Posted inଜାତୀୟ

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ କେତେ ଗୁରୁତ୍ୱପୂର୍ଣ୍ଣ? ବୈଦେଶିକ ମନ୍ତ୍ରଣାଳୟ ଦେଲା ସୂଚନା

ନୂଆଦିଲ୍ଲୀ,୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦ ଜୁନରେ ଆମେରିକା ଗସ୍ତରେ ଯିବେ। ଏନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରିବାକୁ ଆମେରିକା ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏହି ଯାତ୍ରା ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ସୂଚନା ଜାରି କରାଯାଇଛି। ଯେଉଁଥିରେ କୁହାଯାଇଛି ଯେ, ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ଆମେରିକାରେ ପହଞ୍ଚିବେ ଏବଂ କେଉଁ କାର୍ଯ୍ୟକ୍ରମରେ ସେ ସେଠାରେ ଅଂଶଗ୍ରହଣ କରିବେ। ଏହି ଗସ୍ତ ବିଷୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ବାଣ୍ଟି ବୈଦେଶିକ ସଚିବ ବିନୟ ମୋହନ କ୍ୱାଟ୍ରା କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପିଏମ ମୋଦି ୨୦ରୁ ୨୫ଜୁନ ମଧ୍ୟରେ ଆମେରିକା ଏବଂ ଇଜିପ୍ଟ ଗସ୍ତରେ ଆସିବେ।

ବୈଦେଶିକ ସଚିବ କହିଛନ୍ତି , ଜୁନ ୨୨ରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହ୍ବାଇଟ ହାଉସରେ ସ୍ବାଗତ କରାଯିବ। ଏହା ପରେ ଦୁଇ ନେତାଙ୍କ ମଧ୍ୟରେ ଏକ ପ୍ରତିନିଧୀ ସ୍ତରୀୟ ଦ୍ୱିପାକ୍ଷିକ ବୈଠକ ହେବ। ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ଆମେରିକା କଂଗ୍ରେସକୁ ସମ୍ବୋଧିତ କରିବେ। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ରାତ୍ରୀ ଭୋଜନର ଆୟୋଜନ କରିବେ। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦି ଅନେକ ବଡ ବଡ କମ୍ପାନୀର ଅଧିକାରୀଙ୍କୁ ମଧ୍ୟ ଭେଟିବେ। ବୈଦେଶିକ ସଚିବ କହିଛନ୍ତି, ଏହି ଗସ୍ତ ଆମେରିକା ଏବଂ ଭାରତ ମଧ୍ୟରେ ସମ୍ପର୍କର ଏକ ମାଇଲଖୁଣ୍ଟ ବୋଲି ପ୍ରମାଣିତ ହେବ। ଏହି ଯାତ୍ରା ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଏବଂ ଶିଳ୍ପ ରୋଡମ୍ୟାପ ପ୍ରସ୍ତୁତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଭିତରକୁ ପଶୁପଶୁ ଦୁଇ ଛାତ୍ରଙ୍କ ଉପରେ ଭୁଶୁଡ଼ି ପଡ଼ିଲା ଫାଟକ, ଆଉ ତା’ ପରେ…

ନନ୍ଦପୁର,୬ା୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ କସନ୍ଦି ପଞ୍ଚାୟତର କାଲାଡ଼ି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରବେଶ ଫାଟକ ଉପୁଡ଼ି ଗୁରୁବାର ଦୁଇ ଛାତ୍ର ଆହତ…

ଡିଭାଇଡରରେ ପିଟିହେଲା ଅତିକ ଅହମ୍ମଦଙ୍କ ପୁଅଙ୍କ କାର: ଚାଲିଗଲା ଜୀବନ

ଲକ୍ଷ୍ନୌ,୬।୮: ଏକ ସଡ଼କ ଦୁର୍ଘଟଣାରେ ଅତିକ ଅହମ୍ମଦଙ୍କ ପୁଅ ଅବନ ଅହମ୍ମଦଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଉତ୍ତର ପ୍ରଦେଶର ଝାନ୍ସୀର ପୁଞ୍ଚ ଥାନା ଅଞ୍ଚଳରେ…

