Categories: ଜାତୀୟ

ଗୁଜରାଟରୁ ସିଧା ଉଜ୍ଜୟିନ ଯିବେ ମୋଦି, ଶ୍ରୀ ମହାକାଳ ଲୋକର କରିବେ ଉଦ୍‌ଘାଟନ

ନୂଆଦିଲ୍ଲୀ,୧୧ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟ ଗସ୍ତ ଶେଷ କରି ମଙ୍ଗଳବାର ମଧ୍ୟ ପ୍ରଦେଶର ଉଜ୍ଜୟିନ ଯାତ୍ରା କରିବେ । ଉଜ୍ଜୟିନରେ ପ୍ରଧାନମନ୍ତ୍ରୀ ଶ୍ରୀ ମହାକାଳ ଲୋକର ଉଦଘାଟନ କରିବେ । ଉଦ୍‌ଘାଟନ ପରେ ମୋଦି ପାଦରେ ଚାଲି ଚାଲି କମଲଗୁଣ୍ଡ, ସପ୍ତଋଷି, ମଣ୍ଡପମର ଅବଲୋକନ କରିବେ । ମୋଦିଙ୍କ ଗସ୍ତକୁ ନେଇ ମନ୍ଦିରରେ ବହୁ ଆୟୋଜନ କରାଯାଇଛି । ଏହାସହ ମନ୍ଦିର ପ୍ରଶାସନ ପକ୍ଷରୁ ବିଶେଷ ଆୟୋଜନ କରାଯାଇଛି ।
ମୋଦି ଯେତେବେଳେ ମନ୍ଦିର ଉଦ୍‌ଘାଟନ ପାଇଁ ପହଞ୍ଚିବେ ସେତେବେଳେ ପ୍ରାୟ ୬୦୦ କଳାକାର, ସାଧୁ ସନ୍ଥ ମନ୍ତ୍ରୋଚ୍ଚାରଣ ଓ ଶଙ୍ଖ ବଜାଇବେ । କରିଡରର ମୁଖ୍ୟ ଦ୍ୱାରରେ ପ୍ରାୟ ୨୦ ଫୁଟର ଶିବଲିଙ୍ଗ ପ୍ରସ୍ତୁତ କରାଯାଇଛି । ଏହା ଉପରୁ ପରଦା ଉଠାଇ ଔପଚାରିକ ଭାବେ କରିଡରର ଉଦ୍‌ଘାଟନ କରାଯିବ ।

Share