Categories: ଜାତୀୟ

ମୋଦିଙ୍କ ମନ କିଣିଲେ ୮ ବର୍ଷର ଶିଶୁକନ୍ୟା

ନୂଆଦିଲ୍ଲୀ,୨୮ ।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ସଂସଦରେ ଜଣେ ୮ ବର୍ଷର ଶିଶୁକନ୍ୟା ସହ ସାକ୍ଷାତ୍ କରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ଛୋଟ ଝିଅଟିକୁ କିଛି ପ୍ରଶ୍ନ କରିଥିଲେ । ଆଉ ଏହାର ଉତ୍ତରରେ ମୋଦି ନିଜକୁ ସମ୍ଭାଳି ନ ପାରି ହସି ପକାଇଥିଲେ ।
ସୂଚନାଯୋଗ୍ୟ, ମଧ୍ୟପ୍ରଦେଶର ଉଜ୍ଜୟିନରୁ ଭାରତୀୟ ଜନତା ପାର୍ଟି(ଭଜପା) ଏମପି ଅନିଲ ଫିରୋଜିୟା ବୁଧବାର ତାଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ୍ କରାଇବାକୁ ସଂସଦ ଆଣିଥିଲେ । ଏହି ସମୟରେ ତାଙ୍କ ସାନ ଝିଅ ବି ମୋଦିଙ୍କୁ ସାକ୍ଷାତ୍ କରିଥିଲେ । ସକ୍ଷାତ୍ ସମୟରେ ମୋଦି ଭାଜପା ଏମପି ଅନିଲ ଫିରୋଜିୟାଙ୍କ ସାନ ଝିଅ ଆହାନା ଫିରୋଜିୟାଙ୍କୁ ପଚାରିଥିଲେ ତୁମେ ଜାଣିଛ ମୁଁ କିଏ । ଛୋଟ ପିଲାଟି ଉତ୍ତର ଦେଇଥିଲା, ହଁ ମୁଁ ଜାଣିଛି ଆପଣ ମୋଦିଜି । ଆପଣଙ୍କୁ ମୁଁ ଟିଭିରେ ଦେଖିଥାଏ । ଆପଣ ଲୋକ ସଭା ଟିଭିରେ କାମ କରନ୍ତି । ଏମିତି ପ୍ରଶ୍ନ ଉତ୍ତର ସମୟରେ ଉପସ୍ଥିତ ଥିବା ଲୋକେ ସ୍ମିତ ହାସ୍ୟ ଦେଇଥିଲେ । ତେବେ ଗଲାବେଳେ ମୋଦି ଛୋଟ ପିଲାଟିକୁ କିଛି ଚକୋଲେଟ ଉପହାର ଦେଇଥିଲେ ।

Share