ଘରୋଇ କଳିର କରୁଣ ପରିଣତି, ବାପର କାଠ ଫାଳିଆ ମାଡ଼ରେ ପୁଅର ମୃତ୍ୟୁ

ଭବାନୀପାଟଣା,୬ା୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଲମପୁର ଥାନା ନୂଆଗୁଡ଼ାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବାପର କାଠ ଫାଳିଆ ମାଡରେ ଭେଣ୍ଡିଆ ପୁଅର…

Gen Zକୁ ନେଇ ପ୍ରଶାନ୍ତ କିଶୋରଙ୍କ ବଡ଼ ଭବିଷ୍ୟବାଣୀ: ଦୁଇ ବର୍ଷ ମଧ୍ୟରେ…ଶୁଣିଲେ ସରକାର ହେବେ ଛାନିଆ!

ନୂଆଦିଲ୍ଲୀ,୬।୮: ବାଙ୍କିପୁର ଉପନିର୍ବାଚନରେ ବଡ଼ ବିଜୟ ହାସଲ କରିବା ପରେ ଜନସୁରାଜ ପାର୍ଟିର ସଂସ୍ଥାପକ ପ୍ରଶାନ୍ତ କିଶୋର (PK) ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ନିଜର ରାଜନୈତିକ ରଣନୀତି…

ଛାତ୍ର ଆନ୍ଦୋଳନକୁ ନେଇ ରାହୁଲଙ୍କୁ ଟାର୍ଗେଟ କଲେ କଙ୍ଗନା: କହିଲେ- ଉସୁକାଇବା ପାଇଁ..

ନୂଆଦିଲ୍ଲୀ,୬।୮: ହିମାଚଳ ପ୍ରଦେଶର ମଣ୍ଡି ଲୋକ ସଭା ଆସନରୁ ଭାରତୀୟ ଜନତା ପାର୍ଟି (BJP) ସାଂସଦ କଙ୍ଗନା ରାଣାୱତ ଭାରତୀୟ ଜାତୀୟ କଂଗ୍ରେସର ନେତା ଏବଂ ଲୋକ…

RAC ଟିକେଟ୍ ଥିଲେ ଆଉ ଚିନ୍ତା ନାହିଁ, ଏବେ ମିଳିବ ପୁରା….

ନୂଆଦିଲ୍ଲୀ,୬।୮: ଭାରତୀୟ ରେଳରେ ଯାତ୍ରା କରୁଥିବା ଲକ୍ଷାଧିକ ଯାତ୍ରୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଦୀର୍ଘଦିନ ଧରି ଅନେକ ଯାତ୍ରୀଙ୍କ ଅଭିଯୋଗ ଥିଲା…

କୋର୍ଟଙ୍କ ବଡ଼ ନିଷ୍ପତ୍ତି: ଏଣିକି ଟ୍ରେନ୍‌ରେ ଲଗେଜ୍‌ ଚୋରି ହେଲେ ଜରିମାନା ଦେବ ରେଳ ବିଭାଗ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ…

ନୂଆଦିଲ୍ଲୀ,୬ା୮: ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି ଆଉ ଏହି ସମୟରେ ଆପଣଙ୍କ ବ୍ୟାଗ କିମ୍ବା ମୂଲ୍ୟବାନ ଜିନିଷ ଚୋରି ହୋଇଯାଉଛି, ତେବେ ଆଉ ଚିନ୍ତା ନାହିଁ।…

ଏହି କ୍ରିକେଟର୍‌ଙ୍କ ଘର ଉପରକୁ ପେଟ୍ରୋଲ ବୋମା ମାଡ଼: କାରଣ ଜାଣିଲେ…

ନୂଆଦିଲ୍ଲୀ,୬।୮: କିମ୍ବଦନ୍ତୀ ବାଂଲାଦେଶୀ କ୍ରିକେଟର ଏବଂ ପୂର୍ବତନ ଅଧିନାୟକ ସାକିବ ଅଲ ହାସନଙ୍କ ଘର ଉପରେ ପେଟ୍ରୋଲ ବୋମା ମାଡ଼ କରାଯାଇଛି। ବାଂଲାଦେଶର ସବୁଠାରୁ ସଫଳ କ୍ରିକେଟରମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri