Categories: ଜାତୀୟ

ତେଲେଙ୍ଗାନା-ଆନ୍ଧ୍ର ପ୍ରଦେଶରେ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ, ସବୁଜ ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଅର୍ଥାତ୍ ୧୫ ଜାନୁୟାରୀରେ ଦେଶକୁ ୮ମ ବନ୍ଦେ ଭାରତ ଏକ୍ସପ୍ରେସ ଉପହାର ଦେଇଛନ୍ତି । ଭିଡିଓ କନଫରନସିଂ ଜରିଆରେ ପ୍ରଧାନମନ୍ତ୍ରୀ ସିକନ୍ଦରାବାଦ ଓ ବିଶାଖାପଟ୍ଟନମ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।
ଏହି ସମୟରେ ମୋଦି କହିଛନ୍ତି ଏହି ବନ୍ଦେ ଭାରତ ଏକ୍ସପ୍ରେସ ସେହି ଭାରତର ପ୍ରତିକ ଯାହା ତା’ର ନାଗରିକଙ୍କୁ ଭଲ ସୁବିଧା ଦେବାକୁ ଚାହୁଁଛି । ଏହା ସେହି ଭାରତର ପ୍ରତିକ ଯାହା ଗୁଲାମିର ମାନସିକତାରୁ ବାହାରି ଆତ୍ମନିର୍ଭରତା ଆଡକୁ ପାଦ ବଢାଉଛି । ମୋଦି ଆହୁରି ମଧ୍ୟ କହିଛନ୍ତି ଆଜି ବନ୍ଦେ ଭାରତକୁ ନେଇ ଯେଉଁଭଳି ଭାବେ ଶୀଘ୍ର କାମ ହେଉଛି ତାହା ବାସ୍ତବରେ ପ୍ରଶଂସନୀୟ ।
ପ୍ରଧାନମନ୍ତ୍ରୀ କହିଛନ୍ତି ୨୦୨୩ର ଏହା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ । ଆମ ଦେଶରେ ୧୫ ଦିନ ଭିତରେ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଦୌଡିଛି । କେବଳ ଏତିକି ଦେଖିବାର ଅଛି ଯେ ଦେଶରେ କେତେ ଶୀଘ୍ର ବନ୍ଦେ ଭାରତ ଅଭିଯାନ ପ୍ରଗତି କରୁଛି । ଏହା ଦେଶର ଟ୍ରେନ୍ ।

Share