Categories: ଜାତୀୟ

ଗତ ୬ ବର୍ଷରେ ଗରିବଙ୍କ ପାଇଁ ଯାହା ହୋଇଛି, ପୂର୍ବରୁ କେବେ ହୋଇ ନ ଥିଲା: ମୋଦି

ନୂଆଦିଲ୍ଲୀ,୯।୯: ଗତ ୬ ବର୍ଷ ମଧ୍ୟରେ ଦେଶର ଗରିବ ଲୋକଙ୍କ ପାଇଁ ଯେତେ କାର୍ଯ୍ୟ କରାଯାଇଛି ତାହା ପୂର୍ବରୁ କେବେ କରାଯାଇ ନ ଥିଲା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କହିଛନ୍ତି। ଭିଡିଓ କନଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶର ରାସ୍ତାଘାଟରେ ବସୁଥିବା ବିକ୍ରେତାମାନଙ୍କ ସହ ଆଲୋଚନା କରି କହିଛନ୍ତି ଯେ, ଦେଶର ପ୍ରତ୍ୟେକ ନାଗରିକଙ୍କ ଜୀବନକୁ ସହଜ କରିବା ଏବଂ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି। ସେ କହିଛନ୍ତି, ଦେଶରେ ଗରିବଙ୍କ ବିଷୟରେ ଅନେକ ଚର୍ଚ୍ଚା ଚାଲିଛି, କିନ୍ତୁ ଗତ ୬ ବର୍ଷ ମଧ୍ୟରେ ଗରିବଙ୍କ ପାଇଁ କରାଯାଇଥିବା କାର୍ଯ୍ୟ ପୂର୍ବରୁ କରାଯାଇ ନ ଥିଲା। ପ୍ରତ୍ୟେକ ସେକ୍ଟରରେ ସେମାନଙ୍କୁ ସୁଯୋଗ ଦିଆଯାଇଛି। ଏହି ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପାଣି ପିଇବା ପାଇଁ ପ୍ଲାଷ୍ଟିକ ବୋତଲ ବଦଳରେ ମାଟି ପାତ୍ର ବ୍ୟବହାର କରନ୍ତୁ। ଏହାସହ ପ୍ରଧାନମନ୍ତ୍ରୀ ସ୍ବନିଧୀ ଯୋଜନା ଲାଭ ବିଷୟରେ ଆଲୋଚନା କରିଛନ୍ତି।

Share