Categories: ଜାତୀୟ

ବର୍ଷାରେ ସୂର୍ଯ୍ୟମନ୍ଦିରର ଦୃଶ୍ୟ ଶେୟାର କଲେ ମୋଦି

ନୂଆଦିଲ୍ଲୀ, ୨୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଟୁଇଟର ଆକାଉଣ୍ଟରେ ବର୍ଷାର ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ବର୍ଷା ସମୟରେ ଗୁଜରାଟର ମୋଢେରା ସୂର୍ଯ୍ୟ ମନ୍ଦିରରେ ଦୃଶ୍ୟ ଦେଖାଯାଉଛି। ଏହି ଭିଡିଓ ସହିତ ସେ ଲେଖିଛନ୍ତି, ‘ମୋଢେରାର ଆଇକନିକ ସୂର୍ଯ୍ୟ ମନ୍ଦିର ବର୍ଷା ସମୟରେ ଚମତ୍କାର ଦେଖାଯାଏ। ଆପଣ ମଧ୍ୟ ଦେଖନ୍ତୁ ।’ ଏହି ଭିଡିଓରେ ଦେଖାଯାଉଛି ଯେ, ଶତାବ୍ଦୀ ପୁରୁଣା ଏହି ସୂର୍ଯ୍ୟ ମନ୍ଦିରରେ ବର୍ଷା ହେତୁ ଜଳ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପ୍ରବାହିତ ହେଉଛି। ଏହି ଜଳ ପୁଷ୍ମରିଣୀରେ ଯାଇ ପଡୁଛି। ବର୍ଷାର ଏହି ଭିଡିଓ ବର୍ତ୍ତମାନ ପର୍ଯ୍ୟନ୍ତ ୩୦.୧୮ ଲକ୍ଷରୁ ଅଧିକ ଥର ଦେଖାଯାଇଛି।

Share