Categories: ଜାତୀୟ

ପଣ୍ଡ ହେଲା ଆତଙ୍କବାଦୀଙ୍କ ଆକ୍ରମଣ ଯୋଜନା: ମୋଦି

ନୂଆଦିଲ୍ଲୀ,୨୦ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ-କଶ୍ମୀରର ନଗରୋଟାରେ ଗୁରୁବାର ଭାରତୀୟ ସେନାଙ୍କ ଦ୍ୱାରା ୪ ଆତଙ୍କବାଦୀ ନିହତ ହେବା ଘଟଣାକୁ ପ୍ରଶଂସା କରିଛନ୍ତି । ସେ ଟୁଇଟ୍ କରି କହିଛନ୍ତି, ଆତଙ୍କବାଦୀମାନେ ପୁଣିଥରେ ଦେଶକୁ ଦୋହଲାଇବା ଭଳି ଯାଜନା କରୁଥିଲେ । ହେଲେ ସୁରକ୍ଷାକର୍ମୀ ସତର୍କତାର ତାଙ୍କର ଏହି ଯୋଜନାକୁ ପଣ୍ଡ କରି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ଲେଖିଛନ୍ତି, ପାକିସ୍ତାନର ଜୈଶ-ଇ-ମହମ୍ମଦ ସଙ୍ଗଠନର ୪ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ହାତରେ ନିହତ ହେବା ଓ ସେମାନଙ୍କ ନିକଟରୁ ବହୁ ପରିମାଣରେ ମାରଣାସ୍ତ୍ର ଓ ବିସ୍ଫୋରକ ଜବତ ହେବା ସ୍ପଷ୍ଟ କରୁଛି ଯେ ଏମାନେ ଆଉ ଏକ ବଡ ଧରଣର ଆକ୍ରମଣ ଯୋଜନାରେ ଥିଲେ । ଯାହା ଦେଶକୁ ପୁଣିଥରେ ଦୋହଲାଇ ଦେଇଥାଆନ୍ତା । ହେଲେ ସୁରକ୍ଷାକର୍ମୀଙ୍କ ସତକର୍ତା ପୁଣିଥରେ ଏମାନଙ୍କ ଯୋଜନାକୁ ପଣ୍ଡ କରି ଦେଇଛି ।

Share