Categories: ଜାତୀୟ

ମୋଦିଙ୍କ ଦୀପାବଳି ଭେଟି, ୭୫ ହଜାର ନବ ନିଯୁକ୍ତ କର୍ମୀଙ୍କୁ ମିଳିଲା ନିଯୁକ୍ତ ପତ୍ର

ନୂଆଦିଲ୍ଲୀ,୨୨ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ରୋଜଗାର ମେଳାର ଶୁଭାରମ୍ଭ କରିଛନ୍ତି । ୧୦ ଲକ୍ଷ କର୍ମୀଙ୍କ ପାଇଁ ଏହି ରୋଜଗାର ମେଳାର ଆରମ୍ଭ କରାଯାଇଛି । ମୋଦି ଭିଡିଓ କନଫରେନସିଂ ଜରିଆରେ ରୋଜଗାର ମେଳାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୋଦି ୭୫ ହଜାର ଯୁବବର୍ଗଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ କହିଛନ୍ତି, ଗତ ୮ ବର୍ଷ ମଧ୍ୟରେ ଦେଶରେ ରୋଜଗାର ଓ ସ୍ୱରୋଜଗାରର ଯେଉଁ ଅଭିଯାନ ଚାଲିଛି ଆଜି ସେଥିରେ ଆଉ ଏକ ଅଧ୍ୟାୟ ଯୋଡି ହୋଇଗଲା । ଏହା ହେଉଛି ରୋଜଗାର ମେଳା । ଆଜି କେନ୍ଦ୍ର ସରକାର ୭୫ ହଜାର ଯୁବବର୍ଗଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରୁଛନ୍ତି ।

ମୋଦି ଆହୁରି ମଧ୍ୟ କହିଛନ୍ତି, ବିକଶିତ ଭାରତର ସଂଳ୍ପର ସିଦ୍ଧି ପାଇଁ ଆମେ ଆତ୍ମନିର୍ଭର ଭାରତର ରାସ୍ତାରେ ଚାଲୁଛେ । ଏଥିରେ ଆମର ଇନୋଭେଟର୍ସ, ଏଣ୍ଟରପ୍ରିନ୍ୟୁୟର୍ସ, ଉଦ୍ଦ୍ୟୋଗି, କୃଷକ, ସର୍ଭିସେସ ଓ ମ୍ୟାନ୍ୟୁଫ୍ୟାକ୍‌ଚରିଂ ସହ ଜଡିତ ସାଥିଙ୍କର ବଡ ଭୂମିକା ରହିଛି । ସେ କହିଛନ୍ତି ଆଜି କେନ୍ଦ୍ର ସରକାରଙ୍କ ବିଭାଗରେ ଏତେ ତତ୍ପରତା.ଏତେ କ୍ଷମତା ଆସିଛି ଯେ ଏହା ପଛରେ ୭-୮ ବର୍ଷର କଠିନ ପରିଶ୍ରମ ରହିଛି, କର୍ମଯୋଗୀଙ୍କ ସଂକଳ୍ପ ବି ରହିଛି ।

Share