Categories: ଜାତୀୟ

ମୋଦିଙ୍କ ମନ ଜିଣିଲେ ସ୍କୁଲ ଛାତ୍ରୀଛାତ୍ର

ବାରାଣସୀ,୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବାରାଣସୀ ଗସ୍ତ କରିଛନ୍ତି। ଏହି ଅବସରରେ ମୋଦି ପୂର୍ବାଞ୍ଚଳର ସବୁଠାରୁ ଅକ୍ଷୟ ପାତ୍ର ‘ମିଡ ଡେ ମିଲ୍‌’ ରୋଷେଇ ଘର ଉଦ୍‌ଘାଟନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମୟରେ ସ୍କୁଲ ପିଲାମାନଙ୍କ ସହ କଥାବାର୍ତ୍ତା ହୋଇଥିଲେ। ପିଲାମାନେ ପ୍ରଧାନମନ୍ତ୍ରୀଙ୍କୁ ମନ୍ତ୍ର ପାଠ ଶୁଣାଇଥିଲେ ଏବଂ ଯୋଗ କରି ଦେଖାଇଥିଲେ। କେବଳ ଏତିକି ନୁହେଁ, ପିଲାମାନେ ଡ୍ରମ ବଜାଇ ମୋଦିଙ୍କୁ ମନୋରଞ୍ଜନ କରିଥିଲେ। ଏଥିରେ ମୋଦି ବହୁତ ଖୁସି ହେବା ସହ ଛାତ୍ରଙ୍କୁ ପିଠି ଥାପୁଡାଇ ଉତ୍ସାହିତ କରିଥିଲେ। ସୂଚନାଯୋଗ୍ୟ, କାଶୀ ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରମାନଙ୍କ ପ୍ରତିଭା ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବହୁତ ଖୁସି ହୋଇଥିଲେ। ଏଥିସହ ସେ କହିଛନ୍ତି, କାଶୀ ସରକାରୀ ବିଦ୍ୟାଳୟରେ ଛାତ୍ରମାନଙ୍କ ପ୍ରତିଭା ତାଙ୍କୁ ବହୁତ ପ୍ରଭାବିତ କରିଛି। ଏହାପରେ ପ୍ରଧାନମନ୍ତ୍ରୀ ମୋଦି ଅଖିଲ ଭାରତୀ ଶିକ୍ଷା ସାମାଗାମର ୩ଦିନିଆ ସମ୍ମିଳନୀକୁ ଉଦ୍‌ଘାଟନ କରିଥିଲେ।

Share