Categories: ଜାତୀୟ

କୃଷି ବିଲ: ବିରୋଧିଙ୍କ ଉପରେ ବର୍ଷିଲେ ମୋଦି

ନୂଆଦିଲ୍ଲୀ,୧୮ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦେଶର କୃଷକଙ୍କୁ ଆଶ୍ୱାସନା ଦେଇଛନ୍ତି । ଲୋକ ସଭାରେ ପାସ୍ ହୋଇଥିବା କୃଷି ସୁଧାର ସମ୍ପର୍କିତ ବିଲ୍ ସେମାନଙ୍କ ପାଇଁ ରକ୍ଷା କବଚ ହେବ ବୋଲି ମୋଦି କହିଛନ୍ତି । ଆଉ ନୂଆ ବ୍ୟବସ୍ଥା ଲାଗୁ ହେବା ପରେ ଜଣେ କୃଷକ ନିଜ ଫସଲକୁ ଦେଶର ଯେ କୌଣସି ବଜାରରେ ମନମୁତାବକ ଦରରେ ବିକ୍ରି କରିପାରିବ ବୋଲି ସେ କହିଛନ୍ତି । ତେବେ ମୋଦି ସରକାରଙ୍କ ଏହି କୃଷି ବିଲକୁ ବିରୋଧି କଂଗ୍ରେସ ବିରୋଧ କରୁଥିବାରୁ ମୋଦି କହିଛନ୍ତି ବିରୋଧି କୃଷକଙ୍କ ମନରେ ଭ୍ରମ ଧାରଣା ସୃଷ୍ଟି କରିବାକୁ ଚେଷ୍ଟା କରୁଛି । ଏହାସହ କୃଷକଙ୍କ ଅର୍ଥକୁ ବାଟମାରଣା କରୁଥିବା ଲୋକଙ୍କୁୁ ସମର୍ଥନ କରୁଛି । ତେଣୁ ମୋଦି କୃଷକଙ୍କୁ ଅନୁରୋଧ କରିଛନ୍ତି କି ସେମାନେ ବିରୋଧିଙ୍କ ଭ୍ରମରେ ନ ପଡନ୍ତୁ । ଶୁକ୍ରବାର ମୋଦି ଐତିହାସିକ କୋସି ରେଲ ସେତୁର ଉଦ୍‌ଘାଟନ ସମୟରେ ଉଦ୍‌ବୋଧନ ଦେବା ବେଳେ ଏହା କହିଛନ୍ତି । ଏମ୍‌ଏସ୍‌ପି ଜରିଆରେ କୃଷକଙ୍କୁ ସେମାନଙ୍କ ଫସଲର ଉଚିତ୍ ମୂଲ୍ୟ ମିଳିବ ବୋଲି ମୋଦି କହିଛନ୍ତି । ତେବେ ନିର୍ବାଚନ ପୂର୍ବରୁ କୃଷି ବିଲକୁ ନେଇ ଯେଉଁମାନେ ବଡ ବଡ କଥା କହୁଥିଲେ ସେମାନେ ଆଜି ମୋଦି ସରକାରଙ୍କୁ କାହିଁକି ରୋଧ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

Share