Categories: ଜାତୀୟ

ଚାଇନାର ସୋସିଆଲ ମିଡିଆ, ଓ୍ବେଇବୋରୁ ହଟିଲା ମୋଦିଙ୍କ ପୋଷ୍ଟ

ନୂଆଦିଲ୍ଲୀ,୧।୭: ଭାରତ ସରକାର ଭାଇନାର ୫୯ ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନାର ମାଇକ୍ରୋବ୍ଲଗିଙ୍ଗ ଓ୍ବେବସାଇଟ ଓ୍ବେଇବୋରୁ ହଟି ଯାଇଥିବା ଜଣାପଡିଛି। ମୋଦି ଏହି ସୋସିଆଲ ମିଡିଆରେ କିଛି ବର୍ଷ ପୂର୍ବରୁ ଯୋଗ ଦେଇଥିଲେ। ତେବେ ଏହି ସାଇଟରୁ ଭିଆଇପି ଆକାଉଣ୍ଟକୁ ହଟାଇବା କାଠିକର ପାଠ ହୋଇଥାଏ। ଏଥିପାଇଁ ଏକ ଅଫିସିଆଲ୍‌ ପ୍ରୋସେସ୍‌ ଦେଇ ଗତି କରିବାକୁ ପଡିଥାଏ। ତେବେ ମୋଦିଙ୍କର ଏହି ଆକାଉଣ୍ଟରେ ଥିବା ପ୍ରାୟ ୧୧୫ ପୋଷ୍ଟ ମଧ୍ୟରୁ ୧୧୩ ପୋଷ୍ଟକୁ ମାନୁଆଲି ଡିଲିଟ କରାଯାଇଥିବା ଜଣାପଡିଛି।

Share