Categories: ଜାତୀୟ

ଶନିବାର ୫-ଜି ସେବା ଶୁଭାରମ୍ଭ କରିବେ ମୋଦି

ନୂଆଦିଲ୍ଲୀ,୩୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଇଣ୍ଡିଆ ମୋବାଇଲ କଂଗ୍ରେସର ଷଷ୍ଠ ସଂସ୍କରଣ ଅବସରରେ ୫-ଜି ସେବା ଉନ୍ମୋଚନ କରିବେ। ପିଏମ୍‌ଓ ସୂଚନାନୁଯାୟୀ, ପ୍ରଧାନମନ୍ତ୍ରୀ ପୂର୍ବାହ୍ନ ୧୦ ଟାରେ ପ୍ରଗତି ମଇଦାନରେ ନିଜର ଅଭିଭାଷଣ ପ୍ରଦାନ କରିବେ। ୫-ଜି ସେବା ଶୁଭାରମ୍ଭ ସମୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ମାଲିକ ମୁକେଶ ଅମ୍ବାନୀ,ଏୟାରଟେଲର ସୁନୀଲ ମିତ୍ତଲ ଏବଂ ଭୋଡାଫୋନ ଆଇଡିଆର ମୁଖ୍ୟ ରବିନ୍ଦର ଟକ୍କରଙ୍କ ସହ ଅନ୍ୟ ଶିଳ୍ପପତିମାନେ ମଧ୍ୟ ଯୋଗଦେବେ ବୋଲି ଜଣାପଡିଛି। ତେବେ ଦିଲ୍ଲୀ, ମୁମ୍ବାଇ, ଅହମ୍ମଦାବାଦ,ବେଙ୍ଗାଲୁରୁ, ଚଣ୍ଡିଗଡ, ଚେନ୍ନାଇ, ଗାନ୍ଧିନଗର, ଗୁରୁଗ୍ରାମ, ହାଇଦ୍ରାବାଦ, କୋଲକାତା, ଜାମନଗର, ପୁଣେ ଏବଂ ଲକ୍ଷ୍ନୌ ଆଦି ୧୩ ସହରରେ ପ୍ରଥମେ ୫-ଜି ସେବା ଆରମ୍ଭ ହେବ।

Share