କାରଣ ବୋମା ଧମକ ମିଳିବା ପରେ ପ୍ରାୟ ୧୨ଟି ବିମାନର ଗତିପଥ ବଦଳାଇବାକୁ…

ପୋଲିସ ASIଙ୍କ ବାଇକ୍‌ ଧକ୍କାରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ, ନ୍ୟାୟ ପାଇଁ SPଙ୍କ ଦ୍ୱାରସ୍ଥ ହେଲେ ପରିବାର

ଭବାନୀପାଟଣା,୫।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଗଡ଼ିଆଜୋର କ୍ରସର ବିଜୁ ଏକ୍ସପ୍ରେସ ରାସ୍ତାରେ ଗତ ୩୧ ତାରିଖ ସନ୍ଧ୍ୟାରେ ବାଇକ ଧକ୍କାରେ ଜଣେ…

ବନ୍ୟାରେ ଛାରଖାର ପୁରୁଷୋତ୍ତମପୁର, ବିପନ୍ନଙ୍କ ଦୁର୍ଦ୍ଦଶା ଦେଖି ସରକାରଙ୍କୁ ଘେରିଲେ ଭକ୍ତ ଦାସ

ପୁରୁଷୋତ୍ତମପୁର,୫।୧୧(ସବିତା ମିଶ୍ର): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଋଷିକୁଲ୍ୟା ନଦୀର ପ୍ରଳୟଙ୍କରୀ ବନ୍ୟା ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳକୁ ଛାରଖାର କରିଦେଇଛି । ଘରଦ୍ୱାରଠାରୁ ଆରମ୍ଭ କରି ଚାଷଜମି…

‘ନିଜ ମାଟିରେ ମରିବାକୁ ପ୍ରସ୍ତୁତ’: ମୃତ୍ୟୁଦଣ୍ଡାଦେଶ ପାଇବା ସତ୍ତ୍ୱେ ବାଂଲାଦେଶ ଫେରିବା ନେଇ ଅଟଳ ଶେଖ ହସିନା

ନୂଆଦିଲ୍ଲୀ/ଢାକା,୫।୧୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ସ୍ପଷ୍ଟ କରିଛନ୍ତି ଯେ, ପରିଣାମ ଯାହା ହେଉନା କାହିଁକିଭାରତରୁ ଫେରିବା ପରେ ଯଦି ତାଙ୍କୁ ମୃତ୍ୟୁଦଣ୍ଡ କିମ୍ବା ଗିରଫଦାରୀର…

ପାକିସ୍ତାନୀ ସେନାର ଅତ୍ୟାଚାର: ପ୍ରଦର୍ଶନକାରୀଙ୍କ ଉପରକୁ ଡ୍ରୋନରୁ ଗୁଳିଚାଳନା, ୩ ମୃତ

ଇସଲାମାବାଦ,୫।୧୧: ପାକିସ୍ତାନ ଅଧିକୃତ କଶ୍ମୀରରେ, ପାକିସ୍ତାନୀ ସେନା ସ୍ଥାନୀୟ ଜନସାଧାରଣଙ୍କ ଉପରେ କ୍ରମାଗତ ଭାବେ ଅତ୍ୟାଚାର ଚଳାଇଛି। ଗୁରୁବାର ସକାଳ ୫ଟା ସମୟରେ, ଡ୍ରୋନଗୁଡ଼ିକ ହଠାତ ଲୋକଙ୍କ…

ବାତ୍ୟା ଓ ବନ୍ୟାରେ ଫସଲ ନଷ୍ଟ, କ୍ଷତିପୂରଣ ଦାବିରେ ଗଞ୍ଜାମ ଜଲାପାଳଙ୍କ ଅଫିସ୍‌ ଆଗରେ ଚାଷୀଙ୍କ ଧାରଣା!

ଛତ୍ରପୁର,୫।୧୧(ଦିଲ୍ଲୀପ ସାମଲ) : ବାତ୍ୟା ‘ଅର୍ଣ୍ଣବ’ ଓ ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲାରେ ବ୍ୟାପକ ଫସଲ କ୍ଷତି ହୋଇଛି । ଫଳରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ…

ଆଦର୍ଶ ବିଦ୍ୟାଳୟରୁ ବାଦ୍‌ ପଡ଼ିଲା ୪୨ ମୌଜା ପିଏମ୍‌ ବାଲୁଙ୍କେଶ୍ୱର ବିଦ୍ୟାପୀଠ

କଟକ ସଦର,୫ା୧୧(ସୁଶାନ୍ତ କୁମାର ଜେନା): ଆସନ୍ତା ୬ ତାରିଖରେ ରାଜ୍ୟରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନା ଆରମ୍ଭ ହେବାକୁ ଯାଉଛି। ଏହି ଯୋଜନାରେ କଟକ ସଦର ବ୍ଲକ…

ବଡ଼ ଖବର: ସୂର୍ଯ୍ୟକୁମାର ଯାଦବ ପୁଣିଥରେ ଅଧିନାୟକ ଭାବେ ଫେରିବେ…

ନୂଆଦିଲ୍ଲୀ,୫।୧୧: ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏକ ଦୀର୍ଘ ବିରତି ପରେ କ୍ରିକେଟକୁ ଫେରିବାକୁ ଯାଉଛନ୍ତିଏଥର ସେ ଅଧିନାୟକ ଭାବରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ୨୦୨୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?